Advertisment

No Cold Storage: ଶୀତଳଭଣ୍ଡାର ନାହିଁ, ୨ ଟଙ୍କାରେ ବିକିଲେ ବି ଟମାଟୋ କିଣିବାକୁ କେହି ଆସୁନାହାଁନ୍ତି

ଜମିକୁ ଯିବା ବାଟରେ ଏକ ନାଳ ପଡୁଥିବାରୁ ବର୍ଷା ଚାରିମାସ ବେପାରୀ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। କାରଣ ବ୍ରାହ୍ମଣୀ ନଦୀ ପାଣି ପଶି ଏଠି ମୁଣ୍ଡେ ମୁଣ୍ଡେ ପାଣି ଚାଲିଥାଏ।ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ବ୍ରିଜ ଖଣ୍ଡେ ନିର୍ମାଣ ପାଇଁ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଏଠିକାର ଚାଷୀ।

ଅଦ୍ୟତନ ହୋଇଛି
ଟମାଟୋ କେଜି ୨ ଟଙ୍କା

ଟମାଟୋ କେଜି ୨ ଟଙ୍କା

Advertisment

ଏକର ଏକର ଚାଷ ଜମିରେ ଫଳିଛି ସୁଆଦିଆ ଲାଲ ଟମାଟୋ। ଯାହାକୁ ଦେଖିଲେ ଆପଣଙ୍କ ଆଖି ଲାଖିଯିବ। ହେଲେ ବଜାର ଭାଉ ନଥିବାରୁ ଏହି ସୁଆଦିଆ ଟମାଟୋ ସବୁ ସାଗ ମାଛ ଦରରେ ବେପାରୀଙ୍କୁ ଟେକି ଦେଉଛନ୍ତି ଚାଷୀ। ପରିସ୍ଥିତି ଏଭଳି ହୋଇଛିଯେ କିଲୋ ପିଛା ୨ ଟଙ୍କାରେ ବି ଦେବାକୁ ପଡୁଛି । ଯାହାକୁ ନେଇ ଏବେ ଚିନ୍ତାରେ ଢେଙ୍କାନାଳ ହାତୀବାରି ଗାଁର ଶତାଧିକ ଚାଷୀ।

Advertisment

ଏଠି ଯେଉଁ ଆଡେ ଆଖି ବୁଲାଇବେ ଖାଲି ଲାଲ୍ ଟମାଟୋ ହିଁ ଦେଖିବାକୁ ପାଇବେ।ଏ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ କରମୁଳ ପଞ୍ଚାୟତର ହାତୀ ବାରି ଗାଁ ଚାଷଜମିରେ। ବ୍ରାହ୍ମଣୀ ନଦୀ କୁଳରେ ଅବସ୍ଥିତ ଏହି ଗାଁର ପ୍ରତ୍ୟେକ ବ୍ୟକ୍ତି ଟମାଟୋ ଚାଷ ଉପରେ ନିର୍ଭର କରିଥାନ୍ତି। ଶହେ ଏକରରୁ ଅଧିକ ଚାଷଜମିରେ ଏହି ସୁଆଦିଆ ଟମାଟୋ ଚାଷ ହୋଇଥାଏ।ଗୋଟିଏ ଗୋଟିଏ ଗଛରେ ପ୍ରାୟ ଦଶ କେଜିରୁ ଅଧିକ ଟମାଟୋ ବି ଫଳିଥାଏ।ହେଲେ ଏହି ସୁଆଦିଆ ଟମାଟୋର ବଜାର ଭାଉ ଏବେ କମ ଥିବାରୁ ଚିନ୍ତାରେ ଚାଷୀ। ପରିଶ୍ରମ ଅନୁସାରେ ପାରିଶ୍ରମିକ ବି ମିଳୁ ନଥିବାରୁ ଜମିରୁ ଟମାଟୋ ତୋଳିବାକୁ ବି ସାହସ ଯୁଟାଇ ପାରୁ ନାହାଁନ୍ତି ଚାଷୀ। ଫଳରେ ଅନେକ ଟମାଟୋ ଏବେ ଚାଷଜମିରେ ପଚିଷଢି ନଷ୍ଟ ହୋଇଗଲାଣି। ପରିସ୍ଥିତି ଏଭଳି ହେଲାଣି ଯେ କିଲୋ ପିଛା ଦୁଇ ଟଙ୍କାରେ ବେପାରୀଙ୍କୁ ସାଗ ମାଛ ଦରରେ ଦେଉଛନ୍ତି ଚାଷୀ। ଯେଉଁଥିପାଇଁ ଏବେ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି ଚାଷୀକୁ।

ବ୍ରାହ୍ମଣୀ ନଦୀ କୁଳରେ ଥିବା ଉର୍ବର ମାଟି ଜଳବାୟୁ ବେଶ ଅନୁକୁଳ ହୋଇ ଥିବାରୁ ଏଠାରେ ଟମାଟୋ ଚାଷ ଭଲ ରକମର ହୋଇଥାଏ‌। ଏହି ସବୁ ଟମାଟୋ ଢେଙ୍କାନାଳ ସମେତ ଅନୁଗୁଳ, କଟକ, ଭୁବନେଶ୍ୱର,କେନ୍ଦ୍ରାପଡା ଯାଜପୁର ଆଦି ସ୍ଥାନକୁ ପ୍ରଚୁର ମାତ୍ରାରେ ରପ୍ତାନି ହୋଇଥାଏ।ଫଳରେ ଦୁଇ ପଇସା ଭଲ ରୋଜଗାର କରି ଉପକୃତ ହୋଇଥାନ୍ତି ଚାଷୀ। କିନ୍ତୁ ଦୁଃଖର ବିଷୟ ଢେଙ୍କାନାଳ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା ହେତୁ ଆବଶ୍ୟକ ସ୍ଥଳେ ଚାଷୀ ନିଜର ଫସଲକୁ ସାଇତି ରଖି ପାରୁ ନାହାଁନ୍ତି ବୋଲି କହିଛନ୍ତି। ଯେଉଁଥିପାଇଁ ଅଭାବୀ ବିକ୍ରିର ସାମ୍ନା କରିବାକୁ ପଡୁଛି।

Advertisment

ଏପଟେ ବୋଝ ଉପରେ ନଳିତା ବିଡା ସଦୃଶ ହାତୀବାରି ଟମାଟୋ ଜମିରୁ ଯିବା ବାଟରେ ଏକ ନାଳ ପଡୁଥିବାରୁ ବର୍ଷା ଚାରିମାସ ବେପାରୀ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। କାରଣ ବ୍ରାହ୍ମଣୀ ନଦୀ ପାଣି ପଶି ଏଠି ମୁଣ୍ଡେ ମୁଣ୍ଡେ ପାଣି ଚାଲିଥାଏ। ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ବ୍ରିଜ ଖଣ୍ଡେ ନିର୍ମାଣ ପାଇଁ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଏଠିକାର ଚାଷୀ।

ତେବେ ଟମାଟୋ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ କେବେ ଏଠାରେ ନିର୍ମାଣ ହେବ ବ୍ରିଜ ଓ ଶୀତଳ ଭଣ୍ଡାର ତାକୁ ହିଁ ଅପେକ୍ଷା।

Advertisment
Farmers Tomato Distress Sale Cold Storage Tomato Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ