Education Minister
କାହିଁକି ବଦଳିଲା ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଏହାର ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କହିଛନ୍ତି, ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ। ସ୍କୁଲ ଘର ସହ ୟୁନିଫର୍ମ ରଙ୍ଗ ବଦଳାଉଥିଲେ। ମାତ୍ର ଆମ ସରକାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି କାର୍ଯ୍ୟ କରୁଛନ୍ତି। ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିଲା, ଏଣୁ ରଙ୍ଗ ପରିବର୍ତ୍ତନ କରାଗଲା ବୋଲି
ସ୍ପଷ୍ଟ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ତା’ସହ ଆହୁରି କହିଛନ୍ତି ଯେ, ଆଗାମୀ ଦିନ ମାନଙ୍କରେ ଗୋଟିଏ ବିଦ୍ୟାଳୟରେ ଜଣେ ଶିକ୍ଷକ ବ୍ୟବସ୍ଥା ଆଉ ରହିବ ନାହିଁ। ଆସନ୍ତା ୫ ତାରିଖ ଦିନ ୧୬ ହଜାର ୧୦ ଜଣ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ। ସେହିପରି ଡ୍ରପ୍ ଆଉଟ୍ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମନ୍ତ୍ରୀ। ତେବେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଗତକାଲି ବଦଳିଥିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍ । ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ। ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ । ଛାତିରେ ଲେଖାଯାଇଥିଲା ’ଆମେ ଗଢିବୁ ନୂଆ ଓଡିଶା’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727887128.jpg)