Advertisment

Sundargarh’s Panchayat College: କଲେଜର ଅଭିନବ ପ୍ରୟାସ; ନିୟମ ଅବମାନନା କଲେ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ମନା...

ଠିକ୍ ରେ ଚୁଟି କାଟ, ଠିକ୍ ଠାକ୍ ପ୍ୟାଣ୍ଟ ସାର୍ଟ ପିନ୍ଧ । ଶୃଙ୍ଖଳିତ ରୁହ, ପାଠପଢାରେ ମନ ଦିଅ। କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Sundargarh’s Panchayat College

Sundargarh’s Panchayat College

Advertisment

ଠିକ୍ ରେ ଚୁଟି କାଟ, ଠିକ୍ ଠାକ୍ ପ୍ୟାଣ୍ଟ ସାର୍ଟ ପିନ୍ଧ । ଶୃଙ୍ଖଳିତ ରୁହ, ପାଠପଢାରେ ମନ ଦିଅ। କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅବମାନନା କଲେ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ପଶିପାରିବେ ନାହିଁ’। ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍ ସଦରମହକୁମାରେ ଥିବା ପଞ୍ଚାୟତସମିତି ମହାବିଦ୍ୟାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା।

Advertisment

ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ଆଣିବାକୁ ଅଧ୍ୟକ୍ଷ କୁଳମଣି ସାହୁ ଏହି ଅଭିନବ ଆଦେଶ ଲାଗୁ କରିଛନ୍ତି। ଯାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ୧୯୯୮ରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟରେ ଏବେ କଳା ବିଭାଗରେ ୫୧୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗୋଟିଏ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ମଧ୍ୟ ରହିଛି।

ଛତିଶଗଡ଼-ଝାରଖଣ୍ଡ ସୀମାନ୍ତରେ ଥିବା ବାଲିଶଙ୍କରା ବ୍ଲକରେ ୨୭ ବର୍ଷ ଧରି ଶିକ୍ଷାଦାନ କରି ଆସୁଥିବା ଏହି ମହାବିଦ୍ୟାଳୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାର ଭରସା ସାଜିଛି।

Advertisment

ତେବେ ବିଦ୍ୟାଳୟର ଅନୁଶାସନ ମଧ୍ୟରୁ ମୁକୁଳି ମହାବିଦ୍ୟାଳୟକୁ ଆସିଲା ବେଳକୁ ସ୍ବାଭାବିକ ଭାବେ ଛାତ୍ରଛାତ୍ରୀ ବିଶୃଙ୍ଖଳିତ ହୋଇପଡନ୍ତି। ତେଣୁ ସେମାନଙ୍କୁ ଶୃଙ୍ଖଳିତ କରିବାକୁ ଅଧ୍ୟକ୍ଷ ପରିଚାଳନା କମିଟି ଓ ସହକର୍ମୀ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ପରାମର୍ଶ କରି ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଶୃଙ୍ଖଳା ମାର୍ଗଦର୍ଶିକା ଜାରି କରିଛନ୍ତି ବୋଲି କହିଛନ୍ତି ା

Colleges
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ