ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ପରିବର୍ତ୍ତନ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ । ଶ୍ରଦ୍ଧାଳୁଙ୍କ ଧର୍ମିୟ ଭାବନାକୁ ଦେଖି ବ୍ୟବସ୍ଥା ହେବ । ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ମଧ୍ୟ ବ୍ୟବସ୍ଥା ହେବ । ଆଲୋଚନା ଚାଲିଛି, ଖୁବ୍ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ। ୨ରୁ ୩ ମାସ ମଧ୍ୟରେ ନିଷ୍ପତ୍ତି ପରେ କାମ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...
ସେହିପରି ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ନୂଆବର୍ଷରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ଲାଟଫର୍ମ ଅନୁଯାୟୀ ବ୍ୟବସ୍ଥା କରାଯାଇଛି । ନାଟ ମଣ୍ଡପ, ଗରୁଡ ସ୍ତମ୍ବଠୁ ଆରମ୍ଭ କରି ବାହାର କାଠ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ଠିଆ ହେଲେ ବି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କିପରି କରାଯିବ ସେନେଇ ବ୍ୟବସ୍ଥା କରାଯାଇଛି । ନୂଆ ବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ଆଗାମୀ ଦିନରେ କିପରି ସବୁ ଦିନ ଶୃଙ୍ଖଳିତ ଦର୍ଶନ ହେବ ସେନେଇ ବ୍ୟବସ୍ଥା କରାଯିବ । ସେହିପରି ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।