Advertisment

Prashant Menduli: ‘ଯେଉଁମାନେ ଏବେ ଗାଡ଼ି ଚଲାଉଛନ୍ତି ସେମାନଙ୍କୁ ସଂଘରୁ ବାହାର କରିବୁ’

କାନ୍ଦି କାନ୍ଦି ସୋସିଆଲ୍ ମିଡିଆରେ ଭିଡିଓ ଜାରି କଲେ ସଭାପତି ପ୍ରଶାନ୍ତ ମେଣ୍ଡୁଲି...କହିଲେ, ଏ ସମୟ ଆଉ କେବେ ପାଇବନି...

Emotional Prashant Menduli reacts

Emotional Prashant Menduli reacts

Advertisment

କାନ୍ଦିଲେ ଆଉ ଧମକାଇଲେ ମେଣ୍ଡୁଲି। ଡ୍ରାଇଭର ସଂଘରେ ଫାଟ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଡ୍ରାଇଭର୍ ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଡ୍ରାଇଭର୍ ମହାସଂଘର ନିଷ୍ପତ୍ତି କୁ ଖିଲାପ କରି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନଙ୍କ ଫଟୋ ଉଠାଇବୁ। ଫଟୋ ଉଠାଇ ସେମାନଙ୍କୁ ଚିହ୍ନଟ କରାଯିବ,ଯେଉଁମାନେ ଏବେ ଗାଡ଼ି ଚଲାଉଛନ୍ତି ସେମାନଙ୍କୁ ସଂଘରୁ ବାହାର କରିବୁ ବୋଲି ଚେତାବନୀ ଦେଇଛନ୍ତି ମେଣ୍ଡୁଲି।

Advertisment

ଏପରିକି ମହାସଂଘରୁ ବାହାର କରିବାକୁ ଧମକ ଦେଇଛନ୍ତି ମେଣ୍ଡୁଲି।...ଡ୍ରାଇଭର୍ ମହାସଂଘର ଧାରଣାକୁ ବିରୋଧ କରି ବସ୍ ମାଲିକ ସଂଘ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଲାଇଛି।

ଏପଟେ ଓଡିଶା ଡ୍ରାଇଭର ମହାସଙ୍ଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଗିରଫ । ଦେବଗଡ଼ ନୂତନ ବସଷ୍ଟାଣ୍ଡରେ ଥିବା ଜିଲ୍ଲା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରୁ ଗିରଫ କଲା ପୋଲିସ।

Advertisment

ଗତକାଲି ଆଦିତ୍ୟଙ୍କ ବିରୁଦ୍ଧରେ ମଞ୍ଚେଶ୍ୱର ଥାନାରେ ମିନି ଟ୍ରକ ମାଲିକ ସଙ୍ଘ ଅଭିଯୋଗ କରିଥିଲେ। ଡ୍ରାଇଭର ମାନଙ୍କୁ ଅସମ୍ମାନ କରାଯାଉଛି ବୋଲି ସଂଘ ଅଭିଯୋଗ କରିଥିଲା। ଏହି ଅଭିଯୋଗରେ ପରେ ପୋଲିସ ଆଦିତ୍ୟଙ୍କୁ ଗିରଫ କରିଛି। ଏନେଇ ଦେବଗଡ ଜିଲ୍ଲା ଡ୍ରାଇଭର ମହାସଂଘ ସମ୍ପାଦକ ରଞ୍ଜିତ ପ୍ରଧାନ ସୂଚନା ଦେଇଛନ୍ତି। ଆଦିତ୍ୟଙ୍କ ଦେହ ଅସୁସ୍ଥ ଥିବାବେଳେ ତାଙ୍କୁ ରାତି ଅଧିଆ ଗିରଫ କରାଯାଇଥିବା ସେ କହିଛନ୍ତି।

ଅଧିକ ପଢନ୍ତୁ: ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ…

Protests Driver Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ