Advertisment

Digha Jagannath Temple: ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଲି; ପୁଷ୍ପାଳକ ଓ ସୁଆର ନିଯୋଗର ବୟକଟ୍, ମାନିଲେନି ଦଇତାପତି

ପଶ୍ଚିମବଙ୍ଗର ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ଏକ ମନ୍ଦିର ନିର୍ମାଣ ହୋଇଛି ଯାହାକୁ କାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦଘାଟନ କରିବେ । ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ନହେବାକୁ ସୁଆର-ମହାସୁଆର ନିଯୋଗର ଚେତାବନୀ ସତ୍ତ୍ୱେ ପୁରୀରୁ ଦୀଘା ଆସିଛନ୍ତି ୬୦ରୁ ୭୦ ଦଇତାପତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି କ୍ଷୋଭ ।

undefined

Digha Jagannath temple

Advertisment

ପୁରୀ ଶ୍ରୀମନ୍ଦିର ଭଳି ଏକ ଅବିକଳ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି ପଶ୍ଚିମବଙ୍ଗ ଦୀଘାରେ । ଯାହାକୁ ବିରୋଧ କରି ସେଠିକୁ ନଯିବାକୁ ଶ୍ରୀମନ୍ଦିର ସୁଆର-ମହାସୁଆର ନିଯୋଗ ଓ ପୁଷ୍ପାଳକ ନିଯୋଗ ସେମାନଙ୍କ ସଦସ୍ୟଙ୍କୁ ଚେତାବନୀ ଦେଇସାରିଛି । ହେଲେ ସେଠିକା ପ୍ରତିଷ୍ଠା ପୂଜା ଓ ଯଜ୍ଞରେ କିନ୍ତୁ ସାମିଲ ହୋଇଛନ୍ତି ଖୋଦ୍ ଦଇତାପତି ନିଯୋଗ ସଂପାଦକଙ୍କ ସହ ପ୍ରାୟ ୬୦ରୁ ଅଧିକ ଦଇତା ସେବକ । ଯାହାକୁ ନେଇ ସୃଷ୍ଟି ହୋଇଛି କ୍ଷୋଭ ।

Advertisment

ପୁଷ୍ପାଳକ ନିଯୋଗ କଟକଣା ଲଗାଇଲା । ସୁଆର-ମହାସୁଆର ନିଯୋଗ ଚେତାବନୀ ଜାରି କାଲା । ତଥାପି ସେମାନଙ୍କଠୁ ଯେମିତି କିଛି ଶିଖିଲାନି ଦଇତାପତି ନିଯୋଗ । ଶ୍ରୀମନ୍ଦିରର ମହାନ ପରମ୍ପରାକୁ ପଛ କରିଦେଲା । ଯାହାର ପ୍ରମାଣ ଆପଣଙ୍କ ସାମ୍ନାରେ । ପଶ୍ଚିମବଙ୍ଗ ଦୀଘାରେ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଅବିକଳ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପୂର୍ବ କଳସ ଶୋଭାଯାତ୍ରା ଓ ଯଜ୍ଞ, ସବୁଠି ସାମିଲ ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର । କାଲି ଅକ୍ଷୟ ତୃତୀୟାରେ ଉକ୍ତ ମନ୍ଦିରର ଉଦଘାଟନ ହେବ । ସେଥିପାଇଁ ସେଠି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡେରା ପକାଇଥିବାବେଳେ ତାଙ୍କ ପାଖେ ପାଖେ ରହୁଥିବା ରାମକୃଷ୍ଣ କହିଛନ୍ତି-ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ପୁରୀରୁ ପାଖାପାଖି ୬୦ରୁ ୭୦ ଦଇତାପତି ଆସିଛନ୍ତି, ଏଠି ମଧ୍ୟ ଶ୍ରୀମନ୍ଦିର ଭଳି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ରହ୍ମ ସ୍ଥାପନ ହେବ ।

ଅଧିକ ପଢ଼ନ୍ତୁ: ଅକ୍ଷୟ ତୃତୀୟାରେ କେମିତି ହୁଏ ଅଖିମୁଠି ଅନୁକୁଳ...କ’ଣ ରହିଛି ଐତିହାସିକ କାରଣ

Advertisment

ଅବିକଳ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ ହେଉଛି ଦୀଘା ଜଗନ୍ନାଥ ମନ୍ଦିର । ଯାହାକୁ ବିରୋଧ କରି ସେଠି ରୋଷ କାର୍ଯ୍ୟକ୍ରମରେ କେହି ସାମିଲ ନହେବାକୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୩ଦିନ ତଳେ ଏମିତି ନୋଟିସ୍ ଲାଗିଥିଲା, ଯେଉଁଥିରେ ସେଠିକୁ ଅବଢ଼ା କି ଶୁଖିଲି ମହାପ୍ରସାଦ ରାନ୍ଧିବାକୁ ନଯିବାକୁ ଯୋଗାଣିଆ, ତୁଣିଆ ଓ ପାଣିଆ ସେବକମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା । 

ନିର୍ଦ୍ଦେଶ ଅମାନ୍ୟ କଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ରୋଷ ସହ ନିଯୋଗରୁ ସମ୍ପୂର୍ଣ୍ଣ ବାସନ୍ଦ ପାଇଁ ବି ଧମକାଇ ଥିଲା । ସେମତି ପୁଷ୍ପାଳକ ନିଯୋଗ ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିରରେ ଆରତୀ, ବେଶ ଓ ଅବକାଶ ପୂଜାରେ କୌଣସି ସଭ୍ୟ ସାହାଯ୍ୟ କଲେ ଏହା ନିଯୋଗ ବିରୁଦ୍ଧ କାର୍ଯ୍ୟ ବୋଲି ଧରିବାକୁ ଚେତାବନୀ ଦେଇଥିଲା । ହେଲେ ତା'ସତ୍ତ୍ୱେ ଦଇତାପତି ନିଯୋଗ ସଂପାଦକ ଓ ସଦସ୍ୟ ସେଠିକୁ ଯିବା ନେଇ ସୃଷ୍ଟି ହୋଇଛି କ୍ଷୋଭ ।

Advertisment

ନିୟୁ ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨୫୦କୋଟି ବ୍ୟୟରେ ପଶ୍ଚିମବଙ୍ଗ ସରକାର ନିର୍ମାଣ କରୁଛନ୍ତି ନୂଆ ଜଗନ୍ନାଥ ମନ୍ଦିର। ପୁରୀ ଶ୍ରୀମନ୍ଦିର ଅନୁକରଣରେ ଏ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଲି ଉଦଘାଟନ କରିବେ । ହେଲେ ଏହାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ । ପୁରୀରେ ଜଗନ୍ନାଥ ଧାମ ଥାଉ ଥାଉ, ସରକାରୀ ଟଙ୍କାରେ ଦୀଘାରେ ପୁଣି ଏକ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ସେ ମମତାଙ୍କୁ ଟାର୍ଗେଟ୍ କରିଛନ୍ତି । ତେଣେ ମମତା କହିଛନ୍ତି- ଦୀଘାରେ ସମୁଦ୍ର ଅଛି, ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଗଲେ ଏହା ଆନ୍ତର୍ଜାତିକ ଟୁରିଷ୍ଟ ସ୍ପଟ୍ ହୋଇଯିବ ।

ଏଣେ ଏସବୁ ଭିତରେ ପ୍ରଶ୍ନ- ଓଡ଼ିଶା ସୀମାନ୍ତ ଦୀଘା ଜଗନ୍ନାଥ ମନ୍ଦିର ପାଇଁ ପୁରୀର ଗରିମା ନଷ୍ଟ ହେବ ନି ତ ? ପଶ୍ଚିମବଙ୍ଗ ପର୍ଯ୍ୟଟକ ଆଉ ପୁରୀ ଆସିବେ ତ ? ଯଦି ଏହା ସତ ପ୍ରମାଣିତ ହୁଏ, ତାହାଲେ ବେଶି କ୍ଷତି ସହିବ ପୁରୀର ପର୍ଯ୍ୟଟନ ।

Jagannath Temple Puri Jaggannth Temple Digha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ