Advertisment

Special Story: ଜାଆଁଳା ପିଲାର ମାଆ ବଡି ବିଲଡର୍, ମିସ୍ ଓଡ଼ିଶାରେ ତୃତୀୟ

କଥାରେ ଅଛି ଜଣେ ନାରୀ ସବୁ କିଛି କରିପାରେ। କେବଳ ଘରଣୀ ଭାବେ ଘର ଭିତରେ ସୀମିତ ରହିବାକୁ ଚାହିଁନଥାଏ। ମାଆ ହୋଇ ପିଲାଙ୍କୁ ସ୍ନେହ ଦେବା ସହ ଫିଟ୍‌ ରହି ରାଜ୍ୟ ପାଇଁ ଗୌରବ ଆଣିପାରେ।

ଅଦ୍ୟତନ ହୋଇଛି
ଦୁଇ ପିଲାର ମାଆ ବଡି ବିଲଡର୍‌

ଦୁଇ ପିଲାର ମାଆ ବଡି ବିଲଡର୍‌

Advertisment

ପେଶାରେ ସେ ଜଣେ ଅଧ୍ୟାପିକା । ହେଲେ ନିଶା ତାଙ୍କର ବଡି ବିଲଡିଂ। ଆମେ କହୁଛୁ ବାଲେଶ୍ୱର ଅଞ୍ଚଳର ସ୍ମୀତି ପାଢୀଙ୍କ କଥା । ପେଶାରେ ଜଣେ ଅଧ୍ୟାପିକା ହୋଇ ବି ବଡି ବିଲଡିଂକୁ ନିଶା ଭାବେ ଗ୍ରହଣ କରି ନେଇଛନ୍ତି । ଜିମ୍‌ର ସାହାରା ନେଇ ରାତିଦିନ ପରିଶ୍ରମ କରି ନିଜକୁ ଫିଟ୍‌ ରଖିବାରେ ସଫଳ ହୋଇଛନ୍ତି । ଖାଲି ଏତିକି ନୁହେଁ, ଓଡ଼ିଶାର ମହିଳାମାନଙ୍କୁ ନେଇ ହୋଇଥିବା ବଡି ବିଲଡିଂ ଚମ୍ପିଅନସିପରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ସ୍ମିତୀ ଜାଆଁଳା ପିଲାର ମାଆ । ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଜିମ୍‌ ଯାଇ ସେ ନିଜେ ଫିଟ୍‌ ରହିବା ସହ ରାଜ୍ୟ ପାଇଁ ଗୌରବ ଆଣିବାରେ ସଫଳ ହୋଇଛନ୍ତି । ଫିଟ୍ ଗାର୍ଲ ଭାବେ ନିଜ ଅଂଚଳରେ ବେଶ୍ ପରିଚିତ ସ୍ମିତୀ ।

ଶିକ୍ଷା ଦାନ ସହ ପରିବାରକୁ ସମ୍ଭାଳି ବଡି ବିଲଡିଂକୁ ନିଶା କରିଥିବା ସ୍ମିତୀ ସର୍ବଗୁଣ ସମ୍ପନ୍ନ ନାରୀ ଭାବରେ ବାଲେଶ୍ୱର ଅଞ୍ଚଳରେ ନାଁ କରିଛନ୍ତି । ଜଣେ ମାଆ ଚାହିଁଲେ ସବୁ କିଛ କରି ପାରିବ। ଯାହାକୁ କରି ଦେଖାଇଛନ୍ତି ବାଲେଶ୍ୱରର ସ୍ମୀତି ପାଢୀ । ଏବେ ଓଡ଼ିଶାର ସବୁ ମହିଳାମାନଙ୍କ ପାଇଁ ସେ ଆଦର୍ଶ ପାଲଟିଛନ୍ତି ।

Advertisment

Balasore Speical Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ