Advertisment

Input Subsidy: ଇନ୍‌ପୁଟ୍ ସବସିଡ୍ ହାତେଇବାକୁ ତିଆରି ହେଉଛି ନକଲି କାର୍ଡ...ଅଡୁଆରେ ଅସଲ ଚାଷୀ

ରବି ଋତୁରେ ଚାଷୀଙ୍କ ଦୁଃଖ ବଢ଼ିଛି l ଏ ଅଫିସରୁ ସେ ଅଫିସ ଧାଉଁଛି ଚାଷୀ l କେତେ ବେଳେ ଟାର୍ଗେଟ ସମସ୍ୟା ତ ଆଉ କେତେବେଳେ ମିଲର୍ସଙ୍କ ମନମାନି l ହେଲେ ଟାର୍ଗେଟ ସମସ୍ୟାର ମୁଖ୍ୟ କାରଣ ପାଲଟିଛନ୍ତି ନକଲି ଚାଷୀ ଓ ସେମାନଙ୍କ ନକଲି ଧାନକାର୍ଡ ।

ଅଦ୍ୟତନ ହୋଇଛି
ଇନ୍‌ପୁଟ୍ ସବ୍‌ସିଡ ଲୁଟ୍

ଇନ୍‌ପୁଟ୍ ସବ୍‌ସିଡ ଲୁଟ୍

Advertisment

ବରଗଡ଼ ଜିଲ୍ଲାରେ ଏବେ ଇନପୁଟ ସବସିଡି ଲୁଟର ନୂଆ ଫର୍ମୁଲା ଦେଖିବାକୁ ମିଳିଛି । ନକଲି ଧାନକାର୍ଡରେ ହେଉଛି ଧାନ ବିକ୍ରି l ଯିଏ ଚାଷ କରିନି ତାର ଧାନ କାର୍ଡ ହେଉଛି ହେଲେ ଅସଲ ଚାଷୀ ବିକ୍ରି କରିପାରୁନି ଧାନ l ଇନପୁଟ ସବସିଡି ଟଙ୍କା ହାତେଇବା ପାଇଁ ପେକ୍ସ ମାନଙ୍କରେ ଏଭଳି ନକଲି କାର୍ଡ ତିଆରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ l ସରସରା ଓ ପାହାଡଶ୍ରିଗିଡା ପେକ୍ସରେ ଏଭଳି ଜାଲିଆତି ହେଉଥିବା ନେଇ ଚାଷୀ ଅଭିଯୋଗ କରିଥିବା ବେଳେ ପୂର୍ବରୁ ପାଣିମୋରା ପେକ୍ସରେ ଏଭଳି କାର୍ଯ୍ୟ ପାଇଁ ନିଲମ୍ୱିତ ହୋଇଛନ୍ତି ୨ କର୍ମଚାରୀ l

Advertisment

କେତେବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ପୁଖରେ ନାରାବାଜି ତ ପୁଣି କେବେବେଳେ ଡିଆରସିଏସଙ୍କ ପାଖରେ ଗୁହାରି l

ରବି ଋତୁରେ ଚାଷୀଙ୍କ ଦୁଃଖ ବଢ଼ିଛି l ଏ ଅଫିସରୁ ସେ ଅଫିସ ଧାଉଁଛି ଚାଷୀ l କେତେ ବେଳେ ଟାର୍ଗେଟ ସମସ୍ୟା ତ ଆଉ କେତେବେଳେ ମିଲର୍ସଙ୍କ ମନମାନି l ହେଲେ ଟାର୍ଗେଟ ସମସ୍ୟାର ମୁଖ୍ୟ କାରଣ ପାଲଟିଛନ୍ତି ନକଲି ଚାଷୀ ଓ ତାଙ୍କ ନକଲି ଧାନକାର୍ଡ । ଟଙ୍କା ଲୋଭରେ କିଛି ପେକ୍କରେ ନକଲି ଧାନ କାର୍ଡ ପ୍ରସ୍ତୁତ କରାଯାଇ ଶହ ଶହ କ୍ବିଣ୍ଟାଲ ଧାନ ବିକ୍ରି କରାଯାଉଥିବା ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିବା ପରେ ଉଠୁଛି ପଡ଼ୁଛି ବରଗଡ଼। ବରଗଡ଼ ଜିଲ୍ଲାରେ ନକଲି ଧାନ କାର୍ଡର ବଡ଼ ରାକେଟ ଚାଲୁଥିବା ଅଭିଯୋଗ ଆସିଛି ।

Advertisment

ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ସତଲମା କୃଷି ସମବାୟ ସମିତି, ସୋହେଲା ବ୍ଲକ୍ ପାନିମୋରା କୃଷି ସମବାୟ ସମିତି, ବରଗଡ଼ ବ୍ଲକ୍ ସରସରା କୃଷି ସମବାୟ ସମିତିରେ ନକଲି ଧାନ କାର୍ଡ ତିଆରି ଅଭିଯୋଗ ପରେ ଏବେ ଅତାବିରା ବ୍ଲକ୍ ପାହାଡଶ୍ରିଗିଡା କୃଷି ସମବାୟ ସମିତିରୁ ଆସିଛି ସମାନ ଅଭିଯୋଗ । ନକଲି ଚାଷୀଙ୍କ ନାଁରେ ଅସିଲି ଧାନ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାର ଦେଉଥିବା ଇନପୁଟ୍ ସବସିଡି ଟଙ୍କା ହାତେଇବାକୁ ଜିଲ୍ଲାର ବିଭିନ୍ନ କୃଷି ସମବାୟ ସମିତିରେ ନକଲି ଧାନ କାର୍ଡ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ l

ପୂର୍ବରୁ ଦୁଇ ଦୁଇଟି ପେକ୍ସ ନାଁରେ ଅଭିଯୋଗ ଆସିବା ପରେ ତଦନ୍ତ କରି ଆକ୍ସନ ନିଆଯାଇଥିଲା । ହେଲେ ଏବେ ଜିଲ୍ଲାର ଅଧିକାଂଶ ପେକ୍ସରୁ ଏଭଳି ସାଂଘାତିକ ଅଭିଯୋଗ ଆସୁଛି। ବିନା ବୋରୱେଲରେ ମଧ୍ୟ କିଛି ଚାଷୀ ପଞ୍ଜିକରଣ କରିଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନକଲି ଧାନକାର୍ଡ ତିଆରି ଅଭିଯୋଗ ପରେ 14 ଜଣ ଚାଷୀଙ୍କ ରେଜିଷ୍ଟ୍ରେସନ କାର୍ଡ ହଜାଇ ଦେବାରୁ ସୋହେଲା ବ୍ଲକ ପାଣିମୋରା ପେକ୍ସର ସମ୍ପାଦକ ଯୋଗେଶ୍ବର ମେହେର ଓ ଆକାଉଣ୍ଟଟାଣ୍ଟ ବଳବନ୍ତ ପରିଡ଼ା ନିଲମ୍ବିତ ହୋଇଛନ୍ତି।

Advertisment

ଆଶ୍ଚର୍ଯ୍ୟର କଥା ଟାର୍ଗେଟ ଅଭାବରୁ ପ୍ରତିଦିନ ଚାଷୀ ଜିଲ୍ଲାପାଳ ଅଫିସ ଧାଉଁଛନ୍ତି। ଅନ୍ୟପଟେ ନକଲି ଚାଷୀଙ୍କୁ ଅନୁକମ୍ପା ମିଳିଥିବାରୁ ସେମାନେ ବିଭିନ୍ନ ଚାଷୀଙ୍କଠାରୁ ଧାନ କିଣି ମାଲାମାଲ ହେଉଛନ୍ତି । ଏପଟେ ତଦନ୍ତ ପରେ ନକଲି ଚାଷୀଙ୍କ ଓ ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବରଗଡ଼ ଡିଆରସିଏସ୍ ଯୁଗଳ କିଶୋର ଦାସ ।

ଇନପୁଟ ସବସିଡି ଲୁଟ ପାଇଁ ନୂଆ ତରିକା ଆପଣାଇଛନ୍ତି କିଛି ଦଲାଲ ଓ ସରକାରୀ ଅଧିକାରୀ। ଏମାନଙ୍କ ବିରୋଧରେ କଡ଼ା ଆକ୍ସନ ନନେଲେ ପ୍ରକୃତ ଚାଷୀ ହଇରାଣ ହେବେ l ତେବେ ଅପେକ୍ଷା କେବେ ସମବାୟ ସମିତି ଉପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବେ ସରକାର l

(ବରଗଡ଼ରୁ ଧର୍ମଦତ୍ତ ପାଢ଼ୀଙ୍କ ରିପୋର୍ଟ)

Farmer Protest Paddy Procurement Odisha Farmer Mandi Mismanagment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ