ସବୁ ଉଜାଡ଼ି ଦେଲା ଲଘୁଚାପ ବର୍ଷା, ପରଘରେ ପରିବାର

ଘରର ଅବସ୍ଥା ଏମିତି ହୋଇଛି ଯେ କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ବର୍ଷା ହେଲେ ଚାଳରୁ ପାଣି ଗଳୁଛି। କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ପ୍ରକ଼ୃତିର ଥାର୍ଡ ଡିଗ୍ରୀ।

Homes in Ruins as Heavy Rain

ଭଙ୍ଗା ଦଦରା ଝାଟିମାଟିର କୁ଼ଡିଆ ଘର । ଘରର ଅବସ୍ଥା ଏମିତି ହୋଇଛି ଯେ କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ବର୍ଷା । ହେଲେ ଚାଳରୁ ପାଣି ଗଳୁଛି। କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ପ୍ରକ଼ୃତିର ଥାର୍ଡ ଡିଗ୍ରୀ।

ଲଘୁଚାପଜନିତ ବର୍ଷାରେ ଭାଙ୍ଗିରୁଜି ଯିବା ପରେ ଏବେ ବେସାହରା ହୋଇପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ରାଣୀପୋଖରୀ ଗାଁର ପ୍ରଣତି ସେନାପତି। ସ୍ୱାମୀ ବାହାରେ ରହୁଥିବା ବେଳେ ପର ଘରେ ଛୋଟ ପୁଅ ଓ ବୃଦ୍ଧ ଶଶୁରକୁ ନେଇ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ପ୍ରଣତିଙ୍କୁ।

ସେପଟେ ଆବାସ ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏଁ ସବୁଠି ଗୁହାରି କରି ମଧ୍ୟ ନିରାଶ ହୋଇଛନ୍ତି ପ୍ରଣତି। ଅନ୍ୟପଟେ ଏ ବିଷୟରେ ଅବଗତ ଅଛି ଖୁବଶୀଘ୍ର ତାଙ୍କ ନାମକୁ ପ୍ରାଓରିଟି ଲିଷ୍ଟରେ ସାମିଲ କରାଯାଇ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଳି ବିଡ଼ିଓ।