Advertisment

Balijatra 2024: କେଉଁଠି ହେବ ଐତିହାସିକ ବାଲିଯାତ୍ରା ? ଆଜି ଚୂଡ଼ାନ୍ତ ନିଷ୍ପତ୍ତି...

କଟକର ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଲା ଦ୍ଵନ୍ଦ୍ବ । କେଉଁଠି ହେବ ବାଲିଯାତ୍ରା ? ତଳ ପଡ଼ିଆରେ ହେବ ନା ଉପର ପଡ଼ିଆରେ। ଦ୍ବନ୍ଦ୍ବ ଦୂର ପାଇଁ ଆଜି ବସୁଛି ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ।

ଅଦ୍ୟତନ ହୋଇଛି
Balijatra 2024

Balijatra

Advertisment

କଟକର ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଲା ଦ୍ଵନ୍ଦ୍ବ । କେଉଁଠି ହେବ ବାଲିଯାତ୍ରା ? ତଳ ପଡ଼ିଆରେ ହେବ ନା ଉପର ପଡ଼ିଆରେ। ଦ୍ବନ୍ଦ୍ବ ଦୂର ପାଇଁ ଆଜି ବସୁଛି ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ। ସମ୍ପୂର୍ଣ୍ଣ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ହାଇକୋର୍ଟଙ୍କ ପରାମର୍ଶ ପରେ ଆଶା ଆଶଙ୍କାରେ ବ୍ୟବସ୍ୟାୟୀ। ଉପର ପଡ଼ିଆରେ ପ୍ଲଟ ପାଇଥିବା ବ୍ୟବସାୟୀ ଏବେବି ଚିନ୍ତାରେ ଅଛନ୍ତି। ଏନେଇ ଆଜି ସମସ୍ତ ପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ ରହିଛି। ସମସ୍ତଙ୍କ ସ୍ବାର୍ଥକୁ ଦେଖି ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।

Advertisment

ନଭେମ୍ବର ୧୫ରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଗତ ୩୦ ତାରିଖରେ ସହର ସମ୍ପର୍କିତ ମାମଲାର ଶୁଣାଣି କରି ବାଲିଯାତ୍ରା ଉପର ପଡ଼ିଆରେ ନୁହେଁ କେବଳ ତଳ ପଡ଼ିଆରେ କରିବା ପାଇଁ ପରାମର୍ଶ ଦେଇଥିଲେ ହାଇକୋର୍ଟ। ଏ ନେଇ ଜିଲ୍ଲାପାଳ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ତର୍ଜମା କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ କମିଟି ପକ୍ଷରୁ ଦର୍ଶାଯାଇଥିଲା ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଯୋଗୁଁ ସାଂଘାତିକ ଟ୍ରାଫିକ ସମସ୍ୟା ହେବ। ଏଥିସହ ରାସ୍ତା ସଂକୀର୍ଣ୍ଣ ଥିବା ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିପାରେ। ସେଥିପାଇଁ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ କରାନଯାଇ ସେଠାରେ ପାର୍କିଂ କରିବା ପାଇଁ ଆଡଭୋକେଟ କମିଟି ପକ୍ଷରୁ କୋର୍ଟଙ୍କୁ ଦର୍ଶାଯାଇଥିଲା।

ଚଳିତବର୍ଷ ବାଲିଯାତ୍ରାରେ ପାଖାପାଖି ୧୨ ଶହ ପ୍ଲଟ କରାଯାଇଛି । ସେଥି ମଧ୍ୟରୁ ଉପର ପଡ଼ିଆରେ ୬ ଶହ ପ୍ଲଟ ରହିଛି । ଯଦି ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନହୁଏ , ତେବେ ୬ ଶହ ବ୍ୟବସାୟୀ କେଉଁଠି ଦୋକାନ ପକାଇବେ ତାକୁ ନେଇ ପ୍ରଶାସନ ଚିନ୍ତାରେ । ଏହାଛଡା NGTଙ୍କ ଗାଇଡ଼ ଲାଇନ ଅନୁଯାୟୀ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ୩୪ ଏକର ସ୍ଥାନ ରହିଛି । ସମ୍ପୂର୍ଣ୍ଣ ବାଲିଯାତ୍ରା ଆୟୋଜନ ହେଲେ ଏହା ସମ୍ପ୍ରସାରଣ କରିବା ବି ମୁସ୍କିଲ ହେବ । ତେବେ ଆଜି ପ୍ରଶାସନର ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରେ।

Advertisment
Orissa High Court Balijatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ