Farmer Food Stock Completely Destroyed
ବନ୍ୟାରେ ବାଲେଶ୍ବର ଜିଲ୍ଲାର ଜଳେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୁବର୍ଣ୍ଣରେଖାର ବନ୍ୟାପାଣିରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି । ଚଳିତ ବର୍ଷ ବାରମ୍ବାର ବନ୍ୟା ଯୋଗୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। କ୍ଷେତରେ ଧାନ ତଳି ନଷ୍ଟ ହୋଇଯାଇଛି । ବନ୍ୟା ପାଣି ଛାଡିଲେ ପୁଣି ଚାଷୀ ତଳି ପକାଇ ଚାଷ କରିବା ଆଉ ସମ୍ଭବ ନୁହେଁ। ତେଣୁ ଏଭଳି ପରିସ୍ଥିତିରେ କେମିତି ବର୍ଷକର ଦାନା ଯୋଗାଡ଼ କରିବ ଚାଷୀ ସେନେଇ ଚିନ୍ତାରେ ପଡ଼ିଛି ।
ଏପଟେ ଭଦ୍ରକରେ ପୁଣି ସତର୍କ ସଙ୍କେତ ଉପରେ ବୈତରଣୀ। ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟଠାରେ ବୈତରଣୀ ନଦୀର ସତର୍କ ସଂକେତ ପାର କରିଛି। ଆଖୁଆପଦାରେ ସତର୍କ ସଙ୍କେତ ୧୭ ଦଶମିକ ୮୩ ମିଟର ଓ ବିପଦ ସଂକେତ ୧୮ ଦଶମିକ ୩୩ ମିଟର ରହିଛି । ଆଜି ସକାଳ ୭ଟା ସୁଦ୍ଧା ଜଳସ୍ତର ୧୮ ଦଶମିକ ୧୨ ମିଟରରେ ପ୍ରବାହିତ ହେଉଛି । ତେବେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାର ସୂଚନା ମିଳିଛି ।
ଅନ୍ୟପଟେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲ୍ଲାରେ ଲାଗିରହିଛି ବର୍ଷା। ଆଜି ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ପ୍ରବଳ ବର୍ଷା ନେଇ ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ରହିଛି। ବଜ୍ରପାତ ପାଇଁ ସତର୍କ ରହିବାକୁ କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753939690.jpg)