Diarrhea Spreads
ପଡୋଶୀ ଜିଲ୍ଲାକୁ ଡେଉଁଛି ଡାଇରିଆ । ଯାଜପୁର ଓ ଭଦ୍ରକ ପରେ କଟକ ଜିଲ୍ଲା ବାଙ୍କୀକୁ ବ୍ୟାପିଲା ଝାଡ଼ାବାନ୍ତି । କନ୍ତପହଁରା ପଞ୍ଚାୟତ ଘୋଳପୁର ଗାଁରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ହସ୍ପିଟାଲରେ ୭ ଜଣ ଚିକିତ୍ସାଧୀନ ଥିବା କୁହାଯାଉଛି । ଝାଡ଼ାବାନ୍ତି ପ୍ରଭାବିତ ଗାଁରେ ସୁବର୍ଣ୍ଣପୁର ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ୍ ପହଞ୍ଚି ଔଷଧପତ୍ର ବଣ୍ଟନ କରୁଛନ୍ତି । ତେବେ ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସୂଚନା ମୁତାବକ, ବାଙ୍କୀ କନ୍ତପହଁରା ପଞ୍ଚାୟତ ଘୋଳପୁରରେ ଗତ ୧୩ ତାରିଖରେ ୧୧ ଜଣ, ୧୪ ତାରିଖରେ ୧୫ ଜଣ ଆକ୍ରାନ୍ତ ହୋଇ ନିକଟସ୍ଥ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ଗତକାଲି ରାତିରେ ଆଉ ୭ ଜଣ ଆକ୍ରାନ୍ତ ହୋଇ ସୁବର୍ଣ୍ଣପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏବେ ବି ସାତ ଜଣ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢନ୍ତୁ: କେମିତି ରହିଛି ଡାଇରିଆ ଓ କଲେରା ସ୍ଥିତି? ଆଜି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ
ଗାଁରେ ଝାଡ଼ାବାନ୍ତି ଖବର ପାଇ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡ଼ାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ସେଠାରେ ଚିକିତ୍ସା କରିବା ସହ ଔଷଧ, ହାଲୋଜେନ ବଟିକା, ବଣ୍ଟନ କରିଛନ୍ତି । ଖୋଲା କୂଅ, ନଳକୂଅ ଗୁଡିକରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରାଯିବା ସହ, ପାଣି ନମୂନା ପରୀକ୍ଷାଗାରକୁ ପଠାଇ ଦିଆଯାଇଛି । ଲୋକମାନଙ୍କୁ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି।
ସେପଟେ ଯାଜପୁରରେ ବଢ଼ୁଛି ହଇଜା ମୃତ୍ୟୁସଂଖ୍ୟା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଯାଜପୁର ଜିଲ୍ଲାରେ ହଇଜାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ଯାଜପୁରରେ ହେଲ୍ଥ ଟିମ୍ ଓ ରାପିଡ୍ ଆକ୍ସନ ଟିମ୍ ୨୪ ଘଣ୍ଟା କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫ ଶହରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749977134.jpg)