Advertisment

Diarrhoea Scare: ଡାଇରିଆ ଦୁର୍ବିପାକ ପରେ କୋକୁଆ ଭୟ; କାହା ଘରେ କବାଟ ପଡ଼ିଛି, କୋଉଠି ଲାଗିଛି ନାଲି ଫିତା

ଦିନେ ହସଖୁସିରେ ଫାଟି ପଡ଼ୁଥିବା ପରିବାରର ଏବେ ଲୁହରେ ଭାସୁଛି । ଡାଇରିଆ ଦୁର୍ବିପାକ ପରେ ମାଡ଼ୁଛି କୋକୁଆ ଭୟ । କାହା ଘର ଲୁହରେ ଭାସୁଛି ତ କାହା ଘରେ କବାଟ ପଡ଼ିଛି । କେବଳ ଯାଜପୁର ନୁହେଁ, ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି କାୟା ବିସ୍ତାର କରିଚାଲିଛି ।

ଅଦ୍ୟତନ ହୋଇଛି
undefined

Diarrhoea Scare

Advertisment

କାହା ଘର ଲୁହରେ ଭାସୁଛି ତ କାହା ଘରେ କବାଟ ପଡ଼ିଛି । ଡାଇରିଆ ଦୁର୍ବିପାକ ପରେ ମାଡ଼ୁଛି କୋକୁଆ ଭୟ । ଅନେକ ପରିବାରର ଅଧିକାଂଶ ସଦସ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କେବଳ ଯାଜପୁର ନୁହେଁ, ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି କାୟା ବିସ୍ତାର କରୁଥିବା ବେଳେ, କଟକ ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅଞ୍ଚଳରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛି ଓଟିଭି ।

Advertisment

ମାଆ ଛେଉଣ୍ଡ ହୋଇଗଲେ ପୁଅ ଝିଅ... ସ୍ତ୍ରୀକୁ ହରାଇ ଅଣ୍ଟା ସଳଖିବାକୁ ବଳ ପାଉନାହାନ୍ତି ସନ୍ତୋଷ ବଳ । ଦିନେ ହସଖୁସିରେ ଫାଟି ପଡ଼ୁଥିବା ପରିବାରର ଏବେ ଲୁହରେ ଭାସୁଛି । ସଂସାର ଉଜାଡ଼ି ଦେଇଛି ଝାଡ଼ାବାନ୍ତିର ଅଦିନିଆ ଝଡ଼। ପୂରା ପରିବାରର ଦାୟିତ୍ବ ନିଜେ ସମ୍ଭାଳୁଥିବା ଉର୍ମିଳା, ଝାଡ଼ାବାନ୍ତିରେ ପଡ଼ି ଆଖି ବୁଜିବା ପରେ, ଏବେ କିଛି ଥଳକୂଳ ପାଉନାହାନ୍ତି ସନ୍ତୋଷ । ସେପଟେ ମାଆଙ୍କ ଦେହାନ୍ତ ଦିନ ଯୁକ୍ତ ୩ ଆଡମିଶନ କରିନପାରି, ପାଠପଢ଼ା ନେଇ ବି ଚିନ୍ତାରେ ଝିଅ ।

ଅଧିକ ପଢନ୍ତୁ: ପୁଣି ବଢିଲା ଛୁଟି, ଏହି ଜିଲ୍ଲାରେ ୨୦ରେ ଖୋଲିବନି ଶିକ୍ଷାନୁଷ୍ଠାନ

କଟକ ଜିଲ୍ଲା ଟାଙ୍ଗୀ ବ୍ଲକରେ ଡାଇରିଆ ସ୍ଥିତି ପରଖିବାକୁ ଆମେ ପହଞ୍ଚିଥିଲୁ ସୁଆଁରୀ ଗାଁରେ । ଏ ପଞ୍ଚାୟତର ନାଁ ହେଉଛି 'ସଫା '। କିନ୍ତୁ ବିଡ଼ମ୍ବନା, ଏଠି ଦେଖିବାକୁ ପାଇଲୁ ପୂରା ଓଲଟା ଚିତ୍ର । ସୁଆଁରୀ ଗାଁରେ ପିଇବା ପାଣି ଏତେ ଅପରିଷ୍କାର ଯେ, ୟାକୁ ହିଁ ଝାଡ଼ାବାନ୍ତି ବ୍ୟାପିବାର ମୂଳ କାରଣ ବୋଲି କୁହାଯାଉଛି। କୂଅ କୁହନ୍ତୁ କି ନଳକୂଅ। କେଉଁଠି କୂଅ ପାଖରେ ଗୋରୁଗାଈ ବନ୍ଧା ହୋଇଛି ତ ଆଉ କେଉଁଠି ନର୍ଦ୍ଦମା ପାଖରେ ଜଳର ଉତ୍ସ । 

Advertisment

ଇଏ ଝାଡ଼ାବାନ୍ତି ଦୁର୍ବିପାକର ଆଉ ଏକ ବାସ୍ତବ ଚିତ୍ର। ଗୋବିନ୍ଦ ବଳଙ୍କ ଘର ଅଗଣାରେ ଥିବା କୂଅକୁ ନାଲି ଫିତା ଘେରାଇ, ନାଲିବାନା ପୋତି, ଏହାର ପାଣି ବ୍ୟବହାର ଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ଭାବେ ପୋଷ୍ଟର୍ ଲଗାଇଛି ପ୍ରଶାସନ। ଆଉ ଏଟେ ଗୋବିନ୍ଦଙ୍କ ପରିବାରର ୫ ଜଣରୁ ୪ ଜଣ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲରେ ପଡ଼ିଥିବାରୁ, ଘରର କବାଟ ବନ୍ଦ ପଡ଼ିଛି ।

ଡାଇରିଆ ବ୍ୟାପି ଜଣଙ୍କ ଜୀବନ ଯିବା ପରେ, ଗାଁରେ କୋକୁଆ ଭୟ । ଏବେବି ପ୍ରାୟ ୯ ଜଣ ଅସୁସ୍ଥ ଅଛନ୍ତି । ଗାଁର ସବୁ କୂଅ ଓ ନଳକୂଅ ପାଣି ବ୍ୟବହାର ଉପରେ ରୋକ୍ ଲଗାଇଛି ପ୍ରଶାସନ। କୂଅରେ ବ୍ଲିଚିଂ ପକାଇ ପାଣିକୁ ବିଶୁଦ୍ଧ କରିବାକୁ ଉଦ୍ୟମ ଚାଲିଥିବା ବେଳେ, ଟ୍ୟାଙ୍କର୍ ସାହାଯ୍ୟରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆଜି କେନ୍ଦ୍ରୀୟ ଟିମ୍ ସେଠାରେ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବି ଡାଇରିଆ ମୁକାବିଲାର ସମୀକ୍ଷା କରିଛନ୍ତି। ସେପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ଗାଁରେ ବର୍ଷେ ହେଲା ପାଇପ୍ ବିଛାଯାଇଥିଲେ ବି, ଟ୍ୟାପ୍ ବସିନଥିବାରୁ କି ପାଣି ଆସୁନଥିବାରୁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

Advertisment
Odisha News Diarrhoea Scare
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ