Advertisment

Orphan Child: ପୂରିନି ବର୍ଷେ; ଦଇବ ଦେଲା ଦୁଃଖ, ଅନାଥ ହେଲେ ୨ଛୁଆ

ରମେଶ ମୁଣ୍ଡାଙ୍କର ଥିଲା ଖସଖୁସିର ପରିବାର। ସ୍ତ୍ରୀ ରଶ୍ମିତା ମୁଣ୍ଡା, ୧୦ବର୍ଷର ପୁଅ ସଞ୍ଜୟ ଓ ୬ବର୍ଷର ଝିଅକୁ ନେଇ ତୋଳିଥିଲେ ସ୍ୱପ୍ନର ଘର। ବେଶ୍ ଆନନ୍ଦରେ ନିଜ ପରିବାର ଚଳାଇ ନେଉଥିଲେ ରମେଶ। ହଠାତ୍ ସେହି ପରିବାର ଉପରେ ଯେପରି କାହାର ଲାଗିଗଲା ନଜର ।

ଅଦ୍ୟତନ ହୋଇଛି
orphan child

orphan child

Advertisment

କାନ୍ଦ ବୋବାଳିରେ ଫାଟିପଡୁଛି ଘର...। ଦାଣ୍ଡ ଦୁଆରେ ଚାଲିଛି କୋକେଇ ବନ୍ଧା। ମା’ଯିବାର ବର୍ଷେ  ପୂରି ନାହିଁ ଚାଲିଗଲେ ବାପା।  ମା’ପରେ ବାପାକୁ ହରାଇଲା ପରେ ଦୁଇ ଛୁଆ କାନ୍ଦି କାନ୍ଦି ମାଟିରେ ଲୋଟି ପଡ଼ୁଛନ୍ତି। ପରିବାର ଲୋକେ ମଧ୍ୟ ଛାତି ଫଟାଇ ଚିତ୍କାର କରୁଛନ୍ତି।

Advertisment

ବାପା ମା’ଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ୨ ପିଲା। କେତେ ନିର୍ଦ୍ଦୟ ତୁ ଦଇବ...। ପ୍ରଥମେ ମା’କୁ ନେଇଗଲୁ...। ତା’ପରେ ବାପାଙ୍କୁ ମଧ୍ୟ ଆମ ପାଖରୁ ଛଡ଼ାଇ ନେଲୁ...। କାହିଁକି ଏମିତି ଆମ ସହ କଲୁରେ..। ବାପାମା’ଙ୍କୁ ହରାଇ ଆମେ ଅନାଥ ହୋଇଗଲୁ। ଆମେ କେମିତି ବଞ୍ଚିବୁରେ....। ଏପରି କହି ବାହୁନି ବାହୁନି କାନ୍ଦୁଛନ୍ତି ଦୁଇ ପିଲା। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ କଲାବିଲା ଗାଁ ହୁଡି ତଳ ସାହିରେ।

ଅଧିକ ପଢ଼ନ୍ତୁ: ଠକିଦେଲେ ବାପାମା’; ଜଙ୍ଗଲରୁ ଫେରିଲେନି, ଅନାଥ ହୋଇଗଲା କୁନି ଝିଅ

ରମେଶ ମୁଣ୍ଡାଙ୍କର ଥିଲା ଖସଖୁସିର ପରିବାର। ସ୍ତ୍ରୀ ରଶ୍ମିତା ମୁଣ୍ଡା ୧୦ବର୍ଷର ପୁଅ ସଞ୍ଜୟ ଓ ୬ବର୍ଷର ଝିଅକୁ ନେଇ ତୋଳିଥିଲେ ସ୍ୱପ୍ନର ଘର। ବେଶ୍ ଆନନ୍ଦରେ ନିଜ ପରିବାର ଚଳାଇ ନେଉଥିଲେ ରମେଶ। ହଠାତ୍ ସେହି ପରିବାର ଉପରେ ଯେପରି କାହାର ଲାଗିଗଲା ନଜର । 

Advertisment

ସ୍ତ୍ରୀ ରଶ୍ଜିତାଙ୍କୁ ଜ୍ୱର ହେଲା। ଯେତେ ମେଡିସିନ ଖାଇଲେ ମଧ୍ୟ ଜ୍ୱର ଛାଡ଼ିଲାନି। ଶେଷରେ ରଶ୍ଜିତାଙ୍କ ଜୀବନ ଚାଲିଗଲା। ମା’ ଗଲାପରେ ଦୁଇ ପିଲା ବାପା ମୁହଁକୁ ଚାହିଁ ବଞ୍ଚିଥିଲେ। ବାପା ମଧ୍ୟ ୨ ଛୁଆଙ୍କ ମୁହଁକୁ ଚାହିଁ ଜୀବନ କାଟୁଥିଲା। ସେମାନଙ୍କର ସେତକ ଖୁସି ସହିଲାନି ଦଇବ। ରମେଶ ହଠାତ୍ କିଡନୀ ରୋଗରେ ଆକ୍ରାନ୍ତ ହେଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ବାପାମା’କୁ ହରାଇ ଏବେ ଦୁଇ ଛୁଆ ଭାଙ୍ଗି ପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ: କଳାହାଣ୍ଡିର ଅନାଥ ଝିଅ ଏବେ ଇଟାଲିର ଅଲିଅଳୀ କନ୍ୟା, ତଥାପି ଭୁଲିନାହାଁନ୍ତି ଜନ୍ମମାଟି

Advertisment
Kendujhar Orphan Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ