Advertisment

ସ୍ମାର୍ଟ ମିଟର ତାତି, ଚାଷୀ ଫେରାଇଲେ ୩ ହଜାର ସ୍ମାର୍ଟମିଟର

ପୁଣି ବରଗଡ଼ରେ ସ୍ମାର୍ଟ ମିଟର ତାତି । ସ୍ମାର୍ଟମିଟର ଫେରାଉଛନ୍ତି ବରଗଡ଼ର ଚାଷୀ । ଘେଁସର ଚାଷୀ ମାନେ ଫେରାଇଲେ ୩ ହଜାର ସ୍ମାର୍ଟମିଟର । ସହିଦ ମାଧୋ ସିଂ କୃଷକ ସଂଗଠନ ନେତୃତ୍ବରେ ବିରାଟ ବିକ୍ଷୋଭ

ଅଦ୍ୟତନ ହୋଇଛି
farmer protest

farmer protest

Advertisment

ବରଗଡ଼ରେ ସ୍ମାର୍ଟ ମିଟର ତାତି। ଟାଟା ପାୱାର ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ମାର୍ଟ ମିଟରକୁ ଫେରାଇଛନ୍ତି ଚାଷୀ। ଘେଁସ ଅଞ୍ଚଳର ଶହ ଶହ ଚାଷୀ ନିଜ ଘରେ ଓ ଜମିରେ ଲାଗିଥିବା ସ୍ମାର୍ଟ ମିଟର ଟାଟା ପାୱାର ଅଫିସ ଆଗରେ ଫୋପାଡି ଦେଇଛନ୍ତି । ସହିଦ ମାଧୋ ସିଂ ଆଞ୍ଚଳିକ କୃଷି ସଂଗଠନ ଡକରାରେ ଜିଲ୍ଲାର ସବୁ ବ୍ଲକର କୃଷକ ସଂଗଠନ ମାନେ ବିରାଟ ଶୋଭଯାତ୍ରାରେ ଆସି ପ୍ରାୟ ୩ହଜାର ମିଟର ଫେରାଇଛନ୍ତି। ଅଭିଯୋଗ କରିଛନ୍ତି, ସ୍ମାର୍ଟ ମିଟର ଅଧିକ ବିଲ୍ ଆସୁଛି।

Advertisment

ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଡାକରାରେ ମୁରଲୀ ଭୋଇଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାର ସବୁ ବ୍ଲକ କୃଷକ ସଂଗଠନ ମାନେ ଯୋଗ ଦେଇଥିଲେ। ପ୍ରଥମେ ହାଇସ୍କୁଲ ପଡିଆ ଠାରେ ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ବୀର ସହିଦ ମାଧୋସିଂ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରି ହଜାର ହଜାର ବିଦ୍ୟୁତ ଉପଭୋକ୍ତା ମାନେ ଟାଟା କମ୍ପାନୀ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ଥିଲେ। ପାଖାପାଖି ୧୫ଟି ପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ୱ ମିଟର ଆଣି ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ଗ୍ରୀଡ଼ ସମ୍ମୁଖରେ ରଖିଦେଇଛନ୍ତି।

ଘର ମାନଙ୍କରେ ଲାଗିଥିବା ମିଟର ମାନଙ୍କରେ ୧୦୦୦ରୁ ୧୨ଶହ ଟଙ୍କା ବିଲ୍ ଆସୁଥିବା ବେଳେ ଚାଷ ଜମିରେ ଲାଗିଥିବା ମିଟରରେ ୩ ହଜାରରୁ ଅଧିକ ଟଙ୍କାର ବିଲ୍ ଆସୁଛି । ସେହିପରି ଲୋ-ଭୋଲଟେଜ ସମସ୍ୟା, ଅଘୋଷିତ ବିଦ୍ୟୁତ କାଟ ପ୍ରସଙ୍ଗରେ ବି ଗର୍ଜିଛନ୍ତି ଚାଷୀ । ଆଗାମୀ ଦିନରେ ଏ ଦିଗରେ ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ରତର କରିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି ।..ପୂର୍ବରୁ ମଧ୍ୟ ଜିଲ୍ଲାର ଭଟଲି ଓ କେନପାଲିରେ ଚାଷୀ ମାନେ ମିଟର ଫେରାଇଥିଲେ । ସେପଟେ ଅଭିଯୋଗ ନେଇ ଟାଟା ପାୱାରର ପ୍ରତିକ୍ରିୟା ମିଳିପାରିନି ।

Advertisment

Farmer Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ