Baragarh
ବରଗଡ଼ରେ ବ୍ୟାପିଲାଣି ଝାଡ଼ାବାନ୍ତି । ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗାଁରେ ଡାଇରିଆ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୬୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଗାଁର ମନ୍ଦିରପଡ଼ା ଠାରେ ଥିବା କ୍ଲବ ଘରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି । ଝାଡ଼ାବାନ୍ତିରେ ଗୁରୁତର ହେବାରୁ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।
ତେବେ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୩ ଜଣଙ୍କ ଏବେ ବି ଚିକିତ୍ସାଧିନ ଅଛନ୍ତି । ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସ୍ଥିତି ପରଖିବା ସହ ଚିକିତ୍ସା କରୁଛନ୍ତି । ପାନୀୟ ଜଳ ଯୋଗୁଁ ସଂକ୍ରମଣ ହୋଇଥାଇପାରେ ଅନୁମାନ କରାଯାଉଛି । ପାଣିର ନମୂନା ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ଝାଡ଼ାବାନ୍ତିର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସେପଟେ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇଥିଲା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ବି ବଢ଼ୁଥିଲା । ପ୍ରଥମେ ଯାଜପୁର ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୫ଟି ବ୍ଲକରେ ଝାଡାବାନ୍ତି ବ୍ୟାପିଥିବା ଦେଖିବାକୁ ମିଳିଥିଲା । ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ୩ଟି ରାଜ୍ୟସ୍ତରୀୟ ମେଡିକାଲ୍ ଟିମ୍ ଜିଲ୍ଲାର ବିଭିନ୍ନ ହସ୍ପିଟାଲେ ଓ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଥିଲେ ।
ଏହି ଟିମରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ରହିଥିଲେ । ବର୍ତ୍ତମାନ ଯାଜପୁରରେ ଝାଡ଼ାବାନ୍ତି ଆୟତ୍ତକୁ ଆସିଛି । ହେଲେ ବରଗଡ଼ରେ ସ୍ଥିତି ଅଣାୟତ୍ତକୁ ଯାଉଥିବା ଦେଖିବାକୁ ମିଳିଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Baragarh__1752133030.jpg)