Advertisment

Digha Jagannath Temple Controversy: ଦୀଘାର ସବୁ ଜାଗାରୁ ହଟିନି 'ଜଗନ୍ନାଥ ଧାମ', କେବେ ଚେତିବେ ମମତା ?

ଦୀଘାରେ ଏବେ ବି ହଟିନି ବିବାଦୀୟ 'ଜଗନ୍ନାଥ ଧାମ' ନାମ । ପ୍ରବଳ ବିରୋଧାଭାସ ପରେ କେବଳ ଗୋଟିଏ ନାମଫଳକରୁ 'ଧାମ' ଲେଖା ହଟାଯାଇଛି, ମାତ୍ର ୱେବସାଇଟ୍‌ରେ ଏବେ ବି ଜଗନ୍ନାଥ ଧାମ ବୋଲି ଲେଖାରହିଛି ।

ଅଦ୍ୟତନ ହୋଇଛି
Jagannath Dham Row

Jagannath Dham Row

Advertisment

ପ୍ରବଳ ବିରୋଧ, ପ୍ରତିବାଦ ପରେ ବି ଏ ଯାଏଁ ଦୀଘାର ସବୁ ଜାଗାରୁ ହଟିନି ବିବାଦୀୟ 'ଜଗନ୍ନାଥ ଧାମ' ନାମ । ବିରୋଧ ତୀବ୍ରତର ହେଉଛି, ସବୁ ମହଲରେ କଡ଼ା ନିନ୍ଦା କରାଯାଉଛି, ତଥାପି ଚେତୁ ନାହାନ୍ତି ମମତା । ପ୍ରବଳ ବିରୋଧାଭାସ ପରେ ଦୀଘାରେ କେବଳ ଗୋଟିଏ ନାମଫଳକରୁ 'ଜଗନ୍ନାଥ ଧାମ' ଲେଖା ହଟାଯାଇଛି, ମାତ୍ର ଏବେ ବି ଦୀଘା ମନ୍ଦିର ୱେବସାଇଟରେ ସ୍ପଷ୍ଟ ଭାବେ 'ଜଗନ୍ନାଥ ଧାମ' ଲେଖାରହିଛି । ଏଥିସହ ଏକାଧିକ ସ୍ଥାନରେ ମଧ୍ୟ 'ଧାମ' ଲେଖା ରହିଥିବା ଜଣାପଡିଛି ।

Advertisment


ଅଧିକ ପଢ଼ନ୍ତୁ: ଶ୍ରୀକ୍ଷେତ୍ରକୁ ଗୌଣ କଲେ ମମତା ! ଚାଲିଛି କି ବଡ଼ ପଡ଼ଯନ୍ତ୍ର ? ଜବତ, ୯ ଗିରଫ

Advertisment

ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରୁ 'ଜଗନ୍ନାଥ ଧାମ' ଲେଖାକୁ ହଟାଯାଇଥିବା ନେଇ ଆଜି ବିଜେପି ଆଇଟି ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ମନ୍ଦିରର ପୂର୍ବର ଫୋଟ (ଯେଉଁଠି ଜଗନ୍ନାଥ ଧାମ ଲେଖାଯାଇଥିଲା) ଓ ପରର ଫଟୋ ପୋଷ୍ଟ କରି Xରେ ଲେଖିଛନ୍ତି, ''ପ୍ରବଳ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ବାଧ୍ୟ ହୋଇ ଜଗନ୍ନାଥ ଧାମ ଫଳକ ହଟାଇଛନ୍ତି । ଏହା ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା । ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ।'' ତେବେ କେବଳ ଗୋଟିଏ ଫଳକରୁ 'ଧାମ' ଲେଖା ହଟିଥିଲେ ହେଁ ଏବେ ବି ୱେବସାଇଟ ସହ ଏକାଧିକ ସ୍ଥାନରେ ଧାମ ଲେଖା ରହିବାକୁ ନେଇ ବିବାଦ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ମମତାଙ୍କ ନିମନ୍ତ୍ରଣ କ୍ରମେ ପୁରୀରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ କିଛି ଦଇତାପତି ସେବାୟତ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ତେବେ ଏହି ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ ବଳକା ନବେକଳବର ଦାରୁରେ ଦୀଘା ଦିଅଁ ନିର୍ମାଣ ଚର୍ଚ୍ଚାକୁ ନେଇ ଓଡ଼ିଶାରେ ଜୋର୍ ଧରିଥିବା ବିରୋଧ । 

Advertisment

ଜଗନ୍ନାଥ ପ୍ରେମୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରବଳ ବିରୋଧାଭାସ ପ୍ରକାଶ ପାଇଥିଲା । ବିଶ୍ୱରେ ଯେଉଁଠି ବି ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ହେଉ ନା କାହିଁକି ଧାମ କେବଳ ଗୋଟିଏ ଏବଂ ତାହା ପୁରୀ ବୋଲି ସମସ୍ତେ କହିଥିଲେ । ଏହାପରେ ଆଜି ପଶ୍ଚିମବଙ୍ଗ ସରକାର ଦୀଘା ମନ୍ଦିରର ଗୋଟିଏ ସ୍ଥାନରୁ ଜଗନ୍ନାଥ ଧାମ ଲେଖିଥିବା ଫଳକ ହଟାଇଥିଲେ ହେଁ ଏବେ ବି ୱେବସାଇଟ୍‌ରେ 'ଧାମ' ଲେଖା ରହିଛି ।

ଅଧିକ ପଢ଼ନ୍ତୁ: ଦୀଘା ଦିଅଁ ନିର୍ମାଣ ବିବାଦ, ଉତ୍ତର ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଜବତ, ୯ ଗିରଫ

Mamata Banerjee Jagannath Temple Digha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ