Advertisment

Street Dog Menace: ବାଲେଶ୍ଵର ସହରରେ ବଢୁଛି କୁକୁର ଆତଙ୍କ, ବଢୁଛି ଦୁର୍ଘଟଣା

ଲୋକେ ରାସ୍ତାରେ ଗାଡି ନେଇକି ଯିବା ଏବେ ମୁସ୍କିଲ୍। ପୂର୍ବରୁ ଏହି ଦାୟିତ୍ଵ ଭେଟନାରୀ ବିଭାଗ ପାଇଥିଲା ହେଲେ ଏବେ ସେ ବିଭାଗ ମଧ୍ୟ ନିଦରେ। ଗଳି କନ୍ଦିରେ କୁକୁର ଆତଙ୍କ ମେଲିଥିବା ବେଳେ ଅନେକ କୁକୁର କାମୁଡାର ମଧ୍ୟ ଶିକାର ହେଉଛନ୍ତି। ସେପଟେ ଏଭଳି ସ୍ଥିତିକୁ ନେଇ ହାତ ଟେକି ଦେଇଛନ୍ତି ବାଲେଶ୍ଵର ପୌରଧ୍ୟକ୍ଷା। କହିଛନ୍ତି ନିୟମ ଅଛି ଅର୍ଥ ବି ଅଛି ହେଲେ ସରକାର ଅନୁମତି ଦେଇ ନାହାନ୍ତି। ପୂର୍ବରୁ ବନ୍ଧ୍ୟାକରଣ ହେଉଥିବା ବେଳେ ଏବେ ସମ୍ପୂର୍ଣ୍ଣ ବନ୍ଦ ଅଛି।

ଅଦ୍ୟତନ ହୋଇଛି
କୁକୁର ଉପଦ୍ରବ

କୁକୁର ଉପଦ୍ରବ

Advertisment

ବାଲେଶ୍ଵର ସହରରେ କୁକୁର ଆତଙ୍କ। ଦୈନଦିନ ଘଟୁଛି ଦୁର୍ଘଟଣା। ମେଳି ବାନ୍ଧୁଛନ୍ତି କୁକୁର, ଲୋକେ ଭୟଭୀତ। ପ୍ରଜନନ ରୁତୁ ପରେ ଏବେ ରାସ୍ତା ଉପରେ କୁକୁରଙ୍କ ଉତ୍ପାତ। କାହା ବାଇକ୍ ଆଗକୁ ମାଡି ଆସୁଛନ୍ତି ତ ପୁଣି କାହାକୁ କମୁଡ଼ିବାକୁ ଗୋଡାଉଛନ୍ତି। ଲୋକେ ପୌରପାଳିକ ଉପରେ ଉଠାଉଛନ୍ତି ପ୍ରଶ୍ନ। ପୌରଧ୍ୟକ୍ଷା କହୁଛନ୍ତି ବ୍ୟବସ୍ଥା ଅଛି ଅନୁମତି ନାହିଁ।

Advertisment

ବାଲେଶ୍ଵର ସହରବାସୀଙ୍କୁ ଘାରିଛି କୁକୁର ଚିନ୍ତା। କୁକୁର ସଂଖ୍ୟା ଯେତେ ବଢୁଛି ଦୁର୍ଘଟଣା ସେତେ ବଢୁଛି। ଏଠି ଗୋଟେ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ବାଲେଶ୍ଵର ସହରର ବାସିନ୍ଦା ପ୍ରକାଶ ଦାସ। ରାସ୍ତାରେ ଗାଡ଼ି ନେଇ ଫେରୁଥିବା ବେଳେ ଗାଡି ଆଗକୁ ମାଡ଼ି ଆସିଲା କୁକୁର, ଆଉ କୁକୁର ଉପରେ ଗାଡି ଚଢ଼ିଯିବା ପରେ ସେ ତଳେ ପଡ଼ି ଆହତ ହେଲେ। କେବଳ ଇଏ କାହିଁକି ବାଲେଶ୍ଵର ସହରରେ ଦୈନିକ ଏକାଧିକ ଏମିତି କୁକୁର ଜନିତ ଦୁର୍ଘଟଣା ଦେଖିବାକୁ ମିଳୁଛି।

ଗାଡି ଗଲା ବେଳେ ହଠାତ୍ ଗାଡ଼ି ଆଗକୁ ମାଡି ଆସୁଛନ୍ତି କୁକୁର ଆଉ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି ଅଧିକାଂଶ ବାଇକ୍ ଚାଳକ। କୁକୁରଙ୍କ ପ୍ରଜନନ ସଂଖ୍ୟା ବଢୁଥିବା ବେଳେ ଏହା ଚିନ୍ତା ବଢ଼ାଇଛି ସାଧାରଣ ଲୋକଙ୍କ ପାଇଁ। ଗତ କୁକୁର ପ୍ରଜନନ ଋତୁରେ ବଂଶ ବୃଦ୍ଧି ହେବା ଦ୍ଵାରା କୁକୁରଙ୍କ ଉତ୍ପାତ ରାସ୍ତାରେ ଅଧିକ ଦେଖା ଦେଇଛି, ଆଉ ଯାହା ପାଇଁ ଦୈନିକ ଦୁର୍ଘଟଣା ମଧ୍ୟ ବଢୁଛି।

Advertisment

ଆଉ ସହର ମଧ୍ୟରେ ଏଭଳି ପରିସ୍ଥିତିରେ ପୌରପାଳିକାର ନିରବତା ଉପରେ ପ୍ରଶ୍ନ କରିଛନ୍ତି ସହରବାସୀ। ପ୍ରଶ୍ନ ଉଠାଇଛନ୍ତି କୁକୁର ବନ୍ଧ୍ୟାକରଣ କୁଆଡେ ଗଲା? କୁକୁର ଧରିବା ପାଇଁ ଯେଉଁମାନେ ପ୍ରଶିକ୍ଷଣ ନେଇଥିଲେ ସେମାନେ ଏବେ କେଉଁ କାମରେ ବ୍ୟସ୍ତ? ଆଉ କୁକୁର ଧରିବା ପାଇଁ ଆସିଥିବା ଗାଡି ଏବେ କେଉଁଠି କାମରେ ଲାଗିଛି?

ଲୋକେ ରାସ୍ତାରେ ଗାଡି ନେଇକି ଯିବା ଏବେ ମୁସ୍କିଲ୍। ପୂର୍ବରୁ ଏହି ଦାୟିତ୍ଵ ଭେଟନାରୀ ବିଭାଗ ପାଇଥିଲା ହେଲେ ଏବେ ସେ ବିଭାଗ ମଧ୍ୟ ନିଦରେ। ଗଳିକନ୍ଦିରେ କୁକୁର ଆତଙ୍କ ମେଲିଥିବା ବେଳେ କୁକୁର କାମୁଡାର ମଧ୍ୟ ଅନେକ ଶିକାର ହେଉଛନ୍ତି। ସେପଟେ ଏଭଳି ସ୍ଥିତିକୁ ନେଇ ହାତ ଟେକି ଦେଇଛନ୍ତି ବାଲେଶ୍ଵର ପୌରଧ୍ୟକ୍ଷା। କହିଛନ୍ତି ନିୟମ ଅଛି ଅର୍ଥ ବି ଅଛି, ହେଲେ ସରକାର ଅନୁମତି ଦେଇ ନାହାନ୍ତି।

Advertisment

ପୂର୍ବରୁ ବନ୍ଧ୍ୟାକରଣ ହେଉଥିବା ବେଳେ ଏବେ ସମ୍ପୂର୍ଣ୍ଣ ରୂପେ ବନ୍ଦ ଅଛି। ତେବେ ବନ୍ଧ୍ୟାକରଣ ପାଇଁ ପୌରପାଳିକା ପାଖେ ଅର୍ଥ ଅଛି। ଯଦି ଅନୁମତି ମିଳେ ବନ୍ଧ୍ୟାକରଣ କାର୍ଯ୍ୟ ଆରମ୍ଭ ହେବ।

ତେବେ ଗୋଟିଏ ପଟେ ସହରରେ କୁକୁର ଆତଙ୍କ ମେଲିଥିବା ବେଳେ ସହରବାସୀ ଭୟଭୀତ। ଅନ୍ୟ ପଟେ ଅର୍ଥ ଓ ସରଞ୍ଜାମ ରଖି ବି ନିଦରୁ ଉଠୁ ନାହିଁ ବାଲେଶ୍ଵର ପୌର ପ୍ରଶାସନ। ଏଭଳି ପରିସ୍ଥିତିରେ ସାଧାରଣ ଜନତା କେବଳ ହଇରାଣ ହେବା ସାର ହେଉଛି।

(ରିପୋର୍ଟ- ଚନ୍ଦ୍ରକାନ୍ତ ଜେନା, ବାଲେଶ୍ୱର)

Balasore Dogs District Administration Balasore Municipality
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ