DGP Conference: କାହିଁକି ହେଉଛି DGP ସମ୍ମିଳନୀ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା ?

ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ ।

କାହିଁକି କରାଯାଉଛି ଏହି DGP ସମ୍ମିଳନୀ

ଆଜିଠୁ ୩ ଦିନ ଧରି ଚାଲିବ DGP ସମ୍ମିଳନୀ । ଏଥିପାଇଁ କରାଯାଇଛି ଜୋରଦାର ପ୍ରସ୍ତୁତି । ସାରା ଦେଶରୁ ବଡ଼ ବଡ଼ ଅଫିସର ମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏମିତି ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ । ସମସ୍ତେ ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସାମିଲ ହେବେ ।

ତେବେ ଏହି ୩ ଦିନିଆ ଡିଜିପି ସମ୍ମିଳନୀରେ କ’ଣ ହେବ ? କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା ? ଜାତୀୟ ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ମାନସ ମନ୍ଥନ ହେବା ସହ ଯୁଗ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ରୋକିବା ନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ।

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ଏହାବାଦ୍‌ ଏହି ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ହେଲା...

୧- ଆତଙ୍କବାଦ
୨-ମାଓବାଦ 
୩-ସାଇବର ସୁରକ୍ଷା
୪-ନିଶା କାରବାର ରୋକିବା
୫-ବେଆଇନ ଅନୁପ୍ରବେଶ ଏବଂ ଶରଣାର୍ଥୀ 
୬-ମହିଳା ଅପରାଧ ନିୟନ୍ତ୍ରଣ
୭-ଊପକୂଳ ସୁରକ୍ଷା
୮-ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା
୯-ନୂଆ ଅପରାଧ ଆଇନର ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତା
୧୦-ଜେଲ ସଂସ୍କାର
୧୧-ପୋଲିସ ଆଧୁନିକୀକରଣ
୧୨-ଅପରାଧ ନିୟନ୍ତ୍ରଣରେ ଟେକ୍ନୋଲୋଜିର ବ୍ୟବହାର

ତେବେ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ରାଜଧାନୀ । ସମ୍ମିଳନୀରେ ଯୋଗଦେବାକୁ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ମଧ୍ୟ ପହଞ୍ଚି ସାରିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।

ଅନ୍ୟପଟେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସିବିଆଇ ନିର୍ଦ୍ଦେଶକ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ତେଲେଙ୍ଗାନା ଡିଜିପିଙ୍କ ସମେତ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ଆସିଛନ୍ତି । ପର୍ଯ୍ୟାୟ କ୍ରମେ ବିଭିନ୍ନ ରାଜ୍ୟରୁ ଡେଲିଗେଟସ ଓଡ଼ିଶା ଆସୁଛନ୍ତି । 

ଏହା ସହ ପଢ଼ନ୍ତୁ: PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗ ଦେଇଛନ୍ତି । ସେହିପରି ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ ।