Advertisment

Ex-BJD Veterans Reunite:ବନ୍ଧୁମିଳନ ନାଁରେ ନୂଆ ଫ୍ରଣ୍ଟର ମୂଳଦୁଆ ଚର୍ଚ୍ଚା, ଯାଜପୁରରୁ ଆରମ୍ଭ ହେବ କି ବିକଳ୍ପ ସମୀକରଣ ?

ଏକାଠି ହେଲେ ଏକ୍ସ ବିଜେଡି ଭେଟେରାନ୍ । ବନ୍ଧୁମିଳନ ନାଁରେ ନୂଆ ଫ୍ରଣ୍ଟର ମୂଳଦୁଆ ଚର୍ଚ୍ଚା । ଯାଜପୁରରୁ ଆରମ୍ଭ ହେବ କି ବିକଳ୍ପ ସମୀକରଣ ? ଅମରଙ୍କ ଏରିଆରେ ବନ୍ଧୁମିଳନ ଡାକିଥିଲେ ପ୍ରଭାତ ତ୍ରିପାଠୀ । ଭେଟେରାନ ମେଳିକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ

new political party

new political party

Advertisment

ଏକାଠି ହେଲେ ଏକ୍ସ ବିଜେଡି ଭେଟେରାନ୍। ବନ୍ଧୁମିଳନ ନାଁରେ ନୂଆ ଫ୍ରଣ୍ଟର ମୂଳ ଦୁଆ ପଡିଥିବା ଚର୍ଚ୍ଚା। ବିଜେଡି ଗଡ ଯାଜପୁରରୁ ଆରମ୍ଭ ହେବ କି ବିକଳ୍ପ ସମୀକରଣ? ଯାଜପୁରର ମହାପୁରୁଷ ଅରକ୍ଷିତ ଦାସଙ୍କ ପୀଠ ଓଳାଶୁଣି ଗୁମ୍ଫାରେ ବନ୍ଧୁମିଳନକୁ ନେଇ ଚର୍ଚ୍ଚା। ଅମରଙ୍କ ଏରିଆରେ ବନ୍ଧୁମିଳନ ଡାକିଥିଲେ ପ୍ରଭାତ ତ୍ରିପାଠୀ। ପହଞ୍ଚିଥିଲେ ହେଭିୱେଟ ତଥା ପୂର୍ବତନ ବିଜେଡି ନେତା ଅମର ଶତପଥୀ, ସୌମ୍ୟ ରଞ୍ଜନ ପଟନାୟକଙ୍କ ସହ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି, ରାମଚନ୍ଦ୍ର ହାଁସଦା। ଭଦ୍ରକ ଯୁବ ନେତା ଅସିତ ପଟନାୟକ, କେନ୍ଦ୍ରାପଡାର ରବି ସାମଲ ବି ହୋଇଥିଲେ ସାମିଲ।

Advertisment

ତେବେ ବିଜେଡିର ଏହି ଭେଟେରାନ ମେଳିକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ। କାହିଁକି ଏକାଠି ହୋଇଥିଲେ ବିଜେଡି ଗଠନ ବେଳେ ପ୍ରମୁଖ ଭୂମିକା ନେଇଥିବା ବରିଷ୍ଠ? ଭେଟେରାନ ମେଳିରେ ନୂଆ ଫ୍ରଣ୍ଟ ପାଇଁ ପଡିଛି କି ଭିତ୍ତି? ବିଜେଡି ଏବଂ ବିଜେପିର ବିକଳ୍ପ ନେଇ ହୋଇଛି କି ଆଲୋଚନା?

ନିକଟ ଅତୀତରେ ରାଜ୍ୟ ରାଜନୀତିରେ ନୂଆ ଫ୍ରଣ୍ଟ ବା ନୂଆ ଆଞ୍ଚଳିକ ଦଳ ନେଇ ଜୋର ଧରିଛି ଆଲୋଚନା। କିଛି ଦିନ ତଳେ ଗୋଟିଏ ମଞ୍ଚରେ ଏକାଠି ହୋଇ ଅନେକ ହେଭିୱେଟ ଏନେଇ ଚର୍ଚ୍ଚା ଆଲୋଚନା ବି କରିଥିବା ଦେଖିବାକୁ ମିଳିଥିଲା। ଆଉ ଏବେ ଭେଟେରାନଙ୍କ ବନ୍ଧୁମିଳନ ଏ ଚର୍ଚ୍ଚାକୁ ଆଗକୁ ବଢାଇଛି। କ୍ଷମତା ଗଲା ପରେ ବି ବିଜେଡିରେ ତୀବ୍ର ଅସନ୍ତୋଷ ଥମିବାର ନାଁ ନେଉନି।

Advertisment

ଅନ୍ୟପଟେ ପରାଜୟର ମୁଖ୍ୟ କାରଣ କୁହାଯାଉଥିବା ପାଣ୍ଡିଆନ୍ ଏବେ ବି ଦଳକୁ ନିଜ କବଜାରେ ରଖିଥିବା ଚର୍ଚ୍ଚା ହେଉଛି। ନବୀନଙ୍କ ଅସୁସ୍ଥତା ଏବଂ ମେଡିକାଲରେ କିଛି ଘଟଣାବଳୀକୁ ନେଇ ଏବେ ବି ନେତାଙ୍କ ଭିତରେ ମନମାଳିନ୍ୟ ରହିଥିବା କୁହାଯାଉଛି। ଏମିତି ସ୍ଥିତିରେ ନୂଆ ଫ୍ରଣ୍ଟ ଗଠନ ନେଇ ପ୍ରଭାତୀ ତ୍ରିପାଠୀ, ଅମର ଶତପଥୀ ନେବେ କି ବଡ ଭୂମିକା? ଅସନ୍ତୁଷ୍ଟଙ୍କୁ ଏକାଠି କରି ଗଢିବେ ବି ବିକଳ୍ପ ପ୍ଲାଟଫର୍ମ? ପ୍ରଭାତ ଏବଂ ଅମରଙ୍କ ପଛରେ ବି କିଛି ବଡ ମୁଣ୍ଡ ଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି।

ତେବେ ଯଦି ନୂଆ ସମୀକରଣ ନେଇ ନୂଆ ଫ୍ରଣ୍ଟ ଆସେ ତାର ନେତୃତ୍ୱ କିଏ ନେବ ତାକୁ ଢେର କଳ୍ପନାଜଳ୍ପନା।

Advertisment
BJD Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ