Advertisment

Potato Cultivation: ସଙ୍କଟରୁ ଉଦ୍ଧାର କରିବାକୁ ଯାଇ ସଙ୍କଟରେ ଚାଷୀ

ରାଜ୍ୟରେ ଆଳୁ ସଙ୍କଟ ଏଡାଇବାକୁ ସରକାର ଆରମ୍ଭ କରିଛନ୍ତି ଆଳୁ ମିଶନ। ଏହି ମିଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି। ଆଉ ସରକାରୀ ପ୍ରୋତ୍ସାହନ ପାଇ ଦୁଇ ପଇସା ଲାଭ ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଶତାଧିକ ଚାଷୀ ଧାନ ମାଣ୍ଡିଆ ଛାଡ଼ି ଲାଗିପଡିଛନ୍ତି ଆଳୁ ଚାଷରେ।

ଅଦ୍ୟତନ ହୋଇଛି
Potato Cultivation

Potato Cultivation

Advertisment

ରାଜ୍ୟରେ ଆଳୁ ସଙ୍କଟ ଏଡାଇବାକୁ ସରକାର ଆରମ୍ଭ କରିଛନ୍ତି ଆଳୁ ମିଶନ। ଏହି ମିଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି। ଆଉ ସରକାରୀ ପ୍ରୋତ୍ସାହନ ପାଇ ଦୁଇ ପଇସା ଲାଭ ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଶତାଧିକ ଚାଷୀ ଧାନ ମାଣ୍ଡିଆ ଛାଡ଼ି ଲାଗିପଡିଛନ୍ତି ଆଳୁ ଚାଷରେ

Advertisment

। ସରକାର ଚଳିତ ବର୍ଷ ୬୦୦ ଟନ୍ ଆଳୁ ଅମଳର ଲକ୍ଷ୍ୟ ରଖିଥିବାବେଳେ ଅମଳ ଆଳୁକୁ ମହଜୁଦ ରଖିବାକୁ ଶୀତଳଭଣ୍ଡାର ନାହିଁ। ତେଣୁ ଜମିରୁ ଉତ୍ପାଦିତ ଆଳୁକୁ ତୁରନ୍ତ ଶାଗମାଛ ଦରରେ ଛତିଶଗଡ଼ ତଥା ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିଦେଉଛୁ ବୋଲି ଚାଷୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆଳୁ ମିଶନରେ ପଚା ବିହନ; ସଫଳ ହେବ ତ ରାଜ୍ୟ ସରକାରଙ୍କ ମିଶନ ?

ରାଇଘର ଭଳି ଉପାନ୍ତ ଅଞ୍ଚଳରେ ଚଳିତ ବର୍ଷ ୪୩୦ରୁ ଊର୍ଦ୍ଧ୍ୱ ଚାଷୀ ୭୨ ହେକ୍ଟର ଜମିରେ ଆଳୁ ଚାଷ କରିଛନ୍ତି। ଏଥୁରୁ ପ୍ରାୟ ୬୦୦ ଟନରୁ ଊର୍ଦ୍ଧ୍ୱ ଆଳୁ ଅମଳ ହୋଇପାରେ ବୋଲି ଅନୁମାନ କରାଯାଇଛି। ହେଲେ ତାକୁ ଗଚ୍ଛିତ ରଖିବାକୁ ରାଇଘର ବ୍ଲକରେ ଶୀତଳଭଣ୍ଡାରର ବ୍ୟବସ୍ଥା ନାହିଁ ନଥିବାବେଳେ ଉମରକୋଟରେ ଥିବା ଶୀତଳଭଣ୍ଡାରର ୪୦ କିଲୋମିଟର ଦୂର ପଡୁଛି। ଅନ୍ୟପଟେ କିନ୍ତୁ ଶସ୍ତାରେ ଆଳୁ ପାଇ ବ୍ୟବସାୟୀ ଓ ଘର ପାଖରେ କାମ ପାଇ ଶ୍ରମିକମାନେ ଖୁସି ଅଛନ୍ତି।

Advertisment

ସେପଟେ ରାଜ୍ୟ ସରକାର ଆଳୁଚାଷୀଙ୍କୁ ସମସ୍ତ ସହଯୋଗ କରିଛନ୍ତି ଏବଂ ଆସନ୍ତା ବର୍ଷ ଆଳୁ ଚାଷୀଙ୍କ ସଂଖ୍ୟା ବଢିବ। ରାଇଘର ବ୍ଲକରେ ଶୀତଳଭଣ୍ଡାର ନଥିବା ଯୋଗୁଁ ଉମରକୋଟ ଶୀତଳ ଭଣ୍ଡାରରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଉଦ୍ୟାନ କୃଷି ବିଭାଗ କହିଛି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ପୁଣି ଆଳୁ ସଙ୍କଟ; ମମତାଙ୍କ ମନମାନି, ୪୦ ତଳକୁ ଖସୁନି ଦର...

Advertisment
Nabarangpur Potato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ