ମହାନତା ଦେଖାଇଲେ ଅଗ୍ନିଶମ ବାହିନୀ କର୍ମଚାରୀ, ଉଛୁଳା ନାଳରେ ରୋଗୀଙ୍କୁ କରାଇଲେ ପାର

ଅତି ସତର୍କତାର ସହ ଦଉଡି ସାହାର୍ଯ୍ୟରେ ଟ୍ୟୁବ୍‌ ପକାଇ ମହିଳାଙ୍କୁ ନାଳ ପାର କରାଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ।

Rescue Operation

ମହାନତା ଦେଖାଇଲେ ଅଗ୍ନିଶମ ବାହିନୀ କର୍ମଚାରୀ । ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଉଛୁଳା ନାଳରେ ରୋଗୀଙ୍କୁ ପାର କରାଇଲେ । ପାଦେ ପାଦେ ଥିଲା ବିପଦ। ଅତି ସତର୍କତାର ସହ ଦଉଡି ସାହାଯ୍ୟରେ ଟ୍ୟୁବ୍‌ ପକାଇ ମହିଳାଙ୍କୁ ନାଳ ପାର କରାଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ସାହିରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି । ଗାଁର ସିପେଇ ମୁଣ୍ଡା ତିନି ଦିନ ହେଲା ଅସୁସ୍ଥ ଥିଲେ । ବର୍ଷା ଯୋଗୁ ଗାଁ ମୁଣ୍ଡରେ ଥିବା ମାଳଦା ନାଳରେ ପାଣିର ପ୍ରବଳ ସ୍ରୋତ ଥିବାରୁ ହସ୍ପିଟାଲ ଯାଇ ପାରୁନଥିଲେ । ଆଜି ପାଣି କମିବା ପରେ ଭାରରେ ବୁହା ହୋଇ ମାଳଦା ନାଳ ଯାଏ ଆଣିଥିଲେ ପରିବାର ଓ ସମ୍ପର୍କୀୟ । ଆରପଟରେ ଆମ୍ବୁଲାନ୍ସ ଠିଆ ହୋଇଥିଲା । ଖବର ପାଇ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ । ଦଉଡି ଯୋଗେ ଏକ ଟ୍ୟୁବରେ ଷ୍ଟ୍ରେଚରକୁ ବାନ୍ଧି ବଢ଼ିଲା ନାଳ ପାର କରାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଯାଇଥିଲେ ହସ୍ପିଟାଲ। ପ୍ରତିବର୍ଷ ବର୍ଷା ଦିନେ ଗାଁ ଲୋକ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ।