• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ଘଟିଛି ଡବଲ ମର୍ଡର । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଡବଲ ମର୍ଡର ହୋଇଛି । ଘଟଣାସ୍ଥଳରେ ଜଣେ ଏବଂ ଆଉ ଜଣେ ମେଡିକାଲରେ ପ୍ରାଣ ହରାଇଥିବା ଜଣାପଡ଼ି । ମୃତକ ରଶ୍ମିରଂଜନ ସେଠୀ ଓ ଜୁଲୁ ସେଠୀ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ବାର୍ ଗାର୍ଲଙ୍କୁ ଅଟକ ରଖି ମାଲିକ ଓ ଏଜେଣ୍ଟ ଗିରଫ

ଗତ କିଛି ଦିନ ତଳେ କାର ପାର୍କିଂକୁ ନେଇ କଲ୍ୟାଣୀ ପ୍ଲାଜାର ମେଣ୍ଟେନାସ୍ ଦାୟିତ୍ବରେ ଥିବା ବାପିଙ୍କ ସହ ଝଗଡ଼ା ହୋଇଥିଲା । ମଙ୍ଗଳବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ବାପି ଓ ତାଙ୍କ ସହଯୋଗୀ ମାରଣାସ୍ତ୍ରରେ ରଶ୍ମିରଂଜନ ଓ ତାଙ୍କ ବନ୍ଧୁ ଜୁଲୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏଥିରେ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ଭୁବନେଶ୍ୱର ଡିସିପି ଗତକାଲି ଘଟଣାସ୍ଥଳକୁ ଯାଇ ନିଜେ ଛାନଭିନ୍ କରିଛନ୍ତି । ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now