‘ଦୀଘାକୁ କହିପାରିବେନି ଜଗନ୍ନାଥ ଧାମ’
ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ଉଚିତ ନୁହେଁ । କେବଳ ଦୀଘା ନୁହେଁ, ଶ୍ରୀକ୍ଷେତ୍ରକୁ ଛାଡ଼ି ଅନ୍ୟ କେଉଁ ସ୍ଥାନକୁ ଜଗନ୍ନାଥ ଧାମ କହିହେବନି । ଦୀଘାରେ ଜଗନ୍ନାଥ ଧାମ ଓ ଦିଅଁ ବିବାଦ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏଭଳି କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।
ଅଧିକ ପଢ଼ନ୍ତୁ: ଝିଅ କହି ପର ହାତକୁ ଟେକି ଦେଉଥିଲେ ବାପା, ଜେଜେ ମା’ କୋଳରେ ବଢି ହେଲେ ଟପ୍ପର
ଜଗୁନି କହିଛନ୍ତି, ମହାପ୍ରଭୁଙ୍କର ବିକଳ୍ପ ନାହିଁ । ଶ୍ରୀମନ୍ଦିର ବ୍ୟତୀତ ସାରା ପୃଥିବୀରେ କେଉଁଠି ବି ବ୍ରହ୍ମ ସଂସ୍ଥାପନର ବିଧି ନାହିଁ । ବିଶ୍ବର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ହେଲେ ସବୁ ପରମ୍ପରା ଅନୁସାରେ ହେଉ । ନବକଳେବର ଦାରୁରେ ଦୀଘା ଦିଅଁ ଗଢା ହୋଇଥିବା ଚର୍ଚ୍ଚା ପ୍ରସଙ୍ଗରେ ଜଗୁନି କହିଛନ୍ତି, ନବକଳେବର କାଠ ଟୁକୁଡ଼ା ଟୁକୁଡ଼ା ହୋଇ ବଳିଥାଏ । ତାହା ଆବଶ୍ୟକ ବେଳେ ଠାକୁରଙ୍କ କାମରେ ଲାଗେ ।
ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ନ ଦେବା ପ୍ରସଙ୍ଗରେ ଜଗୁନି କହିଛନ୍ତି, ସେଠାକୁ ଯିବାକୁ ମୁଁ ଆଗ୍ରହୀ ନଥିଲି । ଇଚ୍ଛା ହେଲାନି ବୋଲି ଦୀଘା ଯାଇନଥିଲି ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746327635.jpg)