Advertisment

Devotees Suffer at Srimandir: ଜଗା ଦର୍ଶନ ପାଇଁ ଅସହ୍ୟ ଯନ୍ତ୍ରଣା, ଡହଡହ ଖରାରେ ସିଝୁଛନ୍ତି ଭକ୍ତ

ସିଂହଦ୍ବାର ନିକଟରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ହୋଇନଥିବା ବେଳେ ପାନୀୟ ଜଳ ବଣ୍ଟନରେ ମଧ୍ୟ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
ଡହଡହ ଖରାରେ ସିଝୁଛନ୍ତି ଭକ୍ତ

ଡହଡହ ଖରାରେ ସିଝୁଛନ୍ତି ଭକ୍ତ

Advertisment

ଡହଡହ ଖରାରେ ସିଝୁଛନ୍ତି ଭକ୍ତ। ପ୍ରଚଣ୍ଡ ଖରାରେ ପିଲାଠୁ ବୁଢ଼ା ସଭିଏଁ ଆଉଟୁପାଉଟୁ। ଜଗା ଦର୍ଶନ ଲାଗି ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ସିଂହଦ୍ବାର ସାମ୍ନାରେ ଲାଇନରେ ଛିଡ଼ା ହୋଇଛନ୍ତି। ନା ଆଗକୁ ଧାଡ଼ି ବଢୁଛି ନା ପଛକୁ ଫେରି ପାରୁଛନ୍ତି। ପ୍ରଚଣ୍ଡ ଖରାରେ ସିଂହଦ୍ବାର ନିକଟ ରାସ୍ତା ତାତି ଯାଉଥିବା ବେଳେ ଖାଲି ପାଦରେ ଭକ୍ତ ମାନେ ଚାଲି ଚାଲି ଯିବା ଏକପ୍ରକାର ଅସମ୍ଭବ ହୋଇପଡିଛି।

Advertisment

ଅଧିକ ପଢ଼ନ୍ତୁ: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି

ସିଂହଦ୍ବାର ନିକଟରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ହୋଇନଥିବା ବେଳେ ପାନୀୟ ଜଳ ବଣ୍ଟନରେ ମଧ୍ୟ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି । ପାଣି ମୁନ୍ଦାଏ ପାଇଁ ପାଇଁ ବି ଭକ୍ତମାନେ କଲବଲ ହେଉଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମାଳମାଳ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଥିବାବେଳେ ଭକ୍ତଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ନଦେବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ।

Advertisment

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି ଲାଗି ସଂଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ ରହିଛି। ଆସନ୍ତା ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଥିବାରୁ ସେଦିନ ମଧ୍ୟ ସାଧାରଣ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ ରହିବ। ଏହାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ। ଅନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ଚାରି ଦ୍ବାରରେ ସେଡ୍ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ଫ୍ୟାନ୍ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ କିଛି ଲୋକ ଭକ୍ତଙ୍କୁ ବିଭ୍ରାନ୍ତି କରୁଛନ୍ତି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

Odisha Srimandir Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ