Advertisment

Explosives Seized: ଗୁହାଳରୁ ବିସ୍ଫୋରକ ଜବତ ଘଟଣାର ପର୍ଦ୍ଦାଫାଶ: ୩ ଅଭିଯୁକ୍ତ ଗିରଫ, ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଠାବ

ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ଘଟଣାର ତଦନ୍ତ କରିବା ପରେ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ ହେବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଓ ୨ଟି ଗାଡି ଜବତ କରିଛି କନ୍ଧମାଳ ପୋଲିସ।

ଅଦ୍ୟତନ ହୋଇଛି
Explosives

Explosives

Advertisment

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ଘଟଣାର ପର୍ଦ୍ଦାଫାଶ। ଘଟଣାରେ ଗଂଜାମ ଜିଲ୍ଲା ସୋରଡ଼ା ଅଂଚଳର ଆଲୋକ କୁମାର ପାତ୍ର, ଗୋପଲପୁର ଥାନା ଅଂଚଳର ହେମନ୍ତ ସେଠୀ ଆଉ କଳାହାଣ୍ଡି ଜିଲ୍ଲାର ଶକ୍ତି ରଞ୍ଜନ ଦାଶକୁ ଗିରଫ କରିବା ସହ ପାଖାପାଖି ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରିଛି କନ୍ଧମାଳ ପୋଲିସ।

Advertisment

ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା, ୨ଟି ଗାଡି ଓ ୬ଟି ମୋବାଇଲ ଜବତ ହୋଇଛି। ଘଟଣା ସମ୍ବେଦନଶୀଳ ହୋଇଥିବା ନେଇ ପୋଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି ବୋଲି ବାଲିଗୁଡା ଏସଡ଼ିପିଓ କହିଛନ୍ତି। ବେଆଇନ ଭାବେ ହେମନ୍ତ ସେଠୀ ଆନ୍ଦ୍ରପ୍ରଦେଶର କାକିନାଡ଼ାରୁ ମିଥ୍ୟା ଜିଏସଟି ବିଲ ଦେଖାଇ ବିପୁଳ ପରିମାଣର ବିସ୍ଫୋରକ୍ କିଣି ଗାଈ ଗୁହାଳରେ ଗଛିତ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ କରୁଥିଲା। ଏହି ସବୁ ବିସ୍ଫୋରକ୍ ପଥର କ୍ୟୁରି ଓ କ୍ରସର ମାଲିକଙ୍କୁ ବିକ୍ରି କରୁଥିଲା। ଦୀର୍ଘ ବର୍ଷ ଧରି ମାଷ୍ଟର ମାଇଣ୍ଡ ହେମନ୍ତ ସେଠୀ ହିଁ ଏହି ବେଆଇନ କାମ କରୁଥିଲା ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି।

ମାଓବାଦୀଙ୍କୁ ଏହି ବିସ୍ଫୋରକ୍ ବିକ୍ରି କରୁଥିଲେ ନା ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି। ପୋଲିସ କହିବା ଅନୁଯାୟୀ, ଗତ ୧୫ ତାରିଖ ବିଳମ୍ବିତ ରାତିରେ ତୁମୁଡିବନ୍ଧ ପୋଲିସ ରାମପୁର ଛକରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ପିକ୍ ଅପ ଭ୍ୟାନ ଭର୍ତ୍ତି ବିସ୍ଫୋରକ୍ ଗଞ୍ଜାମରୁ କଳାହାଣ୍ଡି ଜିଲ୍ଲାକୁ ଯାଉଥିବା ବେଳେ ଧରାପଡିଥିଲା।

Advertisment

ଅଧିକ ପଢନ୍ତୁ: ଗାଈ ଗୁହାଳରେ ବିସ୍ଫୋରକ ବେପାର, ଗାଡ଼ି ଚେକିଂ ବେଳେ ମିଳିଲା ବିସ୍ଫୋରକ ଗୋଦାମ ଠିକଣା

Three Arrested Ganjam Explosives Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ