Advertisment

Matriculation Examination: ଦାଦନରୁ ଫେରି ମାଟ୍ରିକ ପରୀକ୍ଷା ଦେଲେ ଧନମତୀ

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ପୂର୍ବରୁ ଧନମତୀଙ୍କ ମାଆଙ୍କ ପାଖକୁ ହାଇସ୍କୁଲ ପ୍ରଧାନଶିକ୍ଷକ ଫୋନ୍‌ କରିଥିଲେ। ଆଉ ଫୋନ୍‌ କଲ ପାଇବା ପରେ ଧନମତୀଙ୍କୁ ଧରି ତାଙ୍କ ମାଆ ଗାଁକୁ ଫେରିଲେ। ଏବେ ଘରେ ରହି ପାଠ ପଢ଼ୁଛନ୍ତି ଧନମତୀ। ଆଉ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି।

ଅଦ୍ୟତନ ହୋଇଛି
Nuapada

Nuapada

Advertisment

ପେଟର ଯନ୍ତ୍ରଣା ଦାଦନ ଖଟିବାକୁ ବାଧ୍ୟ କରିଥିଲା। ତେଣୁ ବହି ବାସ୍ତାନୀରେ ଡୋରୀ ବାନ୍ଧି ଦାଦନ ଖଟିବାକୁ ଚାଲି ଯାଇଥିଲେ। ଏବେ ଦାଦନରୁ ଫେରି ମାଟ୍ରିକ ପରୀକ୍ଷା ଦେଉଛନ୍ତି ଧନମତୀ ବରିହା। ଆଉ ପାଠ ପଢ଼ି କଲେକ୍ଟର ହୋଇ ଲୋକଙ୍କ ପାଇଁ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଧନମତୀ।

Advertisment

ନୂଆପଡା ଜିଲ୍ଲା ଡେଡେଙ୍ଗା ଗାଁର ଧନମତୀ ବରିହା। ମେଣ୍ଢାଶାଲ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। ବାପା ଛେଉଣ୍ଡ ଧନମତୀ ଅଭାବ ଅନଟନ ଭିତରେ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ହେଲେ ଘରର ଆର୍ଥିକ ସ୍ଥିତି ତାଙ୍କୁ ବାଧା ଦେଇଥିଲା। ତେଣୁ ଦାରିଦ୍ର୍ୟର ଯନ୍ତ୍ରଣାରେ ଜର୍ଜରିତ ହୋଇ ଘରୁ ବାହାରିବା ପାଇଁ ବାଧ୍ୟ ହୋଇଥିଲେ। ମାଆ ଜୟନ୍ତୀ ବରିହା ଓ ତିନି ଭଉଣୀଙ୍କ ସାଙ୍ଗରେ ଘରୁ ପାଦ କାଢ଼ିଥିଲେ ଧନମତୀ। କିନ୍ତୁ ଛାଡ଼ି ପାରିନଥିଲେ ବହି ବସ୍ତାନୀ। ଅକ୍ଟୋବର ମାସରେ ଚାଲିଯାଇଥିଲେ ସିଲ୍‌କ ସିଟି ବ୍ରହ୍ମପୁର। ସେଠାରେ ଇଟା ଭାଟିରେ କାମ କରୁଥିଲେ। ଦିନରେ ପୂରା ପରିବାର ଇଟା ଭାଟିରେ କାମ କରୁଥିଲେ।

ଦିନକୁ ୧୮ରୁ ୧୯ ଘଣ୍ଟା କାମ କରୁଥିଲେ ଧନମତୀ। ରାତି ହେଲେ କ୍ଲାନ୍ତ ଶରୀରକୁ ଧରି ମାଆଙ୍କ ସହିତ ଭଡ଼ା ଘରକୁ ଫେରୁଥିଲେ। ଆଉ ପାଠ ପଢ଼ିବେ କ’ଣ କ୍ଲାନ୍ତ ଶରୀରକୁ ଧରି ଶୋଇ ଯାଉଥିଲେ ଶେଜରେ। କାରଣ ଦିନର ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ପାଠ ପଢାଠାରୁ ଦୂରେଇ ରଖୁଥିଲା। ମନ ଭିତରେ ପାଠ ପଢ଼ିବା ପାଇଁ ଆଗ୍ରହ ଥିବା ସତ୍ତ୍ୱେ ପଢ଼ି ପାରୁନଥିଲେ ଧନମତୀ।

Advertisment

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ନିଆଁ ବର୍ଷା! ରାଜଧାନୀର ତାତି ୩୫ ଡିଗ୍ରୀ ପାର୍‌ କଲା

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ପୂର୍ବରୁ ଧନମତୀଙ୍କ ମାଆଙ୍କ ପାଖକୁ ହାଇସ୍କୁଲ ପ୍ରଧାନଶିକ୍ଷକ ଫୋନ୍‌ କରିଥିଲେ। ଆଉ ଫୋନ୍‌ କଲ ପାଇବା ପରେ ଧନମତୀଙ୍କୁ ଧରି ତାଙ୍କ ମାଆ ଗାଁକୁ ଫେରିଲେ। ଏବେ ଘରେ ରହି ପାଠ ପଢ଼ୁଛନ୍ତି ଧନମତୀ। ଆଉ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ପାଠ ପଢ଼ି କଲେକ୍ଟର ହୋଇ ଲୋକଙ୍କ ପାଇଁ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଧନମତୀ।

Advertisment

ଦାଦନପ୍ରବଣ ନୂଆପଡ଼ା ଜିଲ୍ଲାରେ କେବଳ ଧନମତୀ ପେଟ ପାଇଁ ଦାଦନ ଖଟିବାକୁ ଯାଇନଥିଲେ। ଧନମତୀଙ୍କ ପରି ୧୯୫ ଜଣ ଛାତ୍ରଛାତ୍ରୀ ଦାଦନ ଖଟିବାକୁ ଯାଇଥିଲେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାପାଳ, ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗର ଉଦ୍ୟମରେ ୧୯୫ ଜଣ ଛାତ୍ରଛାତ୍ରୀ ଦାଦନରୁ ଫେରି ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଦାଦନରୁ ଫେରି ନୂଆପଡା ବ୍ଲକ୍‌ରେ ୫୨ ଜଣ, କୋମନା ବ୍ଲକରେ ୩୮ ଜଣ, ଖଡିଆଳ ବ୍ଲକ୍‌ରେ ୨୮ ଜଣ, ସିନାପାଲି ବ୍ଲକ୍‌ରେ ୪୧ ଜଣ ଓ ବୋଡ଼େନ୍‌ ବ୍ଲକରେ ୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପ୍ରଶାସନର ଏହି ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି।

Nuapada Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ