Advertisment

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଲା, ହେଲେ ହଟୁନି ଦର୍ଶନ ଯନ୍ତ୍ରଣା

ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।.

ଅଦ୍ୟତନ ହୋଇଛି
undefined

Srimandir

Advertisment

ନୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ଅନୁସାରେ ଚାରିଦ୍ବାର ଖୋଲିଲା। ହେଲେ ହଟିଲାନି ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା, ସୁଧୁରି ପାରୁନି ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବ୍ୟବସ୍ଥା। ଦର ତାଲିକା ନିର୍ଦ୍ଧାରଣ ହେଉ ନଥିବାରୁ ସାଧାରଣ ଭକ୍ତଟିଏ ପାଇଁ ମହାପ୍ରସାଦ ସେବନ ଅମୁଲମୂଲ ହୋଇ ଚାଲିଛି। ଏସବୁ ଅବ୍ୟବସ୍ଥାରେ ସୁଧାର ପାଇଁ ପୁଣି ଉଠିଛି ଅନ୍ୟ ଦାୟିତ୍ବ ନଥାଇ କେବଳ ଶ୍ରୀମନ୍ଦିର ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ ନିଯୁକ୍ତି ଦାବି।

Advertisment

ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।...ଏ କଷ୍ଟ, ଯନ୍ତ୍ରଣା ଆଗରୁ ଯାହା ଥିଲା ଏବେ ବି ସେଇଆ। କାରଣ ଶ୍ରୀମନ୍ଦିର ବେଢ଼ା ଭିତରକୁ ଆସିବାକୁ ସିନା ଚାରିଦ୍ବାର ଖୋଲା, ଦର୍ଶନ କିନ୍ତୁ ଗୋଟିଏ ଦ୍ବାର ସାତପାହାଚ ଦେଇ ହିଁ ସମ୍ଭବ। ଏବେ ବି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଥିବା ବାକି ତିନି ଦ୍ବାର- ପଣ୍ଡାଦ୍ବାର, ମୁଦୁଲି ଦ୍ବାର, ଘଣ୍ଟିଦ୍ବାର ବନ୍ଦ । ତେଣୁ ବାହାର କାଠ ପାଖରେ ଦର୍ଶନ ଅବ୍ୟବସ୍ଥାରେ ଟିକିଏ ବି ସୁଧାର ଆସିପାରୁନି । ଅସମ୍ଭବ ଗହଳି ଓ ଠେଲା-ପେଲାରୁ କିଏ ଦର୍ଶନ କରି ପାରୁଛି ତ କିଏ ନାହିଁ। ତେଣୁ ଶ୍ରୀମନ୍ଦିର ଭିତର ଭିଡ଼ ପରିଚାଳନା ପାଇଁ ଅନ୍ତତଃ ନାଟମଣ୍ଡପର ପଣ୍ଡାଦ୍ବାର ଖୋଲିବା ପାଇଁ ଦାବି ହେଉଛି।

ଏ ତ ଗଲା ଦର୍ଶନ ଯନ୍ତ୍ରଣା କଥା। ଏବେ ଯାଏଁ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବ୍ୟବସ୍ଥାକୁ ବି ବ୍ୟବସ୍ଥିତ କରାଯାଇ ପାରିନି। ଦୀର୍ଘବର୍ଷ ଧରି ମହାପ୍ରସାଦ ଦର ତାଲିକା ନିର୍ଦ୍ଧାରଣ ହୋଇ ଲାଗି ନପାରିବାରୁ ସାଧାରଣ ଭକ୍ତଙ୍କ ପାଇଁ ଧିରେ ଧିରେ ଅମୁଲ ମୂଲ ହୋଇ ଚାଲିଛି ମହାପ୍ରସାଦ। ଏମିତିକି ମହାପ୍ରସାଦ କିଣି ଖାଇବାକୁ ଅସମର୍ଥ ଭକ୍ତଙ୍କ ପାଇଁ ୨୦୧୮ରେ ମାଗଣା କାନିକା ବଣ୍ଟନ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ତାହା ଏବେ ବନ୍ଦ। ଏସବୁ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ଅସନ୍ତୋଷ ଲାଗି ରହିଛି। ସେପଟେ ପରିଚାଳନା କମିଟି ସଦସ୍ୟଙ୍କ ମତ ଯେ ପର୍ଯ୍ୟନ୍ତ ଅନ୍ୟ ଦାୟିତ୍ବ ନଥାଇ କେବଳ ଶ୍ରୀମନ୍ଦିର ପାଇଁ ଉତ୍ସଗୀକୃତ ଭାବେ ଜଣେ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ନମିଳିଛି, ସେ ପର୍ଯ୍ୟନ୍ତ ଏସବୁ ଅବ୍ୟବସ୍ଥା ସୁଧାରିବା ଦିଗରେ ନିଷ୍ପତ୍ତି ସମ୍ଭବ ନୁହେଁ ।

Advertisment

ଏସବୁ ବାଦ୍ ଶ୍ରୀମନ୍ଦିର ଚାରିଦ୍ବାର ସମ୍ମୁଖରେ ମଧ୍ୟ ସ୍ବତନ୍ତ୍ର ବ୍ୟାରିକେଡ୍ ସାଙ୍ଗକୁ ପାନୀୟ ଜଳ ଓ ବସିବା ବ୍ୟବସ୍ଥା ସହ ମନ୍ଦିର ଭିତରେ ଦର୍ଶନ ସୁବିଧା ପାଇଁ ରାମ୍ପର ବ୍ୟବସ୍ଥା କରାଯିବାକୁ ବି ଦାବି ହେଉଛି।

Srimandir Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ