Advertisment

FIR Filed Against 7 Sevayats: ରଥ ଉପରକୁ ନେଇଥିଲେ ମୋବାଇଲ୍: ୭ ସେବାୟତଙ୍କ ନାଁରେ FIR…

ସିଂହଦ୍ବାର ଥାନାରେ ୭ ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେ।

ଅଦ୍ୟତନ ହୋଇଛି
FIR Filed Against 7 Sevayats

FIR Filed Against 7 Sevayats

Advertisment

ରଥ ଉପରକୁ ମୋବାଇଲ୍ ନେଇଥିବା ୭ ସେବାୟତଙ୍କ ନାଁରେ ଏତଲାସିଂହଦ୍ବାର ଥାନାରେ ୭ ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେସେମାନଙ୍କ ନାଁରେ ଏତଲା ପାଇଁ ସିଂହଦ୍ବାର ଥାନାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଥିଲାଏହା କେବଳ ରଥର ପବିତ୍ରତା ନଷ୍ଟ କରିନି, ଧନଜୀବନ ପ୍ରତି ବିପଦ ହୋଇଛି ବୋଲି ଦର୍ଶାଯାଇଥିଲାଏହାପରେ ୭ ଜଣ ସେବାୟତଙ୍କ ନାଁରେ ଏତଲା ହୋଇଛି

Advertisment

ସେପଟେ ଶରଧାବାଲି ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍ଆଜି ଭୁବନେଶ୍ବରରେ ଏବଂ ଆସନ୍ତାକାଲି ପୁରୀରେ ସାକ୍ଷ୍ୟ ଗ୍ରହଣ ହେବଆଗ୍ରହୀ ବ୍ୟକ୍ତିମାନେ ଆଜି ଅପରାହ୍ଣ ୩ଟା ପରଠୁ ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥିଭବନରେ ଏବଂ ଆସନ୍ତାକାଲି ଅପରାହ୍ଣ ୩ଟା ପରଠୁ ପୁରୀ ସ୍ପେଶାଲ ସର୍କିଟ୍ ହାଉସ୍ ରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ କରିପାରିବେ

ଏଥିସହ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସଂପର୍କରେ କେହି ବ୍ୟକ୍ତି କିମ୍ବା ସଂସ୍ଥା କୌଣସି ସୂଚନା, ତଥ୍ୟ ଓ ଭିଡିଓ ଫୁଟେଜ୍ ଆଦି ଦେବାକୁ ଚାହୁଁଥିଲେ, ଏଥିପାଇଁ ଇମେଲ୍ ID ଓ ଟେଲିଫୋନ୍ ନମ୍ବର ଜାରି କରାଯାଇଛି puri tragedy.enquiry@odisha.gov.inରେ ଏସବୁ ପଠାଇବାକୁ କିମ୍ବା ଟେଲିଫୋନ୍ ନଂ-୦୬୭୪-୨୫୩୬୮୮୨ କିମ୍ବା ୦୬୭୪-୨୩୯୧୯୭୦ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି

Advertisment

ଏପଟେ ନିଳାଦ୍ରୀବିଜେ ପରେ ଘୋଷଯାତ୍ରା ଶେଷ ହୋଇଛି ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କର ଲୀଳାଖେଳା ଆରମ୍ଭ ଆଜି ବାହାରିବ ନୀଳାଚଳ ଅବଢାମହାପ୍ରଭୁ ରତ୍ନବେଦୀକୁ ବିଜେ ପରେ ପୁଣି ଦୈନନ୍ଦିନ ନୀତିକାନ୍ତି ସ୍ବାଭାବିକ ହୋଇଛି ୧୩ ଦିନ ପରେ ନୀଳାଚଳ ଅବଢା ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛିଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦଭକ୍ତମାନେ ୧୩ଦିନ ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ସୁଯୋଗ ପାଇବେନୀଳାଦ୍ରି ବିଜେ ପରେ ରତ୍ନସିଂହାସନରେ ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଅନ୍ନବ୍ୟଞ୍ଜନ ନୀଳାଚଳ ଅବଢ଼ା ଭାବେ ପରିଚିତ...

ଅଧିକ ପଢନ୍ତୁ: ରଥଯାତ୍ରା ସରୁ ସରୁ ଶ୍ରୀମନ୍ଦିରକୁ ବିପଦ ଆଶଙ୍କା !

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ