Advertisment

ଏଥର ଗଣେଶ ପୂଜାରେ ଡିଜେ ବ୍ୟାନ୍‌, ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।

DJ Ban

DJ Ban

Advertisment

ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ । ବାଜିବ ପାରମ୍ପରିକ ବାଦ୍ୟ । ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍ । ତା ସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି ହେବ କାର୍ଯ୍ୟାନୁଷ୍ଠାନ। ଏଥର ସେପ୍ଟେମ୍ୱର ୭ରେ ପଡୁଛି ଗଣେଶ ପୂଜା । ତା ପୂର୍ବରୁ ଆଜି ଏକ କୋ-ଅର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ବସିଥିଲା । ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।

Advertisment

ତେବେ ଏଥର ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ନେବା ଜରୁରୀ କରାଯାଇଛି । ଚଳିତ ଥର ପୂଜା ପାଇଁ ସିସିଟିଭି ନଜରରେ ସାରା ସହରରେ ରହିବ । ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି । ୭ରେ ଗଣେଶ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣି ପାଇଁ ସ୍ଥିର କରାଯାଇଛି । ପୋଲିସର ସମସ୍ତ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି ।

ସେପଟେ ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଟକରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ କିଛି ଏଭଳି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା। କଟକ ସାରଳା ଭବନରେ କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ ସରିଛି। ଶାନ୍ତି କମିଟି, ମହାନଗର ପୂଜା କମିଟି ଏବଂ ବିଭିନ୍ନ କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା ହୋଇଛି।

Advertisment

ଚଳିତ ପୂଜାରେ ଗଣେଶ ମୂର୍ତ୍ତି ଯେପରି ବିକୃତ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ଯଦି କୌଣସି କ୍ଲବ କିମ୍ବା ଅନୁଷ୍ଠାନ ମୂର୍ତ୍ତି କୁ ବିକୃତ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୋହରାଇଛନ୍ତି। ତାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଦ୍ଦ ପ୍ରଦୂଷଣ ଯେପରି ନ ହେବ, ସାଉଣ୍ଡ ଲିମିଟ ଅନୁଯାୟୀ ବକ୍ସ ବଜାଇବେ ବୋଲି କହିଛନ୍ତି ପୋଲିସ୍ କମିଶନର୍।

Bhubaneswar Ganesh Puja Celebration DJ Music
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ