Advertisment

Fake Bill for Fake Road: ଅସଲି ରାସ୍ତା, ନକଲି ବିଲ୍; ମାଟି ରାସ୍ତା ଦେଖାଇ ଖାଇଗଲେ ୮ ଲକ୍ଷ ଟଙ୍କା !

ପ୍ରଶାସନର ଆଖିରେ ଆଗୁଣ୍ଠି ଗେଞ୍ଜି ଠକି ନେଇଗଲେ ୮ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଏମିତି କିଛି ଠକେଇର ଏବେ ଭିଜିଲାନ୍ସ ତଦନ୍ତ କରୁଛି ।

ଅଦ୍ୟତନ ହୋଇଛି
Fake Bill for Fake Road Khordha Scam Exposes

Fake Bill for Fake Road Khordha Scam Exposes

Advertisment

ମାଟି ରାସ୍ତା ଦେଖାଇ କରିଦେଲେ ଫେକ୍ ବିଲ୍ । ପ୍ରଶାସନର ଆଖିରେ ଆଗୁଣ୍ଠି ଗେଞ୍ଜି ଠକି ନେଇଗଲେ ୮ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଏମିତି କିଛି ଠକେଇର ଏବେ ଭିଜିଲାନ୍ସ ତଦନ୍ତ କରୁଛି । ଗୋଟିଏ ରାସ୍ତାର ଦୁଇ ବର୍ଷରେ ଦୁଇଟି ବିଲ୍ କେମିତି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ। 

Advertisment

ଅସଲି ରାସ୍ତା, ନକଲି ବିଲ୍। ମିଛ ବିଲ୍ ଦେଇ ଠକି ଦେଲେ ୮ ଲକ୍ଷ ଟଙ୍କା । ଗୋଟିଏ ରାସ୍ତାକୁ ଦୁଇ ଥର ବିଲ୍ ହୋଇଛି, ତା ପୁଣି ପ୍ରଶାସନକୁ ଚ୍ୟାଲେଞ୍ଜ କରି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତର ବେଗୁନିଆମୂଳ ଗାଁରେ ଘଟିଛି ଏଭଳି ଘଟଣା । ଦିନେ ଯେଉଁଠି ବିରାଟ ଗାତ ଥିଲା। ଗାଁର ଶଶ୍ମାନକୁ ଯିବାକୁ ଲୋକେ ହଇରାଣ ହେଉଥିଲେ। ତେଣୁ ବହୁତ ଦାବି ପରେ ୨୦୨୨-୨୩ ମସିହାରେ ୬ ଲକ୍ଷ ଅନୁମୋଦନରେ ମାଟି ରାସ୍ତାଟିଏ ହେଲା। ମାଟି ପକାଇ ଗାତକୁ ପୋତି ଏହି ରାସ୍ତା କାମ କରାଯାଇଥିଲା। ହେଲେ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହାର ବର୍ଷକ ପରେ ସମାନ ରାସ୍ତାର ଉନ୍ନତିକରଣ କରିବାକୁ କହି ଟଙ୍କା ଠକି ନିଆଯାଇଛି। ବର୍ଷକ ତଳେ ଯେଉଁ ମାଟି ରାସ୍ତାକୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଗଲା ସେଇ ରାସ୍ତାରେ ଫେକ୍ ବିଲ୍ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। କୁଆଡ଼େ, ରାସ୍ତାର ଉନ୍ନତି ପାଇଁ ଖର୍ଚ୍ଚ ହେଇଛି ୮ ଲକ୍ଷ ଟଙ୍କା।

ଅଧିକ ପଢ଼ନ୍ତୁ: Bhubaneswar Road Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍

Advertisment

ଶ୍ମଶାନ ପାଖରେ ଲାଗିଥିବା ଭଙ୍ଗା ଫଳକ ଏବେ ଚିତ୍କାର କରି ଠକେଇର ମହାଦୁର୍ନୀତି କଥା କହୁଛି । ମାଟି ରାସ୍ତାର କ’ଣ ଉନ୍ନତି ଘଟିଛି ଦେଖିଲେ ହିଁ ବୁଝି ପାରୁବେ। ଗାଁ ଲୋକେ ଏତେ ବଡ଼ ଦୁର୍ନୀତି ହୋଇଥିବା ଜାଣି ପାରି ଖୋଳତାଡ଼ କରିବା ବେଳେ ରାସ୍ତା ଉନ୍ନତିକରଣ ସମ୍ପର୍କରେ ଲାଗିଥିବା ଫଳକକୁ କେହି ଭାଙ୍ଗି ଦେଇଛନ୍ତି। ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ କୌଣସି ଫଳ ନହେବାରୁ ଶେଷରେ ଭିଜିଲାନ୍ସର ଦ୍ବାରସ୍ତ ହୋଇଛନ୍ତି ଗାଁ ଲୋକେ।

ହେଲେ ଏଠି ପ୍ରଶ୍ନ ଉଠୁଛି, ସମାନ ରାସ୍ତାକୁ କେମିତି ଦୁଇ ଥର ବିଲ୍ କରାଗଲା ? ମାଟି ରାସ୍ତାର ଉନ୍ନତିକରଣ ପାଇଁ ବିଲ୍ କେମିତି ହେଲା ? ବିଲ୍ ପୂର୍ବରୁ ଯାଞ୍ଚ ହୋଇନଥିଲା କି ? ଖାଲି ଠିକାଦାର ନା ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ ? 

Advertisment

ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

Scams In Odisha Poor Roads
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ