Advertisment

ବନ୍ୟାରେ ବୁଡିଗଲା ତେଲକୋଇ ଜରଡ଼ାନାଳ ପୋଲ

ବୁଡିଲା ତେଲକୋଇ ଜରଡ଼ା ନାଳ ପୋଲ...ପୋଲ ଉପରେ ପାଣି ଚାଲୁଥିବାରୁ ଗମନାଗମନ ପ୍ରଭାବିତ....ସାପଲାଞ୍ଜି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଅଦ୍ୟତନ ହୋଇଛି
ବୁଡିଗଲା ପୋଲ

ବୁଡିଗଲା ପୋଲ

Advertisment

() ଆସିଲା ବନ୍ୟା, ବୁଡିଗଲା ପୋଲ । ଉପରମୁଣ୍ଡରେ ପ୍ରବଳ ବର୍ଷ। ଯୋଗୁଁ ତେଲକୋଇ ବ୍ଲକ ପିଟାନାଳୀ ଜରଡ଼ା ନାଳ ପୋଲ ଉପରେ ଚାଲୁଛି ପାଣି । ଏବେ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ପ୍ରବହିତ ହେଉଛି ।  ଫଳରେ ପିଟାନାଳୀ ଓ ସାପଲାଞ୍ଜି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Advertisment

ପୋଲ ଉପରେ ପାଣି ଚାଲୁଥିବାରୁ ଗମନାଗମନରେ ସମସ୍ୟା ଦେଖାଦେଇଛି । ଏପରକି ସ୍କୁଲ ପିଲା ମାନେ ମଧ୍ୟ ସ୍କୁଲକୁ ଯାଇନପାରିଥିବା ଅଭିଯୋଗ ହୋଇଛି । ପୋଲର ଉଚ୍ଚତା କମ୍ ଥିବାରୁ ଅସରାଏ ବର୍ଷା ହେଲେ ଏଭଳି ସମସ୍ୟା ଦେଖାଦେଉଛି ।

ସୋମବାର ଦିନ ମଧ୍ୟ ବନ୍ୟା ପାଣି ଗାଁ ଲୋକଙ୍କ ରାସ୍ତା ଅବରୋଧ କରିଥିଲା । ବର୍ଷା ଦିନ ହେଲେ ଗାଁ ଲୋକ ଏଭଳି ସମସ୍ୟା ଭୋଗୁଥିବା ବେଳେ, ଉଚ୍ଚ ସେତୁ ନିର୍ମାଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।…

Advertisment
Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ