Fakir Mohan College Row
ଏଫଏମ୍ ପୀଡ଼ିତା ମୃତ୍ୟୁ ମାମଲାରେ ବାଲେଶ୍ବର ସାଂସଦ ଓ ବିଧାୟକଙ୍କ ପ୍ରତି ପିସିସି ସଭାପତି ଭକ୍ତ ଦାସ ଓ ବିଜେଡି ବିଧାୟକ ଗୌତମବୁଦ୍ଧ ଦାଶ ଦେଇଥିବା ମନ୍ତବ୍ୟକୁ ପ୍ରତାପ ଷଡ଼ଙ୍ଗୀଙ୍କ କଡ଼ା କାଉଣ୍ଡର। ବାଲେଶ୍ବର ସାଂସଦ କହିଛନ୍ତି-ସେମାନଙ୍କ ଅଭିଯୋଗ ନିରାଧାର। ପୀଡ଼ିତାଙ୍କ ଏତଲା ନରଖିବାକୁ ମୁଁ ପୋଲିସକୁ ମନା କରିଥିବା ଅଭିଯୋଗ ଭିତ୍ତିହୀନ। ପୀଡ଼ିତା ଆଦୌ ଏତଲା ଦେଇନାହାନ୍ତି। ତାସହ ଆଇସିସି କମିଟି ଯେଉଁ ରିପୋର୍ଟ ଦେଇଛି ତାହା ମିଥ୍ୟା ଉପରେ ଆଧାରିତ, କାରଣ ମୋ ପାଖରେ ଓ ଏସପିଙ୍କ ପାଖରେ ଥିବା ରିପୋର୍ଟ ସହ ଏବେକାର ରିପୋର୍ଟ ଆଦୌ ମେଳ ଖାଉନାହିଁ।
ତେଣୁ ବିଜେଡି ନେତା ଗୌତମବୁଦ୍ଧ ଦାଶ, ମୋ ନାଁରେ ଆଣିଥିବା ଅଭିଯୋଗକୁ ପ୍ରମାଣିତ କରିଦେଲେ, ସେ ରାଜନୀତି ଛାଡ଼ିଦେବେ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ତେବେ ପ୍ରତାପଙ୍କ ଚ୍ୟାଲେଞ୍ଜକୁ ନେଇ ଭକ୍ତ ଦାସ ଓ ଗୌତମବୁଦ୍ଧ ଦାଶଙ୍କ ପ୍ରତିକ୍ରିୟା ମିଳିନାହିଁ। ଏଥିସହ FM କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ଆଭ୍ୟନ୍ତରୀଣ କିମିଟି ରିପୋର୍ଟକୁ ପଦାକୁ ଆଣିଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପ୍ରତାପ ଷଡ଼ଙ୍ଗୀ। କହିଛନ୍ତି, ICC ବୈଠକରେ HOD ସମୀର ସାହୁଙ୍କ ଗୁଣଗାନ କରାଯାଇଥିଲା। FM କଲେଜ ଛାତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରାଯାଇଥିଲା । ସେତେବେଳେ ଆଭ୍ୟନ୍ତରୀଣ କମିଟି ରିପୋର୍ଟରେ ପକ୍ଷପାତିତା ହୋଇଥିଲା ଏବଂ ତରବରିଆ ଭାବେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ବୋଲି ସାଂସଦ ଅଭିଯୋଗ କରିଛନ୍ତି।
ଏପଟେ ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ହେଉ। ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ପୀଡ଼ିତା ସମସ୍ତଙ୍କୁ ଅଭିଯୋଗ କରିଥିଲେ ତଥାପି କେହି ତାଙ୍କ କଥା ଶୁଣିନଥିଲେ। କେହି ବି ଘଟଣାକୁ ସମ୍ବେଦନଶୀଳ ଭାବେ ନେଇନଥିଲେ। ତେଣୁ ଘଟଣାର ନ୍ୟାୟିକ ତଦନ୍ତ ଜରୁରୀ ବୋଲି ସେ କହିଛନ୍ତି। ଅପରପକ୍ଷେ, ବିଜୟଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ। ସରକାର ଘଟଣାକୁ ଗୁରୁତ୍ବ ସହ ନେଇ ତଦନ୍ତ କରୁଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଦୋହରାଇଛନ୍ତି।
ଅନ୍ୟପଟେ କଂଗ୍ରେସ ବି ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛି। ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ ଲଲୁ କହିଛନ୍ତି କି, ଘଟଣାର ନ୍ୟାୟିକ ତଦନ୍ତ ହେଲେ ହିଁ ସବୁ ଘଟଣା ଜଣାପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752860993.jpg)