Advertisment

Biofix Plant Set Up In Puri: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ...

ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ସହଯୋଗରେ ଦୈନିକ ତିନି ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ସ୍ଥାପିତ ହୋଇଥିବା ବେଳେ, ଏହାର ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

undefined

Odisha First Biofix Plant Set Up in Puri

Advertisment

ଚାଷଜମିକୁ ଉର୍ବର କରିବ ପୁରୀ ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁ। ଚାଷୀଙ୍କ କାମରେ ଲାଗିବ ବାସି ପୂଜାଫୁଲ, ତୁଳସୀପତ୍ର, ରୋଷଘରରୁ ବାହାରୁଥିବା ପେଜ ଓ ପରିବାଚୋପା। ଏସବୁ ବର୍ଜ୍ୟରୁ ଜୈବିକ ସାର ପ୍ରସ୍ତୁତ କରିବାକୁ ପୁରୀ ମାଳତିପାଟପୁର ଠାରେ ପ୍ରତିଷ୍ଠା ହୋଇଛି ବାୟୋଫିକ୍ସ ପ୍ଲାଣ୍ଟ। ଶ୍ରୀମନ୍ଦିରରେ ସ୍ବଚ୍ଛତା ବଜାୟ ରଖିବା ଦିଗରେ ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ସୁଆର ମହାସୁଆର ନିଯୋଗ କହିଥିବା ବେଳେ, ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Advertisment

ଶ୍ରୀମନ୍ଦିର ବର୍ଜ୍ୟରୁ ପ୍ରସ୍ତୁତ ହେବ ଜୈବିକ ସାର । ପୂଜା ଫୁଲ ଓ ତୁଳସୀଠୁ ରୋଷଘର ଆବର୍ଜନା । ଜୈବ ବର୍ଜ୍ୟରୁ ବନିବ କମ୍ପୋଷ୍ଟ ଓ ବାୟୋଗ୍ୟାସ୍ । ପୁରୀ ମାଳତୀପାଟପୁରରେ ସ୍ଥାପିତ ହୋଇଛି ଏହି ବାୟୋଫିକ୍ସ ପ୍ଲାଣ୍ଟ। ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟ ପରିଚାଳନା ପାଇଁ ବଡ଼ ବଡ଼ ମେସିନ୍ ତୟାର୍, ଅଭିଜ୍ଞ କର୍ମଚାରୀ ବି ତୟାର୍। ଶ୍ରୀମନ୍ଦିରରୁ ବାହାରୁଥିବା ପବିତ୍ର ବର୍ଜ୍ୟସାମଗ୍ରୀ ଯଥା- ନଷ୍ଟ ହୋଇଯାଉଥିବା ମହାପ୍ରସାଦ, ବାସି ଫୁଲ ଓ ତୁଳସୀ, ରୋଷଘରରୁ ବାହାରୁଥିବା ପନିପରିବା ଚୋପା, ନଡ଼ିଆ କତା ଓ ଷଢ଼େଇ ଆଦି ପ୍ରକ୍ରିୟାକରଣ କରି ଏଠାରେ କମ୍ପୋଷ୍ଟ ଖତ ଓ ବାୟୋଗ୍ୟାସ୍ ପ୍ରସ୍ତୁତ ହେବ। 

ଅଧିକ ପଢ଼ନ୍ତୁ : ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର, ରାମ ମନ୍ଦିର ସହ ରହିଛି ଏମିତି ସମ୍ପର୍କ

Advertisment

ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ସହଯୋଗରେ ଦୈନିକ ତିନି ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ସ୍ଥାପିତ ହୋଇଥିବା ବେଳେ, ଏହାର ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେପଟେ ଏହି ପ୍ଲାଣ୍ଟ୍ କାର୍ଯ୍ୟକାରୀ ହେଲେ ପରୋକ୍ଷରେ ହେଉ ପଛେ, ମହାପ୍ରଭୁଙ୍କ ସେବାର ସୌଭାଗ୍ୟ ମିଳିବ ବୋଲି କହିଛନ୍ତି ବାୟୋଫିକ୍ସ ଯନ୍ତ୍ରୀ ଓ ଅଧିକାରୀ।

ପ୍ରଥମେ ଗୋବରରୁ ବାୟୋଗ୍ୟାସ୍ ଓ ବିଦ୍ୟୁତ ଉତ୍ପାଦନ କରି, ଏହାକୁ ସେହି ପ୍ଲାଣ୍ଟରେ ଉପଯୋଗ କରିବାକୁ ଯୋଜନା ରହିଛି। ଏହାପରେ ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର । ଏହାଦ୍ବାରା ଶ୍ରୀମନ୍ଦିର ପରିସର ମଧ୍ୟ ଅଧିକ ପରିଷ୍କାର ପରିଚ୍ଛନ୍ନ ରହିବ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିରରୁ କୌଣସି ବର୍ଜ୍ୟବସ୍ତୁ ସେଠାକୁ ଯାଇନାହିଁ।  ସୁଆର ମହାସୁଆର ନିଯୋଗକୁ ବି କୌଣସି ସୂଚନା ଦିଆଯାଇନଥିବା ସେମାନେ କହିଛନ୍ତି। ତେବେ ଆଗକୁ ଜୈବିକ ଚାଉଳରେ ଶ୍ରୀଅନ୍ନ ପ୍ରସ୍ତୁତ ହେବାକୁ ଯାଉଥିବା ବେଳେ, ଜୈବିକ ସାର ପ୍ରସ୍ତୁତ ପାଇଁ ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ।

Advertisment

ଅଧିକ ପଢ଼ନ୍ତୁ : 'ବସିବାକୁ ମତେ ଗୋଟେ ଭଙ୍ଗା ସିଟ୍ ଦେଲେ'... ଏୟାର ଇଣ୍ଡିଆକୁ ଗାଳିଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ 'ଚିଟର୍'

Puri Jagannath Temple Sri Mandir Shree Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ