ପାଣି ପାଇପ୍‌ ଭିତରେ ପଶୁଛି ନର୍ଦ୍ଦମା ପାଣି; ମରାମତିର ନାଁ ଗନ୍ଧ ନାହିଁ

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବାହାନାରେ ଲୋକଙ୍କ ପାଖକୁ ପହଞ୍ଚୁଛି ମଇଳା ନର୍ଦ୍ଦମା ପାଣି । ନୂଆପଡ଼ା ଜିଲ୍ଲାର କୋମନାରେ ପାନୀୟ ଜଳର ବ୍ୟବସ୍ଥା ଦେଖି ଭୟରେ ଲୋକେ ପାଣି ପିଇବାକୁ ଡରୁଛନ୍ତି ।

drainage water in supply pipes

ଆଶ୍ଚର୍ଯ୍ୟ ! ପିଇବା ପାଣି ପାଇପ୍‌ ଭିତରେ ପଶୁଛି ନର୍ଦ୍ଦମା ପାଣି । ଦେଖିଲେ ହେବେ ତାଜୁବ । ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବାହାନାରେ ଲୋକଙ୍କ ପାଖକୁ ପହଞ୍ଚୁଛି ମଇଳା ନର୍ଦ୍ଦମା ପାଣି । ନୂଆପଡ଼ା ଜିଲ୍ଲାର କୋମନାରେ ପାନୀୟ ଜଳର ବ୍ୟବସ୍ଥା ଦେଖି ଭୟରେ ଲୋକେ ପାଣି ପିଇବାକୁ ଡରୁଛନ୍ତି ।

ରାସ୍ତାରେ ବୋହୁଛି ମଇଳା ପାଣି । ଆଉ ବାହାରୁଥିବା ପାଣି କୌଣସି ନର୍ଦ୍ଦମାରୁ ଆସୁ ନାହିଁ, ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍‌ ଫାଟି ପାଣି ବାହାରୁଛି । ଆଉ ନର୍ଦ୍ଦମାର ମଇଳା ପାଣି ପାଇପ୍‌ ଭିତରକୁ ପଶୁଛି । ପାଣି ଦେଖିଲେ ଗୋଳିଆ ଦେଖାଯାଉଛି ଓ ପାଣି ତଳେ କିଛି ମାଟି ଅଂଶ ଜମି ରହୁଛି । ଏହି ଦୂଷିତ ପାଣି ବ୍ୟବହାର କଲେ ଜଣ୍ତିସ, ଡାଇରିଆ ଆଦି ରୋଗ ହେବାର ସମ୍ଭାବନା ଅଧିକ ରହୁଛି । ତେବେ ବଡ଼ କଥା ହେଉଛି ପାଣି ସମସ୍ୟା ଥିବାରୁ ଲୋକେ ବାଧ୍ୟ ହୋଇ ଏହି ପାଣି ବ୍ୟବହାର କରୁଛନ୍ତି ।

ତେବେ କିଛି ମାସ ତଳେ କୋମନା ସହର ସାରା ନୂଆ ପାଣି ପାଇପ୍‌ ଲଗା ଯାଇଥିଲା । କାମ କରିବା ବେଳେ ଠିକା ସଂସ୍ଥା ପୁରୁଣା ପାଇପ୍‌କୁ ଫଟାଇ ଦେଇ ଥିଲେ, କିନ୍ତୁ ଆଉ ମରାମତି କଲେନି । ଦୈନିକ ସକାଳେ ଓ ସନ୍ଧ୍ୟାରେ ପାଣି ଦେବା ବେଳେ ହଜାର ହଜାର ଲିଟର ପାଣି ରାସ୍ତାରେ ବୋହୁଛି । ମଇଳା ପାଣି ଜମିବା ଯୋଗୁଁ ମଶା, ମାଛି ହେଉଥିବା ବେଳେ ଜଣ୍ଡିସ ମହାମାରୀ ହେବାର ସମ୍ଭାବନା ଅଧିକ ରହୁଛି । ଫାଟି ଯାଇଥିବା ପାଇପ୍‌କୁ ମରାମତି କରା ଯିବ ବୋଲି କୋମନା ଏବିଡ଼ିଓ କହିଛନ୍ତି ।

ପାଇପ୍‌ରେ ପଶୁଛି ମଇଳା ପାଣି, ଆଉ ମଇଳା ପାଣି ବ୍ୟବହାର କଲେ ଜଣ୍ଡିସ ହେବାର ସମ୍ଭାବନା ଅଛି । ଯାହାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହାର ଶୀଘ୍ର ସମାଧାନ କରିବାକୁ ପ୍ରଶାସନ ପାଖରେ ଲୋକେ ଅନୁରୋଧ କରିଛନ୍ତି ।