Flight Services From Bhubaneswar
ଭୁବନେଶ୍ୱରରୁ UAEକୁ ସିଧାସଳଖ ଉଡ଼ିଲା ବିମାନ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହି ସେବା ଆଜିଠୁ ଆରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ତିନି ଦିନ ଉଡାଣ ଭରିବ ବିମାନ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିମାନସେବା କ୍ଷେତ୍ରରେ ଓଡ଼ିଶା ଏକ ଉଚ୍ଚ ସୋପାନକୁ ଯିବା ଆରମ୍ଭ କରିଛି । ଏହି ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଓଡ଼ିଶାବାସୀଙ୍କ ବହୁ ଦିନର ଆଶା ଥିଲା ।
ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ନ୍ୟୁ ଡେଷ୍ଟିନେସନ ପଲିସି ଅଧୀନରେ ଆରମ୍ଭ ହୋଇଛି। ଆଜି ଯେଉଁ ବିମାନ ଆବୁଧାବି ଗଲା ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଏହି ସେବା ଆରମ୍ଭ ଗଲା । ଏହି ବିମାନରେ 180 ଜଣ ଯାତ୍ରୀ ଭୁବନେଶ୍ୱରରୁ ଆବୁଧାବିକୁ ଗଲେ ।"
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଯେବେଠାରୁ ନୂଆ ସରକାର ଦାୟିତ୍ୱ ନେଲେ ବିଶେଷ କରି ମିଡିଲ୍-ଇଷ୍ଟ ଦେଶ ଗୁଡ଼ିକ ସହ ଓଡ଼ିଶା ଯୋଡିହେବାର ସୁଯୋଗ ଆସଲା । ସିଧାସଳଖ ଓଡ଼ିଶା ସହ ସୁସମ୍ପର୍କ ପ୍ରତିଷ୍ଠା ହେବା ସହ ପର୍ଯ୍ୟଟନ , ପୁଞ୍ଜିନିବେଶ, ଓ ବାଣିଜ୍ୟିକ କ୍ଷେତ୍ରରେ ଲାଭଦାୟକ ହେବ । ଏହି ବିମାନରେ କାର୍ଗୋ ସେବା ମଧ୍ୟ ଆରମ୍ଭ ହୋଇଛି । ବିଶେଷ କରି କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, ରାୟଗଡ଼ା ଯେଉଁଠି ଭଲ ଆମ୍ବ ଉତ୍ପାଦନ ହେଉଛି ସେଠାରୁ 50 ଟନ୍ ଆମ୍ରପଲି ଆମ୍ବ ପଠାଯାଇପାରିଲା । ଆଜି ବିଶାଖପାଟଣାକୁ ମଧ୍ୟ ପୁନର୍ବାର ବିମାନ ସେବା ଆରମ୍ଭ ହେବାକୁ ଯାଉଛି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us