Advertisment

ଶ୍ରୀକ୍ଷେତ୍ରରେ ଆଉ ନାହିଁ ଗହଳି ଚହଳି, ଚଳଚଞ୍ଚଳ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠ

ଶ୍ରୀକ୍ଷେତ୍ରରେ ଆଉ ନାହିଁ ଗହଳି ଚହଳି, ଶୁଭୁନି ଜୟ ଜଗନ୍ନାଥ ଧ୍ବନି। ସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ଜଳରେ ସ୍ନାନ କରି ଚତୁର୍ଦ୍ଧା ମୂରତି ଏବେ ଜ୍ବରରେ ପୀଡ଼ିତ । ଅଣସର ପିଣ୍ଡିରେ ପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା।

ଅଦ୍ୟତନ ହୋଇଛି
Lord Alarnath

Lord Alarnath

Advertisment

ସ୍ନାନ ବେଦୀରେ ଦିବ୍ୟ ସ୍ନାନ ପରେ ଶ୍ରୀଜିଉଙ୍କୁ ଜ୍ବର । ୧୫ ଦିନ ଧରି ଏବେ ଅଣସର ପିଣ୍ଡିରେ ଚାଲିବ ମହାପ୍ରଭୁଙ୍କ ଗୁପ୍ତ ସେବା । ତେଣୁ ଆଜିଠୁ ଚଳଚଞ୍ଚଳ ହୋଇଛି ବ୍ରହ୍ମଗିରିର ଅଲାରନାଥଙ୍କ ପୀଠ । ସେପଟେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ।

Advertisment

ଶ୍ରୀକ୍ଷେତ୍ରରେ ଆଉ ନାହିଁ ଗହଳି ଚହଳି, ଶୁଭୁନି ଜୟ ଜଗନ୍ନାଥ ଧ୍ବନି। ସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ଜଳରେ ସ୍ନାନ କରି ଚତୁର୍ଦ୍ଧା ମୂରତି ଏବେ ଜ୍ବରରେ ପୀଡ଼ିତ । ଅଣସର ପିଣ୍ଡିରେ ପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଏହି ସମୟରେ ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମଗିରିର ଅଲାରନାଥ ପୀଠ । ବର୍ଷ ତମାମ ରତ୍ନ ସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି। ସେହି ବିଶ୍ୱାସକୁ ଆଧାର କରି ଆଜି ଦିନ ତମାମ ଅଲାରନାଥଙ୍କୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି ।

ବଡି ଭୋରରୁ ଅଲାରନାଥଙ୍କ ପୀଠରେ ଦ୍ବାର ଫିଟା, ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଚାଲିଛି । ଦୂର ଦୁରନ୍ତରୁ ଆସିଥିବା ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି । ଦ୍ୱିପ୍ରହର ଧୂପରେ ମହାପ୍ରଭୁଙ୍କ ପ୍ରିୟ କ୍ଷୀରି ପ୍ରସାଦ ବାହାରିବା ପରେ ଏହାକୁ ପାଇବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। କ୍ଷୀରି ପ୍ରସାଦ ପାଇ କୃତ କୃତ୍ୟ ହୋଇଥିଲେ ଭକ୍ତଗଣ। ସେପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ଅନବସର ଦର୍ଶନ ୧୫ ଦିନ ବଦଳରେ ୧୩ ଦିନ ପଡୁଛି । ସେପଟେ ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ ।

Advertisment

Srimandir Lord Jagannath Alarnath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ