Advertisment

ରାଜଧାନୀରେ ସରକାରୀ ଜମି ବିକ୍ରି କେଳେଙ୍କାରୀ ମାମଲା; ନାଗେଶ୍ୱରଙ୍କୁ ସଂଜୀବ ମାରିକଙ୍କ ଟାର୍ଗେଟ୍

ପୂର୍ବରୁ ନାଗେଶ୍ବର ରାଓ CRPF ଆଇଜି ଥିବା ବେଳେ ମାରିକ ଓଡ଼ିଶାରେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ । ସେହି ସମୟରେ ଭୁଲ ବଶତଃ CRPFଙ୍କୁ ନିୟୋଜିତ ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା ।

Sanjib Marik Targets Nageswar Rao

Sanjib Marik Targets Nageswar Rao

Advertisment

ଅବସରପ୍ରାପ୍ତ IPS ଅଧିକାରୀ ଏମ୍. ନାଗେଶ୍ବର ରାଓଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ। ଏମ୍. ନାଗେଶ୍ବର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି । ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ । ରାଜଧାନୀରେ ସରକାରୀ ଜମି ବିକ୍ରି କେଳେଙ୍କାରୀ ନେଇ ପୂର୍ବରୁ ସଂଜୀବ ମାରିକଙ୍କ ନାମରେ ଅଭିଯୋଗ ଆଣିଥିଲେ ଏମ. ନାଗେଶ୍ବର ରାଓ। ଏଥିସହ ପୂର୍ବ ରାଗ ନାଗେଶ୍ବର ରାଓ ସୁଝାଉଥିବା କହିଛନ୍ତି ମାରିକ ।

Advertisment

ପୂର୍ବରୁ ନାଗେଶ୍ବର ରାଓ CRPF ଆଇଜି ଥିବା ବେଳେ ମାରିକ ଓଡ଼ିଶାରେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ । ସେହି ସମୟରେ ଭୁଲ ବଶତଃ CRPFଙ୍କୁ ନିୟୋଜିତ ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା । ସେଥିପାଇଁ ନାଗେଶ୍ୱରଙ୍କ ବିରୋଧରେ ସେ ସମୟରେ ମାରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ । ଏବେ ସେହି ରାଗ ନାଗେଶ୍ବର ସୁଝାଉ ଥିବା ଅଭିଯୋଗ କରିଛନ୍ତି ମାରିକ।

ସଂଜୀବ ମାରିକଙ୍କ କହିବା ଅନୁଯାୟୀ, ତାଙ୍କ ପୁଅ ସମସ୍ତ କାଗଜପତ୍ର ଦେଖି ୩ ଗୁଣ୍ଠ ଜମି କିଣିଛନ୍ତି । ସେ କୌଣସି ସରକାରୀ ଜମି କିଣି ନାହାନ୍ତି। ଜମି ଠକେଇ ନେଇ ନାଗେଶ୍ବର EOWରେ ମାମଲା ରୁଜୁ କରିବା ନେଇ କୌଣସି ଖବର ମାରିକ ଜାଣି ନଥିଲେ କି କୌଣସି ହସ୍ତକ୍ଷେପ କରିନଥିଲେ ବୋଲି ବି କହିଛନ୍ତି। ଏପଟେ ଭୁବନେଶ୍ବର ପାତ୍ରପଡା ଜମି ଦୁର୍ନୀତି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ଓଡିଶା ସୂଚନା ଅଧିକାର ଅଭିଯାନ। ତେବେ ସଂଜୀବ ମାରିକଙ୍କ ଅଭିଯୋଗ ନେଇ ଏମ୍. ନାଗେଶ୍ବର ରାଓଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ