Advertisment

ଅମୂଲମୂଲ ଅବଢ଼ା, ତିନିଗୁଣା ବଢ଼ିଲାଣି ଶୁଖିଲି ଭୋଗ ଦର; ନିରାଶ ଭକ୍ତ...

କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ।

ଅଦ୍ୟତନ ହୋଇଛି
undefined

Puri temple Mahaprasad price

Advertisment

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତର ଇଚ୍ଛା ଜଗା ଦର୍ଶନ, ମହାପ୍ରସାଦ ସେବନ। ହେଲେ ଶଙ୍ଖୁଡ଼ି ହେଉ କି ଶୁଖିଲି, ଯେକୌଣସି ଭୋଗ କିଣିଲା ବେଳକୁ ରେଟ୍ ଶୁଣି ଭକ୍ତର ମୁଣ୍ଡ-କାନ ଝାଇଁ ମାରିଯାଉଛି। ସବୁ ଦର ହଠାତ୍ ତିନି ଗୁଣା ଉଚ୍ଚା। କେବଳ ଓମଫେଡ୍ ଘିଅରେ ଭୋଗ ପ୍ରସ୍ତୁତ ହେଉଥିବାରୁ କିଛି କରିହେବନି କହି ମହାସୁଆର ନିଯୋଗ ହାତ ଟେକି ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି- ଶ୍ରୀମନ୍ଦିରର ଶୁଦ୍ଧତା ସହ ଆଦୌ ସାଲିସ୍ କରାଯିବନି।

Advertisment

ଅବଢ଼ା ଅମୂଲ ମୂଲ । କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ। ଯେଉଁଠି ଶହେ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨ଶହ ଟଙ୍କା ଉପରେ। ଶୁଖିଲି ଭୋଗ ଭାବେ ପିଠା, ଖଜା ରେଟ୍ ତିନି ଗୁଣା ଉଚ୍ଚା। ଆଗରୁ ୫ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ଟଙ୍କିଆ ପିଠା ୩୦ ଟଙ୍କା ତ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବାବେଳେ ବରିଷ୍ଠ ସେବାୟତ ବି ଏହାକୁ ନାପସନ୍ଦ କରିଛନ୍ତି।

ଭକ୍ତଙ୍କ ପ୍ରଶ୍ନ- ହଠାତ୍ କାହିଁକି ଆନନ୍ଦ ବଜାରରେ ବେଲଗାମ୍ ହେଲା ଶୁଖିଲି ଓ ଶଙ୍ଖୁଡ଼ି ଭୋଗ ? ଅବଢ଼ା ଓ ଖଜା-ପିଠା ଦାମ୍ ଧାଏଁ କରି ତିନି ଗୁଣା ବଢ଼ିଲା କାହିଁକି ? ମହାସୁଆର ନିଯୋଗ ସଂପାଦକଙ୍କ ସୂଚନା ଅନୁସାରେ, ଆଗରୁ ଶ୍ରୀଜିଉଙ୍କୁ ଲାଗି ହେଉଥିବା କୋଠ ଭୋଗ ଓମଫେଡ୍ ଘିଅରେ ତିଆରି ହେଉଥିଲା, ହେଲେ ମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ଏବେ ବରାଦି ଓ ଅନ୍ୟ ଭୋଗ ବି ଓମଫେଡ୍ ଘିଅରେ ରନ୍ଧା ହେଉଛି। ଓମଫେଡ୍ ଘିଅ କିଲୋ ପିଛା ୫୬୩ ଟଙ୍କାରେ କିଣି କେମିତି ପୁରୁଣା ଦରରେ ଭୋଗ ତିଆରି କରି ବିକିବୁ ବୋଲି ପାଲଟା ପ୍ରଶ୍ନ କରିଛି ନିଯୋଗ। ଭୋଗ ଦର ଭକ୍ତଙ୍କୁ ସୁହାଇଲା ଭଳି କରିବାକୁ ହେଲେ ମନ୍ଦିର ପାଇଁ ଓମଫେଡ୍ ଘିଅର ଡିପୋ କରାଯିବା ସହ ସବସିଡ଼ିରେ ପ୍ରଦାନ କରିବାକୁ ବି ଦାବି କରିଛି ନିଯୋଗ।

Advertisment

ସେପଟେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଅବଢ଼ା ଦର ବୃଦ୍ଧି ନିରାକରଣ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିନଥିବାବେଳେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ସହ ରେଟ୍ ଚାଟ୍ ଲଗାଇବାକୁ ଉଦ୍ୟମ ଚାଲିଥିବା କହିଛନ୍ତି। ସେମିତି ଆଇନମନ୍ତ୍ରୀ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି-ଶ୍ରୀମନ୍ଦିରରେ ଦୀପ ହେଉ କି ମହାପ୍ରସାଦ,ଶୁଦ୍ଧତାକୁ ନେଇ କୌଣସି ପ୍ରକାର ସାଲିସ କରାନଯିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା।

ଆନ୍ଧ୍ରର ତିରୁପତି ମନ୍ଦିରରେ ପଶୁ ଚର୍ବିରେ ଲଡୁ ତିଆରି ହେଉଥିବା ବିବାଦ ପରଠୁ, ସଜାଗ ହୋଇଛନ୍ତି ଓଡ଼ିଶା ସରକାର। ଶ୍ରୀମନ୍ଦିରରେ ଶୁଦ୍ଧତା ଆଣିବାକୁ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଭୋଗ ଓ ଦୀପ ଦର ହଠାତ୍ ବଢିଛି। ଯାହାକି ଭକ୍ତଙ୍କୁ ଖୁବ୍ ବାଧୁଛି।

Advertisment

Jagannath Temple Mahaprasad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ