Advertisment

Kiit Issue: ଉଚ୍ଛେଦ ପୂର୍ବରୁ ଛାନିଆଁ କିଟ୍; ସର୍ବ ସାଧାରଣ ରାସ୍ତାରୁ ହଟାଇଲା ଫୁଲକୁଣ୍ଡ

ଟ୍ରାକ୍ଟର ଯୋଗେ ଫୁଲକୁଣ୍ଡ ଗୁଡ଼ିକୁ ବୋହିନେଲେ କିଟ୍  କର୍ମଚାରୀ। ରାସ୍ତା ମଝିରେ କିଟ୍ ଲଗାଇଥିବା ଲାଇଟ ବି କାଢିନେଲେ। ତେବେ କାହିଁକି କାଢି ନିଆଯାଉଛି ପଚାରିବାରୁ କିଟ୍‌ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅଛି ବୋଲି କହିଛନ୍ତି କର୍ମଚାରୀ।

ଅଦ୍ୟତନ ହୋଇଛି
undefined

Kiit Issue

Advertisment

ଉଚ୍ଛେଦ ପୂର୍ବରୁ ଛାନିଆ କିଟ୍ । ଜବରଦଖଲ ହଟିବା ପୂର୍ବରୁ ସର୍ବସାଧାରଣ ରାସ୍ତାରୁ ଫୁଲ କୁଣ୍ଡ ହଟାଇଲା କିଟ୍ । NIFTକୁ ଯାଇଥିବା ସର୍ବସାଧାରଣ ରାସ୍ତା ମଝିରେ ଥିବା ଫୁଲକୁଣ୍ଡ ଓ ତୋରଣ ହଟାଇଲା।

Advertisment

ଟ୍ରାକ୍ଟର ଯୋଗେ ଫୁଲକୁଣ୍ଡ ଗୁଡ଼ିକୁ ବୋହିନେଲେ କିଟ୍  କର୍ମଚାରୀ। ରାସ୍ତା ମଝିରେ କିଟ୍ ଲଗାଇଥିବା ଲାଇଟ ବି କାଢିନେଲେ। ତେବେ କାହିଁକି କାଢି ନିଆଯାଉଛି ପଚାରିବାରୁ କିଟ୍‌ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅଛି ବୋଲି କହିଛନ୍ତି କର୍ମଚାରୀ। ଅନ୍ୟପକ୍ଷରେ କିଟ୍ ଜବରଦଖଲ ଉପରେ ପ୍ରଶାସନ କେବେ ଆକ୍ସନ ନେଉଛି ତା ଉପରେ ସମସ୍ତଙ୍କର ନଜର ରହିଛି।

ଅଧିକ ପଢ଼ନ୍ତୁ: KIIT University: କିଟ୍ ପ୍ରତିଷ୍ଠାତାଙ୍କ ହିଟଲରୀ ଶାସନ ! NIFTକୁ ବାଟ ଛାଡୁନି KIIT...

Advertisment

ସୂଚନାଯୋଗ୍ୟ, ଭୁବନେଶ୍ୱର କିଟ୍ କ୍ୟାଂପସର ଗେଟ୍ ନମ୍ବର-୬  ନିକଟରେ ଥିବା  NIFTକୁ ବାଟ ଛାଡ଼ୁ ନଥିଲା କିଟ୍‌। କିଟ୍ ଛାତ୍ରଛାତ୍ରୀଙ୍କ ବାଦ୍ ଅନ୍ୟ କେହି ପଶିଲେ, ଅଟକାଉଥିଲେ କିଟ୍‌ କର୍ମଚାରୀ। ।

NIFT ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏଠାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ କିଟ୍ ଅଟକାଉଥିବାରୁ NIFTକୁ ମୁଖ୍ୟ ରାସ୍ତା ନିକଟରେ ଦିନ ରାତି ନିଜର ସିକ୍ୟୁରିଟି ଛିଡ଼ା କରାଇବାକୁ ପଡ଼ୁଥିଲା। ଏମିତିକି ପାର୍ସଲ ଆଣି ଆସୁଥିବା ଗାଡ଼ିକୁ ବି ଛାଡ଼ୁ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ରାସ୍ତା ପାଖକୁ ଯିବାକୁ ପଡୁଛି ବୋଲି NIFT ଅଭିଯୋଗ କରିଥିଲା। ପରେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ଜବରଦଖଲ ଉଚ୍ଛେଦ ପୂର୍ବରୁ ଆଜି କିଟ୍‌ NIFTକୁ ଯାଇଥିବା ସର୍ବ ସାଧାରଣ ରାସ୍ତା ମଝିରେ ଥିବା ଫୁଲକୁଣ୍ଡ ଓ ତୋରଣ ହଟାଇ ଦେଇଛି।

Advertisment

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

,,

Nifty KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ