Advertisment

ମିଳିଲା ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ରଙ୍କ ପତ୍ତା; ସୁରକ୍ଷିତ ଭାବେ ଉଦ୍ଧାର କଲା ବନବିଭାଗ

ସପ୍ତଶଯ୍ୟା ପାହାଡରେ ବାଟବଣା ସମସ୍ତ ପାଞ୍ଚ ଜଣ ଛାତ୍ର ମିଳିଲା ପତ୍ତା। ରାତି ପ୍ରାୟ ସାଢେ ୧୧ଟା ସମୟରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଅଦ୍ୟତନ ହୋଇଛି
Students Rescued From Saptasajya Hill

Saptasajya Hill

Advertisment

ମିଳିଲା ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ରଙ୍କ ପତ୍ତା। ଢେଙ୍କାନାଳ ବନ ବିଭାଗ ଓ ପୋଲିସ ସେମାନଙ୍କୁ ଗତକାଲି ରାତିରେ ଖୋଜାଖୋଜି କରିବା ପରେ ଉଦ୍ଧାର କରିଛି। । ରାତି ପ୍ରାୟ ସାଢେ ୧୧ଟାରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।

Advertisment

ଗତକାଲି କଟକରୁ ଢେଙ୍କାନାଳର ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିଲେ ୫ ସାଙ୍ଗ । ପରେ ସପ୍ତଶଯ୍ୟା ପାହାଡ ଉପରକୁ ଚଢିଥିଲେ ପାଞ୍ଚ ଛାତ୍ର। କିନ୍ତୁ ପ୍ରବଳ ବର୍ଷା ହେବା ପରେ ପାହାଡ ଉପରେ ସେମାନେ ରହି ଯାଇଥିଲେ । ସେଠାରେ କାହାର ବି ଫୋନ ମଧ୍ୟ ଲାଗୁନଥିଲା । ସନ୍ଧ୍ୟା ହୋଇଯିବାରୁ ଆଉ ବାଟ ନପାଇ ଫେରି ପାରି ନଥିଲେ ୫ ସାଙ୍ଗ।

ଅଧିକ ପଢ଼ନ୍ତୁ: ୧୬ ବର୍ଷ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି; କାନ୍ଦି କାନ୍ଦି କଷ୍ଟ ଜଣାଇଲେ ସୂର୍ଯ୍ୟକାନ୍ତ...

Advertisment

ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଥିଲା। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ପିଲାମାନଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଥିଲେ। ଏଥିସହ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଗତକାଲି ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଘଞ୍ଚ ଜଙ୍ଗଲରେ ପିଲାଙ୍କୁ ଖୋଜିବା ବନ ବିଭାଗ ପାଇଁ କାଠିକର ପାଠ ହୋଇ ପଡ଼ିଥିଲା। ଏହାସତ୍ତ୍ୱେ ରାତି ପ୍ରାୟ ସାଢେ ୧୧ଟା ପରେ ସେମାନଙ୍କୁ ବନ ବିଭାଗ ଓ ପୋଲିସ ଟିମ୍‌ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହାପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି।

Advertisment

Student Missing Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ