Advertisment

ବିବାହ ପାଇଁ କନ୍ୟା ଖୋଜୁଥିଲେ ସାବଧାନ; ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା ଗ୍ୟାଙ୍ଗ୍

ସତ ବର, ମିଛ କନିଆଁ । ବିବାହ ନାଁରେ ବରପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଇ ଫେରାର ଲୁଟେରା କନ୍ୟା ପକ୍ଷ। ବିବାହ ପାଇଁ କନ୍ୟା ଅପେକ୍ଷାରେ ଥିବା କିଛି ଲୋକଙ୍କୁ ରାଜଧାନୀରେ ଦିନ ଦିପହରେ ଲୁଟୁଛନ୍ତି ଛଦ୍ମବେଶୀ କନ୍ୟାପକ୍ଷ ।

ଅଦ୍ୟତନ ହୋଇଛି
undefined

Fake Wedding

Advertisment

ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା ଗ୍ୟାଙ୍ଗ୍ । ସୁଯୋଗ ପାଇବା ମାତ୍ରେ ବିବାହ କରିବାକୁ କନ୍ୟା ଖୋଜୁଥିବା ବରପାତ୍ର ଓ ସେମାନଙ୍କ ପରିବାରକୁ ସର୍ବସ୍ବାନ୍ତ କରି ଫେରାର ମାରୁଛନ୍ତି । ଏମିତି ଏକ ଘଟଣାକୁ ଏବେ ସାମ୍ନାକୁ ଆସିଥିବା ବେଳେ ଏହି ଗ୍ୟାଙ୍ଗ ଦ୍ବାରା ଏବେ ସୁଦ୍ଧା ୬ରୁ ଅଧିକ ପରିବାର ଲୁଟର ଶିକାର ହୋଇଥିବା କୁହାଯାଉଛି ।

Advertisment

ସତ ବର, ମିଛ କନିଆଁ । ବିବାହ ନାଁରେ ବରପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଇ ଫେରାର ଲୁଟେରା କନ୍ୟା ପକ୍ଷ। ବିବାହ ପାଇଁ କନ୍ୟା ଅପେକ୍ଷାରେ ଥିବା କିଛି ଲୋକଙ୍କୁ ରାଜଧାନୀରେ ଦିନ ଦିପହରେ ଲୁଟୁଛନ୍ତି ଛଦ୍ମବେଶୀ କନ୍ୟାପକ୍ଷ । ଭୁବନେଶ୍ବରରେ ଏକ ମନ୍ଦିରରେ ବିବାହ ଆୟୋଜନ ପାଇଁ ବର ଓ ତାଙ୍କ ପରିବାର ପକ୍ଷରୁ କିଣାଯାଇଥିଲା ତମାମ ସାମଗ୍ରୀ। ସୁଟ୍-ବୁଟ୍, ଶାଢ଼ି-ସୁନା ଓ ଅଳତା-ସିନ୍ଦୁର ସବୁ କିଛି ପ୍ରସ୍ତୁତ। କିନ୍ତୁ ଠିକ୍ ସମୟରେ କନ୍ୟା ଓ କନ୍ୟା ଘର ଲୋକେ ନପହଞ୍ଚିବାରୁ ଏହା ଠକେଇ ଥିବା ଜାଣିଥିଲେ ବର ପକ୍ଷ ଲୋକେ। ଘଟଣା ଥିଲା ଏମିତି। 

ମୂଳ ଭଦ୍ରକ ଜିଲ୍ଲାର ଜଣେ ଯୁବକ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ଏକ ହୋଟଲରେ କାମ କରନ୍ତି। ତାଙ୍କ ବିବାହ ଲାଗି ପ୍ରସ୍ତାବ ଦେଇଥିଲା ପ୍ରହଲ୍ଲାଦ ସାହୁ ନାମକ ମଧ୍ୟସ୍ଥି। ବର ଘର ଲୋକଙ୍କୁ କନ୍ୟା ଫଟୋ ଦେଖାଇ ରାଜି କରିଥିଲା। ପରେ ନିଜେ କନ୍ୟା ମଧ୍ୟ ବର ଘର ଲୋକଙ୍କୁ ଫୋନ୍ ଓ ଭିଡିଓ କଲ୍ କରି ବିଶ୍ବାସ ଜନ୍ମାଇ ନେଇଥିଲେ। ଏଇ ଭିତରେ କଥାବାର୍ତ୍ତା ଓ ଦେଖାଚାହାଁ ବାହାନାରେ ବରକୁ ରେଲୱେରେ ଚାକିରି କରାଇ ଦେବାକୁ କହି ପ୍ରଥମେ ୩ ଲକ୍ଷ ଟଙ୍କା ନେଇଥିଲା ମଧ୍ୟସ୍ଥି।

Advertisment

ପୁରା ସଂଘଟିତ ଠକେଇର ଜାଲ ବିଛାଇଥିବା ପ୍ରହଲ୍ଲାଦ ସାହୁ, ବର ଘର ଲୋକଙ୍କଠୁ ୩ ଲକ୍ଷ ଟଙ୍କା ନେବା ପରେ ତାଙ୍କୁ ଯୋଗାଇ ଦେଇଥିଲା ନକଲି ନିଯୁକ୍ତି ପତ୍ର। ସେହିଭଳି ଗ୍ରୁପ୍-ଡିର ନକଲି ପରିଚୟପତ୍ର ସାଙ୍ଗକୁ ଛାତିରେ ଲଗାଯାଉଥିବା ବ୍ୟାଜ୍ ବି ଦେଇଥିଲା । ଏ ଘଟଣା ବର ପକ୍ଷଙ୍କ ବିଶ୍ବାସ ଜନ୍ମିବାରୁ କନ୍ୟାର ମଙ୍ଗଳସୂତ୍ର କିଣିବା ନାଁରେ ଆଉ ଲକ୍ଷେ ଟଙ୍କା ନେଇଥିବା କୁହାଯାଉଛି। ତେବେ ଶେଷରେ ବିବାହ ସ୍ଥିର ଦିନ କନ୍ୟା ପକ୍ଷ କିମ୍ବା ମଧ୍ୟସ୍ଥି କାହାର ଦେଖା ନମିଳିବା ଏବଂ ସମସ୍ତଙ୍କ ଫୋନ୍ ସ୍ବିଚ୍ ଅଫ୍ ପରେ, ସେମାନଙ୍କ ସହ ସମ୍ପର୍କ ନାଁରେ ଧୋକା ହୋଇଥିବା ଜାଣିବାକୁ ପାଇଥିଲେ ବରପକ୍ଷ ଲୋକେ। ଆଉ ଘଟଣା ସମ୍ପର୍କରେ ଭୁବନେଶ୍ବର ଭରତପୁର ଥାନାରେ ଏତଲା ଦେଇଥିଲେ।

କୁହାଯାଉଛି, ବିବାହ କରିବା ନାଁରେ ଲୋକଙ୍କୁ ଲୁଟ୍ କରଥିବା ଏହି ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍ ରାଜଧାନୀରେ ୬ରୁ ଅଧିକ ଲୋକଙ୍କୁ ଏଇ ବାହାନାରେ ବୋକା ବନାଇ ଲୁଟିବାରେ ସଫଳ ହୋଇଛନ୍ତି। କିନ୍ତୁ ଅଭିଯୋଗର ମାସ ମାସ ପରେ ମଧ୍ୟ କମିଶନରେଟ୍ ପୋଲିସ ସେମାନଙ୍କ ଟେର୍ ପାଉନି।

Advertisment
Marriage Fake Marriage Racket Groom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ