Advertisment

Flood Woes Continue in Baleswar: କମୁଛି ବନ୍ୟା ପାଣି, ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା; ଖାଦ୍ୟ-ପାଣି ବିନା ବିତାଉଛନ୍ତି ଜଳବନ୍ଦୀ ଜୀବନ...

ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଥିବା ବେଳେ ବନ୍ୟା ଦୁର୍ଗତଙ୍କ ଉପରୁ ବିପଦ ଟଳିନି। ଭୋଗରାଇ ବ୍ଳକର ୧୨ ଗାଁ ଏବେ ବି ପାଣିଘେରରେ ରହିଛି।

ଅଦ୍ୟତନ ହୋଇଛି
Flood Woes Continue in Baleswar

Flood Woes Continue in Baleswar

Advertisment

ଛାଡୁଛି ବନ୍ୟା, କମୁଛି ପାଣି। କିନ୍ତୁ କମିନି ବିପନ୍ନଙ୍କ ଦୁର୍ଦ୍ଦଶା। ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଥିବା ବେଳେ ବନ୍ୟା ଦୁର୍ଗତଙ୍କ ଉପରୁ ବିପଦ ଟଳିନି। ଭୋଗରାଇ ବ୍ଳକର ୧୨ ଗାଁ ଏବେ ବି ପାଣିଘେରରେ ରହିଛି। ଜଳବନ୍ଦୀ ଜୀବନ ବିତାଉଛନ୍ତି ବିଭିନ୍ନ ଗାଁ ଲୋକ। ଅନେକ ଲୋକଙ୍କ ଘରେ ଦିନ ଦିନ ହେବ ଚୁଲି ଜଳିନି। ଖାଦ୍ୟ ଓ ପାଣି ବିନା ବିପନ୍ନ ଅନେକ ଅସୁବିଧା ଭୋଗୁଛନ୍ତି। 

Advertisment

ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକରେ ବିଭୀଷିକା ରଚିଛି ବନ୍ୟା। ଏବେ 'ଭୋଗରାଇ ଓ ବାଲିଆପାଳ ଅଞ୍ଚଳରୁ କମୁଛି ବନ୍ୟା ପାଣି। ରାଜଘାଟ ନିକଟରେ ବିପଦ ସଙ୍କେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ନଥିବାରୁ ଏବେ କୌଣସି ବିପଦ ନାହିଁ। 

ତେବେ ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକକୁ ଆଲର୍ଟ  ଜାରି କରାଯାଇଛି।  ସେହିପରି ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ନେଇ ଚେତାବନୀ ସହ ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ତୋଫାନ ନେଇ ୟୋଲୋ ୱାର୍ଣ୍ଣିଂ ଜାରି  କରାଯାଇଛି । କିଛି କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

Advertisment

ଏପଟେ ବର୍ଷାରେ ବେହାଲ୍ ସ୍ଥିତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପାଣି ସୁଅ। ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । 

ମାତ୍ର କିଛି ସମୟର ବର୍ଷାରେ ପାଣି ପାଣି ଅଫିସ ସାମନା। ତାଭିତରେ ଯାଆସ କରୁଛନ୍ତି ଲୋକ। ଯଦି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଏମିତି ଅବସ୍ଥା ସହରର ଅନ୍ୟ ସ୍ଥାନରେ ସ୍ଥିତି କିଭଳି ଥିବ ଥରେ ଅନୁମାନ କରନ୍ତୁ। ବର୍ଷା ଜଳ ନିଷ୍କାସନ ନେଇ ସଠିକ ବ୍ୟବସ୍ଥା ନଥିବାରୁ ଏଭଳି ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଯାହାକୁ ନେଇ ପଦ୍ମପୁରବାସୀଙ୍କ ଭିତରେ ତେଜିଛି ଅସନ୍ତୋଷ।

Advertisment

ଅଧିକ ପଢନ୍ତୁ: ଭିଜୁଛି ରାଜ୍ୟ, ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Floods Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ