Advertisment

ବସଷ୍ଟାଣ୍ଡରେ ପଡ଼ିଛି ମାନସିକ ନଡ଼ିଆ; ଶ୍ରଦ୍ଧାଳୁଙ୍କ ଭାବର ନାହିଁକି ମୂଲ୍ୟ ?

ଯିଏ ଯେତେ ଦୂରେ ଥାଇ ବି ନଡିଆଟିଏ ଯାଚିଦେଲେ ମନରେ ବିଶ୍ବାସ ଥାଏ, ମାଆ ଅତି ସରାଗରେ ତାକୁ ଗ୍ରହଣ କରିବେ, ବା ମାଆ ପାଖରେ ପହଂଚିଯିବ। ହେଲେ ବାସ୍ତବ ସ୍ଥିତି ରହିଛି ଭିନ୍ନ।

ଅଦ୍ୟତନ ହୋଇଛି
Manasika Coconuts

Manasika Coconuts

Advertisment

ପ୍ରତ୍ୟକ୍ଷ ଠାକୁରାଣୀ, ସେ କେନ୍ଦୁଝରର ମାଆ ତାରିଣୀ। ଶ୍ରଦ୍ଧାଳୁଟିଏ କୌଣସି ଦୁଃଖ ଦୁର୍ଦ୍ଦଶାରେ ପଡ଼ିଥିଲେ ମାଆଙ୍କୁ ସ୍ମରଣ କରି ନଡିଆ ଯାଚନ୍ତି। ଯିଏ ଯେତେ ଦୂରେ ଥାଇ ବି ନଡିଆଟିଏ ଯାଚିଦେଲେ ମନରେ ବିଶ୍ବାସ ଥାଏ, ମାଆ ଅତି ସରାଗରେ ତାକୁ ଗ୍ରହଣ କରିବେ, ବା ମାଆ ପାଖରେ ପହଂଚିଯିବ। ହେଲେ ବାସ୍ତବ ସ୍ଥିତି ରହିଛି ଭିନ୍ନ। ୟାଡେସିଆଡେ ରାସ୍ତାଘାଟରେ ଗଡୁଛି ଶ୍ରଦ୍ଧାଳୁଙ୍କ ମାନସିକ ନଡ଼ିଆ। 

Advertisment

ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ଦକ୍ଷିଣ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ବିଭିନ୍ନ ଯାତ୍ରୀବାହୀ ବସ ଜରିଆରେ ମାଆ ତାରିଣୀଙ୍କ ଲାଗି ଆସି ଗଦା ହୁଏ ମାନସିକ ନଡିଆ। ଘଟଗାଁ ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା  ଷ୍ଟିଲ ପଞ୍ଜୁରୀ ଭିତରେ ଓ ବାହାରେ ଗଦା ହୋଇ ପଡ଼ିଛି ମାନସିକ ନଡ଼ିଆ। ଖାଲି ସେତିକି ନୁହେଁ ବିଭିନ୍ନ ରାସ୍ତା କଡ଼ରେ ବି ନଡିଆମାନେ ଖରାବର୍ଷା ଖାଇ ଗଡୁଛନ୍ତି। ଭୁବନେଶ୍ବର ଶୈଳଶ୍ରୀ ବିହାର ତାରିଣୀ ମନ୍ଦିର ପାଖରେ ବସ୍ତାରେ ବାନ୍ଧି ହୋଇ ପଡ଼ିଛି ବି ନଡିଆ। ଏମିତି ଗୋଟିଏ ଘଟଣା ନୁହେଁ, ରାଜଧାନୀର ବିଭିନ୍ନ ତାରିଣୀ ମନ୍ଦିରରେ ଦୃଶ୍ୟ ସମାନ ରହିଛି।  ଠିକ ସମୟରେ ନଡିଆ ଏଠୁ ଉଠୁନଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ହେଉଛି କେନ୍ଦୁଝର ଜିଲ୍ଲାର ଘଟଗାଁଠାରେ ଥିବା ମାଆ ତାରିଣୀ ପୀଠ। କୁହାଯାଏ, ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଶ୍ରଦ୍ଧାଳୁଟିଏ ଯାହା ମାନସିକ କରେ, ସବୁ ପୂର୍ଣ୍ଣ ହୁଏ ବୋଲି ବିବାସ ରହିଛି। ଏଣୁ ଯେତେ ଦୂରରୁ ଥାଇବି ନଡ଼ିଆଟିଏ ଯାଚିଦେଲେ ମାଆ ପାଖରେ ପହଂଚିବ ବୋଲି ବିଶ୍ବାସ ଥାଏ।  

Advertisment

ତେଣେ ପୂର୍ବରୁ ବରମୁଣ୍ଡାରୁ କେନ୍ଦୁଝର କିମ୍ବା ପାଣିକୋଇଲି ଦେଇ ଯାଉଥିବା ବସ ଗୁଡ଼ିକ ଶ୍ରଦ୍ଧାଳୁ ଦେଉଥିବା ନଡିଆ ନେଇ ଯାଉଥିଲେ। କିନ୍ତୁ ପାଣିକୋଇଲିରେ ଫ୍ଲାଏ ଓଭରବ୍ରିଜ ହୋଇଯିବା ଫଳରେ ଆଉ ନଡ଼ିଆ ଉଠାଇପାରୁନାହାନ୍ତି। ଭୁବନେଶ୍ବରର ଅନେକ ଗଳିକନ୍ଦିରେ ମାଆ ତାରିଣୀଙ୍କ ମନ୍ଦିର ନଡିଆ ଉଠୁନଥିବାରୁ ମନ୍ଦିର କମିଟି ସଦସ୍ୟ ନିଜସ୍ବ ଉଦ୍ୟମରେ ମାନସିକ ନଡିଆ ଉଠାଇ କେନ୍ଦୁଝର ନେଉଥିବା କହିଛନ୍ତି। ତେଣେ ନଡ଼ିଆ ଉଠୁନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାରିଣୀ ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତା।

Devotees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ