Advertisment

ଆଜି ସକାଳ ୮ଟାରୁ ଭୁବନେଶ୍ବରରେ ସ୍ବାଭାବିକ ହେବ ବିମାନସେବା

ଆଜି ସକାଳ ୮ଟାରୁ ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହେବ ।  ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି ।

ଅଦ୍ୟତନ ହୋଇଛି
Flight operations

Flight operations

Advertisment

ଆଜି ସକାଳ ୮ଟାରୁ ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହେବ ।  ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି । ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା ।

Advertisment

ଏପଟେ ବହିଲା ଅଣଚାଷ ପବନ, ଟଳିପଡ଼ିଲା ଗଛଲତା। ଭାଙ୍ଗିଲା ଚାଳ ଛପର ଘର। ମଧ୍ୟରାତ୍ରରୁ ତାଣ୍ଡବ ରଚିଥିବା ବାତ୍ୟା ଦାନା ବହୁ ଅଞ୍ଚଳରେ ନିଜର ତାଉ ଦେଖାଇଛି। ଏବେ ଶେଷ ପର୍ଯ୍ୟାୟରେ ରହିଛି ଭୀଷଣ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ରାତି ପ୍ରାୟ ୧୨ଟା ୫ ମିନିଟରୁ ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍। 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା। ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। 

Advertisment

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ା ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛଲତା। 

ଏପରିକି ଝଡ଼ ବର୍ଷାବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବନ୍ୟଜନ୍ତୁ। ରାତି ତମାମ କ୍ୟାମେରାରେ କଏଦ୍ ହୋଇଥିଲା ବାତ୍ୟା ପ୍ରଭାବର ଚିତ୍ର। ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି। 

Advertisment
Airport Cyclone Flight Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ