Advertisment

Vegetable Price Down: ଟମାଟୋ କିଆରିରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ

ଦିନେ ସେଞ୍ଚୁରୀ ମାରିଥିବା ଟମାଟୋକୁ କିଲୋ ପିଛା ଦି ଟଙ୍କାରେ ବି କେହି ପଚାରୁନାହାନ୍ତି। କ୍ଷେତରେ ଟ୍ରାକ୍ଟର ମଡାଇ ଦେଲେ ଚାଷୀ।

ଅଦ୍ୟତନ ହୋଇଛି
sudargrah

sudargrah

Advertisment

ଯେଉଁ କ୍ଷେତରେ ଟ୍ରାକ୍ଟର ଚଲାଇ ସୁନାର ଫସଲ କରିଥିଲେ, ସେହି କ୍ଷେତରେ ଟ୍ରାକ୍ଟର ମଡ଼ାଇ ନଷ୍ଟ କରିଦେଲେ। ବାଡ଼ ଦେଇ ସୁରକ୍ଷା ଦେଇଥିବା କ୍ଷେତରେ ବୁଲୁଛନ୍ତି ଗୋରୁ-ଛେଳି। ଏ ହେଉଛି ଆମ ଚାଷୀଙ୍କ ଅବସ୍ଥା। ମାର୍କେଟରେ ପରିବା ଦର ଥିଲେ ପରିବା ନାହିଁ, ଆଉ ଏବେ ପରିବା ଅଛି ବୋଲି ଦର ନାହିଁ। ଫଳରେ ବାଧ୍ୟ ହୋଇ ଛାତିକୁ ପଥର କରି ଏକର ଏକର ଚାଷ ଜମି ଉପରେ ଟ୍ରାକ୍ଟର ମଡ଼ାଇ ଦେଉଛି ଚାଷୀ।

Advertisment

ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳର। ଏଠାରେ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ। ଏକର ଏକର ଚାଷ ଜମିରେ କିଏ ଟମାଟୋ ଚାଷ କରିଥିଲା ତ ଆଉ କିଏ ବାଇଗଣ, ଫୁଲକୋବି, ବନ୍ଧାକୋବି ଏବଂ ବିନ୍ସ। ମାତ୍ର ଏସବୁ ପରିବା ଦର ଏବେ କିଲୋ ପିଛା ୧୦ ଟଙ୍କା କି ୨୦ ଟଙ୍କା ହେବନି।

ଅଧିକ ପଢ଼ନ୍ତୁ: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

ଦିନେ ସେଞ୍ଚୁରୀ ମାରିଥିବା ଟମାଟୋକୁ ତ କିଲୋ ପିଛା ଦି ଟଙ୍କାରେ ବି କେହି ପଚାରୁନାହାନ୍ତି। ଅନ୍ୟ ପରିବା ଦର କଥା ନ କହିବା ଭଲ। ଏତେ କମ୍ ଦରରେ ବିକ୍ରି କଲା ବେଳେ ଚାଷୀକୁ ବାଧୁଛି। ଲାଭ ତ ହେଲାନି, ଯେତିକି ଖର୍ଚ୍ଚ କରିଥିଲେ ସେତିକି ବି ପାଇଲେନି। ଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।

Advertisment

ଚାଷୀଙ୍କ ଏଭଳି ଦୂରାବସ୍ଥାର ମୂଳ କାରଣ ହେଉଛି ଶୀତଳ ଭଣ୍ଡାରର ଅଭାବ। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ତାଙ୍କ ପରିବାକୁ ମହଜୁଦ ରଖିପାରୁନାହାନ୍ତି। ଏନେଇ ବିଭିନ୍ନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଅଙ୍ଗନବାଡ଼ି ଅଣ୍ଡା ଦାମ୍ ବଢାଇଲେ ମୋହନ ସରକାର, ଏଣିକି ଏତିକି ଟଙ୍କା

Sundergarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ