Advertisment

ପରେଡ୍‌ ବେଳେ ଅଚେତ୍‌ ହେଲେ ଛାତ୍ର, ମନ୍ତ୍ରୀ ଘସିଦେଲେ ଘୋଡ଼

ଗାଡ଼ିରୁ ଓହ୍ଲାଇ ଆସି ଛାତ୍ରର ଭଲମନ୍ଦ ବୁଝିଲେ ମନ୍ତ୍ରୀ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ଛାତ୍ରକୁ ମେଡିକାଲ ପଠାଇଲେ ।

Minister Bibhuti Bhusan Jena

Minister Bibhuti Bhusan Jena

Advertisment

ମାନବିକତା ଦେଖାଇଲେ ମନ୍ତ୍ରୀ। ପରେଡ୍ ଉତ୍ସବରେ ଜଣେ ଛାତ୍ର ଅସୁସ୍ଥ ହୋଇ ତଳେ ପଡ଼ିଯିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜେ ଗାଡ଼ିରୁ ଓହ୍ଲାଇ ପିଲାଟିର ପାଦ ଘସି ଦେବା ସହ ମେଡିକାଲ ପଠାଇଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ପାରଳାଖେମୁଣ୍ଡିରେ। ଗଜପତି ଷ୍ଟାଡିୟମ ପରିସରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଚାଲିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

Advertisment

ପତାକା ଉତ୍ତୋଳନ ପରେ ମନ୍ତ୍ରୀ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରୁଥିଲେ। ଏହି ସମୟରେ ଜଣେ ଛାତ୍ର ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ଆଉ ଏହା ଦେଖି ମନ୍ତ୍ରୀ ତକ୍ଷଣାତ୍ ଗାଡ଼ିରୁ ଓହ୍ଲାଇ ଆସିଥିଲେ। ଅସୁସ୍ଥ ଛାତ୍ର ପାଖକୁ ଯାଇ ତାର ଭଲ ମନ୍ଦ ପଚାରି ବୁଝିଥିଲେ ମନ୍ତ୍ରୀ। ଖାଲି ସେତିକି ନୁହେଁ, ପିଲାଟିର ପାଦ ଘଷିଦେଇଥିଲେ ମନ୍ତ୍ରୀ ଏବଂ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଡକାଇ ଅସୁସ୍ଥ ଛାତ୍ରକୁ ମେଡିକାଲ ପଠାଇଥିଲେ। ମନ୍ତ୍ରୀଙ୍କ ଏଭଳି କାମକୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ରାଉରକେଲା ସେକ୍ଟର-୨୨ରେ ପରେଡ୍ ବେଳେ ୧୭ ଛାତ୍ରଛାତ୍ରୀ ଆସୁସ୍ଥ ହୋଇଡ଼ିଛନ୍ତି । ସମସ୍ତଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନ ୧୨ଟା ବେଳେ ପରେଡ୍ ଚାଲିଥିବା ବେଳ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ଏଭଳି ଘଟିଥିବା କୁହାଯାଉଛି। ତେବେ ସକାଳେ ପରେଡ ନକରି କାହିଁକି ଦିନ ୧୨ଟାରେ ପରେଡ କରାଯାଉଥିଲା ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳପାରିନି ।

Advertisment

ସେହିଭଳି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡସ୍ତରୀୟ ପରେଡରେ ଭାଗ ନେଇଥିବା ୫ ଛାତ୍ରୀ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ । ପରେଡରେ ଭାଗନେବାକୁ ଆସିଥିବା ଗୋଟିଏ ବିଦ୍ୟାଳୟର ପାଞ୍ଚ ଜଣ ଛାତ୍ରୀ ଅଚେତ ହୋଇଥିଲେ। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଏସଂପର୍କରେ ସ୍କୁଲ କର୍ତ୍ତୃପକ୍ଷ କି ମେଡିକାଲ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । 

Independence Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ