Fire
ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଇନଫୋସିଟି ଥାନା କିଟ୍ ଛକରେ ଥିବା ଏକ କର୍ପୋରେଟ ବିଲଡିଂରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଅପରାହ୍ନ ସାଢେ ୩ଟାରୁ ନିଆଁ ଲାଗିଛି ଯେ, ଥମିବାର ନାଁ ଧରୁନି। ପ୍ରାଥମିକ ଭାବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ତୃତୀୟ ମହଲାରେ ଏକ ବ୍ୟାଙ୍କ ସହ ଏକ ଜୋତା ସୋରୁମ ଓ ପତଞ୍ଜଳୀର ଗୋଦାମ ଘର ରହିଛି। ଏଥିସହ ଏକ ବିଲ୍ଡର ଅଫିସ୍ ସହ ଏକ ଗେଷ୍ଟହାଉସ ମଧ୍ୟ ରହିଛି। ପର୍ଯ୍ୟାୟ କ୍ରମେ ଅଗ୍ନିଶମର ୬ଟି ଟିମ୍ ସହ ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ବ୍ୟବହାର କରି ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବି ଆୟତ୍ତକୁ ଆସିପାରିନି ନିଆଁ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ସଂପର୍କିତ ଖବର ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Fire_1711116549.jpg)