Advertisment

Special Story: ଝିଅ କହି ପର ହାତକୁ ଟେକି ଦେଉଥିଲେ ବାପା, ଜେଜେ ମା’ କୋଳରେ ବଢି ହେଲେ ଟପ୍ପର

ଏ ନାତୁଣୀ-ବୁଢୀମାଙ୍କ କାହାଣୀ ଶୁଣିଲେ, ଆଖି ଛଳ ଛଳ ହୋଇଯିବ । କାହିଁକିନା, କାବେରୀ ଯେତେବେଳେ ୯ ଦିନରେ ହୋଇଥିଲା ବାପା ତାକୁ ପର କରିଦେଇଥିଲେ, ଝିଅଟିଏ ହୋଇଛି କହି ଅନ୍ୟ କାହା ହାତକୁ ଟେକି ଦେବାକୁ ମନସ୍ଥ କରିଥିଲେ ।

ଜେଜେ ମା ପାଳି ଟପ୍ପର କଲେ

ଜେଜେ ମା ପାଳି ଟପ୍ପର କଲେ

Advertisment

ଆଉ ଜଣେ ରେବତୀର ବୁଢି ମା’... ସେ ରେବତୀ ବୁଢି ମା’ ସିନା ଚୁଲି, ନିଆଁ କହି ନାତୁଣୀ ପାଠପଢାରେ ଡୋରି ଲଗାଉଥିଲା, ଝିଅ ପଢିଲେ ବାପା ଉପରେ କୁଆଡ଼େ ବିପଦ ପଡିବ କହି ଝିଅକୁ ପାଠ ନପଢ଼ିବାକୁ କହୁଥିଲା, ହେଲେ ଏ ବୁଢୀ ମା’ ନାତୁଣୀ ପଢା ପାଇଁ କାନି ପତାଇ ଭିକ ମାଗୁଛି... ଆଉ କହୁଛି- ମୋ ନାତୁଣୀକୁ ତା ସ୍ୱପ୍ନ ପୂରଣରେ ସହାୟ ହୁଅ, ତା ପାଠପଢା ଖର୍ଚ୍ଚ ପାଇଁ ସରକାର ସାହାଯ୍ୟ କର ।

Advertisment

ଅଧିକ ପଢ଼ନ୍ତୁ: ମାସକ ପରେ ମୋହନ ସରକାରର ପ୍ରଥମ ବର୍ଷ ପୂରାଣି, ଅକଳରେ ପକାଇଛି ବିଜେଡି ଉପରେ ନୋ-ଆକ୍ସନ ନୀତି

ଏ ନାତୁଣୀ-ବୁଢୀମାଙ୍କ କାହାଣୀ ଶୁଣିଲେ, ଆଖି ଛଳ ଛଳ ହୋଇଯିବ । କାହିଁକିନା, କାବେରୀ ଯେତେବେଳେ ୯ ଦିନରେ ହୋଇଥିଲା ବାପା ତାକୁ ପର କରିଦେଇଥିଲେ, ଝିଅଟିଏ ହୋଇଛି କହି ଅନ୍ୟ କାହା ହାତକୁ ଟେକି ଦେବାକୁ ମନସ୍ଥ କରିଥିଲେ । କିନ୍ତୁ ବୁଢୀ ମା’ ପୁଅକୁ ପର କରି ନାତୁଣୀକୁ କୋଳେଇ ନେଇଥିଲେ । ଝିଅ ହେଲା କ’ଣ ହେଲା, ପାଳିବାକୁ ସମ୍ବଳ ନ ଥିଲା କ’ଣ ହେଲା, ତଥାପି ମୁଁ କାବେରୀକୁ ରଖିବି, ମୋ ନାତୁଣୀକୁ କୋଟିଏରେ ଗୋଟିଏ କରିବି କହି କାବେରୀକୁ ଆଶ୍ରୟ ଦେଇଥିଲେ ।

Advertisment

ଆଉ ସେବେଠାରୁ ବଡ଼ ପୁଅବୋହୂଠୁ ଅଲଗା ରହି ତାକୁ କୋଳେଇ କାଖେଇ ବଡ଼ କରିଛନ୍ତି, ପାଠ ପଢାଇ ଶିକ୍ଷିତ କରାଇଛନ୍ତି। ଆଉ ଏସବୁ ହେଉଛି କାବେରୀ ଶିକ୍ଷାର ପ୍ରତିଫଳନ, କେତେ ସମ୍ମାନ ଆଉ କେତେ ସାର୍ଟିଫିକେଟ୍ । ଭଙ୍ଗା ଘରଟିରେ କାବେରୀ ଏସବକୁ ସାଇତି ସଜେଇ ରଖିଛି । ତୃତୀୟ, ପଞ୍ଚମରେ ବୃତ୍ତି, ଷଷ୍ଠ ଶ୍ରେଣୀରେ ପଠାଣି ସାମନ୍ତ, ଅଷ୍ଟମରେ NNMS ଓ ନବମରେ NRTS ପାଇ ଏବେ ଦଶମରେ ଏୱାନ୍ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଗକୁ କଲେକ୍ଟରଟିଏ ହୋଇ ଜିଲ୍ଲା ତଥା ରାଜ୍ୟର ନାଁ ରଖିବାକୁ ଇଚ୍ଛା ରଖିଛନ୍ତି କାବେରୀ ।

ମାତ୍ର ପଢା ଖର୍ଚ୍ଚ ପାଇଁ ସମ୍ବଳ ନ ଥିବାରୁ ଭାଙ୍ଗି ପଡ଼ିଛନ୍ତି ଜେଜେ ମା’। ଦାଦା, ଖୁଡ଼ୀ, ଗାଁ ସାହି ଲୋକଙ୍କ ପାଇଁ ଏଯାଏଁ ପଢିପାରିଲା, ଆଗକୁ ସରକାର ନାତୁଣୀର ପଢା ଖର୍ଚ୍ଚ ବହନ କଲେ କାବେରୀ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତା ବୋଲି ଜେଜେ ମା’ କହିଛନ୍ତି ।

Advertisment

Odisha Matric Results Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ