Advertisment

ବର୍ଷା ଛାଡିଥିଲେ ବି ସୁଧୁରିନି ବନ୍ୟା ସ୍ଥିତି,ଯମଯନ୍ତ୍ରଣା ଦେଉଛି ବନ୍ୟାଜଳ

କେଉଁଠି ପାଣି ତ କେଉଁଠି ଖାଦ୍ୟ ପାଇଁ ହାହାକାର । ବର୍ଷା ଛାଡିଥିଲେ ବି ସୁଧୁରିନି ବାଲେଶ୍ବରର ବନ୍ୟା ସ୍ଥିତି ।

ଅଦ୍ୟତନ ହୋଇଛି
Balasore Gets Most Affected In Flood

Flood Crisis Keeps Worsening

Advertisment

ବର୍ଷା ଛାଡିଥିଲେ ବି ବିଗିଡି ଚାଲିଛି ବାଲେଶ୍ବରର ବନ୍ୟା ସ୍ଥିତି। ଉପରମୁଣ୍ଡରେ ଅଧିକ ବର୍ଷା ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍ ଗାଲୁଡିହି ବ୍ୟାରେଜ ଗେଟ୍ ଖୋଲିବା ଯୋଗୁଁ ଉବୁଟୁବୁ ସ୍ଥିତି। ଜଳେଶ୍ବର ସମେତ ୪ଟି ବ୍ଲକର ୩ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ପାଣି ଘେରରେ ରହିଛି।

Advertisment

ଚଳିତ ବନ୍ୟାରେ ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ୪ ଦିନ ହେଲା ଯମଯନ୍ତ୍ରଣା ଦେଉଛି ସୁବର୍ଣ୍ଣରେଖାର ବନ୍ୟାଜଳ। ଖରା ବାହାରିବା ପରେ, ବଜାରକୁ ଯାଇ ଆଳୁ-ପିଆଜ ଓ ଚୁଡ଼ା ବିସ୍କୁଟ କିଣୁଛନ୍ତି ଲୋକେ।ହେଲେ ଦହଗଞ୍ଜ କରୁଛି ପିଇବା ପାଣି ସମସ୍ୟା। ବଢ଼ିପାଣିରେ ଅଧିକାଂଶ ନଳକୂଅ ବୁଡ଼ିଯାଇଥିବାରୁ, ଜଳ ଘେରରେ ଥାଇବି ଦେଖାଦେଇଛି ଜଳ ସଂକଟ।

ଅଧିକ ପଢନ୍ତୁ : ବାଲେଶ୍ୱରରେ ବନ୍ୟା ବିତ୍ପାତ,ନଦୀ ବନ୍ଧ ଉପରେ ରାତି କାଟିଲେ ବିପନ୍ନ

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା ଓ ଭୋଗରାଇ । ସବୁଠି ଏଇ ସମାନ ଚିତ୍ର। ୩ଟି ଯାକ ବ୍ଲକର ଶତାଧିକ ଗାଁରେ ବନ୍ୟାସ୍ଥିତି ଏବେବି ଗମ୍ଭୀର । ଭୋଗରାଇ ବ୍ଲକ୍ କୁସୁଡ଼ା ଗାଁ। ଜଳମଗ୍ନ ଘରଦ୍ୱାର, ରାସ୍ତାରେ ଚାଲୁଛି ଭେଳା। ଜଳବନ୍ଦୀ ଗାଁଗୁଡ଼ିକ ପାଇଁ ଭେଳା, ଦେଶୀ ଡଙ୍ଗା ଓ ସରକାରୀ ପାୱାର ବୋଟ୍ ଆଦି ଯାତାୟାତର ଏକମାତ୍ର ମାଧ୍ୟମ। ତେବେ ଏଥିରେ ବହୁ ମହିଳା ଓ ଶିଶୁ ଜ୍ୱରରେ ପୀଡ଼ିତ ହୋଇ ହସ୍ପିଟାଲକୁ ବିପଦସଂକୁଳ ଅବସ୍ଥାରେ ଯାଉଥିବା ଦେଖିବାକୁ ମିଳିଛି। ତେବେ ଦିନେ ଦୁଇଦିନ ଭିତରେ ଜଳସ୍ତର କମିଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

Advertisment

Floods Odisha Floods Flood In Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ